କିଏ ନେତା ତ ଆଉ କିଏ ନର୍ସ,ଏମାନେ ହେଉଛନ୍ତି ସଚିନଙ୍କଠାରୁ ନେଇ ବିରାଟଙ୍କ ପର୍ଯ୍ୟନ୍ତ ୧୦ ଜଣ ଭାରତୀୟ କ୍ରିକେଟରଙ୍କ ଭଉଣୀ,ଜାଣନ୍ତୁ ସେମାନଙ୍କ ବିଷୟରେ କିଛିକିଛି

ଭାଇଭଉଣୀଙ୍କ ସମ୍ପର୍କକୁ ଦର୍ଶାଉଥିବା ରାକ୍ଷୀପୂର୍ଣ୍ଣିମାର ପର୍ବ ଏଥର ଅଗଷ୍ଟ ୨୨ ତାରିଖରେ ସାରା ଦେଶରେ ପାଳନ କରାଯିବ | ଏହି ଦିନ ଭାଇମାନଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧିଥାନ୍ତି ଏବଂ ଭାଇ ସେମାନଙ୍କୁ ରକ୍ଷା କରିବେ ବୋଲି ନିଜ ଭଉଣୀକୁ କଥା ଦେଇଥାନ୍ତି | ସାଧାରଣ ଲୋକଙ୍କ ଭଳି କ୍ରିକେଟର୍ସମାନେ ମଧ୍ୟ ରାକ୍ଷୀପୂର୍ଣ୍ଣିମାର ପର୍ବକୁ ଖୁବ ଧୂମଧାମରେ ପାଳନ କରିଥାନ୍ତି | ଅନେକଥର ତ କ୍ରିକେଟ କାରଣରୁ କ୍ରିକେଟର୍ସ ନିଜ ଭଉଣୀମାନଙ୍କଠାରୁ ଏହି ଦିନ ଦୂରରେ ରହିଥାନ୍ତି, କିନ୍ତୁ ଅନେକଥର ବହୁତ ଖୁସିର ସହିତ ଭାଇଭଉଣୀ ଏହି ପର୍ବକୁ ଏକାଠି ପାଳନ କରିଥାନ୍ତି | ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ ୧୦ଜଣ ଭାରତୀୟ କ୍ରିକେଟରମାନଙ୍କ ସୁନ୍ଦର ଭଉଣୀଙ୍କ ସହିତ ଏବଂ ଆପଣଙ୍କୁ କହିବାକୁ ଯାଉଛୁ ଯେ ସେମାନେ କଣ କରନ୍ତି |

ବିରାଟ କୋହଲି ଏବଂ ଭାବନା :-

ବିରାଟ କୋହଲିଙ୍କ ବଡ଼ ଭଉଣୀଙ୍କ ନାମ ଭାବନା ଢ଼ୀଙ୍ଗରା ଅଟେ | ଭାବନାଙ୍କ ବିବାହ ୨୦୦୨ ମସିହାରେ ବିଜନେସ ମ୍ୟାନ ସଞ୍ଜୟ ଢ଼ୀଙ୍ଗରାଙ୍କ ସହିତ ହୋଇଥିଲା | ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି | କୋହଲିଙ୍କ ଭଉଣୀ ନିଜ ଭାଇଙ୍କର ବହୁତ ନିକଟତର ଅଟନ୍ତି ଏବଂ ସେ ଯେତେବେଳେ ବି ଭାରତରେ ଥାନ୍ତି, ସେତେବେଳେ ରାକ୍ଷୀପୂର୍ଣ୍ଣିମାର ଏହି ପର୍ବକୁ ବହୁତ ମସ୍ତିର ସହିତ ପାଳିବାକୁ ପସନ୍ଦ କରିଥାନ୍ତି |

ଏମଏସ ଧୋନି ଏବଂ ଜୟନ୍ତୀ ଗୁପ୍ତା ;-

ଧୋନିଙ୍କ ବଡ଼ ଭଉଣୀଙ୍କ ନାମ ଜୟନ୍ତୀ ଗୁପ୍ତା ଅଟେ | ସେ ନିଜ ଭଉଣୀ ସହିତ ବହୁତ କ୍ଲୋଜ ଅଟନ୍ତି ଏବଂ ଭଉଣୀ ହିଁ ତାଙ୍କୁ କ୍ରିକେଟ ଖେଳିବାର ନିଜ ଇଛାକୁ ଆଗକୁ ବଢାଇବାପାଇଁ ପ୍ରୋତ୍ସାହିତ କରିଥିଲା | ଜୟନ୍ତୀ ବୃତ୍ତିରେ ଜଣେ ସ୍କୁଲ ଟିଚର ଅଟନ୍ତି ଏବଂ ଧୋନିଙ୍କୁ ସବୁବେଳେ ସପୋର୍ଟ କରିଥାନ୍ତି | ଧୋନି ନିଜର ସଫଳତା ପଛରେ ନିଜ ଭଉଣୀଙ୍କର ବଡ଼ ହାତ ଅଛି ବୋଲି ବିଶ୍ୱାସ କରନ୍ତି |

ସଚିନ ତେନ୍ଦୁଲକର ଏବଂ ସବିତା :-

ସଚିନ ତେନ୍ଦୁଲକରଙ୍କ ଭଉଣୀଙ୍କ ନାମ ସବିତା ତେନ୍ଦୁଲକର ଅଟେ | ତାଙ୍କ ଜୀବନରେ ଭାଇ ଭଉଣୀର ମହତ୍ୱ ରହିଛି | ସଚିନଙ୍କ ବଡ଼ ଭାଇ ଅଜିତ ତେନ୍ଦୁଲକର ଏବଂ ନିତିନ ତେନ୍ଦୁଲକର ତାଙ୍କୁ କ୍ରିକେଟ ଶିଖାଇବା ହେଉ କିମ୍ବା ଭଉଣୀ ସବିତା ତେନ୍ଦୁଲକରଙ୍କ ଗିଫ୍ଟରେ ବ୍ୟାଟ ଗିଫ୍ଟ କରିବା | ସେ ସବୁବେଳେ ନିଜ ସଫଳତାର ଚାବିକାଠି ନିଜ ଭାଇ ଭଉଣୀମାନଙ୍କୁ ଦେଇଥାନ୍ତି |

ବୀରେନ୍ଦ୍ର ସହବାଗ ଏବଂ ୨ ଭଉଣୀ :-

ବୀରେନ୍ଦ୍ର ସହବାଗଙ୍କ ଦୁଇ ଭଉଣୀ ମଞ୍ଜୁ ଏବଂ ଅଞ୍ଜୁ ମହରାବଲ ଅଟନ୍ତି | ଅଞ୍ଜୁ ଜଣେ ପଲିଟିକାଲ ଲିଡର ଅଟନ୍ତି ଏବଂ କଂଗେସ ତରଫରୁ ଏମସିଡ଼ିର ନିର୍ବାଚନ ଜିତିଛନ୍ତି |

ଶିଖର ଧୱନ ଏବଂ ଶ୍ରେଷ୍ଠ ଧୱନ :-

ଶିଖର ଧୱନ ଭାରତୀୟ କ୍ରିକେଟରେ ‘ଗବର’ ନାମରେ ମଧ୍ୟ ଜଣାଶୁଣା ଅଟନ୍ତି | ତାଙ୍କର ବହୁତ ସୁନ୍ଦର ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି ଏବଂ ତାଙ୍କ ନାମ ଶ୍ରେଷ୍ଟା ଅଟେ | ସେ ୨୦୧୭ ରେ ବିବାହ କରିଥିଲେ |

ଜସପ୍ରୀତ ବୁମ୍ରା ଏବଂ ଜୁହିକା ବୁମ୍ରା :-

ଜସପ୍ରୀତ ବୁମ୍ରାଙ୍କର ଜଣେ ଭଉଣୀ ଜୁହିକା ବୁମ୍ରା ଅଛନ୍ତି | ଦୁହିଁଙ୍କର ଅତି ଘନିଷ୍ଠ ସମ୍ପର୍କ ଅଛି | ଜସପ୍ରୀତ ପ୍ରାୟତଃ ଭଉଣୀ ଜୁହିକାଙ୍କ ସହ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି |

ହରଭଜନ ସିଂ ଏବଂ ତାଙ୍କର ପାଞ୍ଚ ଭଉଣୀ :-

ଭାରତୀୟ କ୍ରିକେଟର ହରଭଜନ ସିଂ ୫ ଭଉଣୀଙ୍କ ଏକମାତ୍ର ଭାଇ ଅଟନ୍ତି | କୁହାଯାଉଛି ଯେ ୨୦୦୦ ମସିହାରେ ବାପାଙ୍କ ମୃତ୍ୟୁ ପରେ ହରଭଜନ ସିଂଙ୍କ ଭଉଣୀମାନେ ତାଙ୍କୁ ଭାରତୀୟ କ୍ରିକେଟ ଟିମକୁ ଫେରିବାରେ ସାହାଯ୍ୟ କରିଥିଲେ | ଯେତେବେଳେ କି ସେ କ୍ରିକେଟ ଛାଡି ୟୁଏଇରେ ଟ୍ରକ ଡ୍ରାଇଭର ହେବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ତାଙ୍କ ଭଉଣୀମାନେ ତାଙ୍କୁ କ୍ରିକେଟ ଖେଳିବାକୁ ମୋଟିଭେଟ କରିଥିଲେ |

ରବିନ୍ଦ୍ର ଜଡେଜା ଏବଂ ତାଙ୍କର ୨ ଭଉଣୀ :-

ରବିନ୍ଦ୍ର ଜଡେଜା ୧୭ ବର୍ଷ ବୟସରେ ନିଜ ମାଙ୍କୁ ହରାଇଥିଲେ ଏବଂ ସେହି ଦିନଠାରୁ ତାଙ୍କ ଭଉଣୀ ନୈନା ଏବଂ ପଦ୍ମିନୀ ତାଙ୍କର ମା ପରି ଯତ୍ନ ନେଇଥିଲେ | ନୈନା ପରିବାରକୁ ସାହାଯ୍ୟ କରିବା ପାଇଁ ଜଣେ ନର୍ସ ହେଲେ ଏବଂ ଏହା ସୁନିଶ୍ଚିତ କଲେ ଯେ ତାଙ୍କ ଭାଇ ତାର ସ୍ୱପ୍ନକୁ ସାକାର କରୁ | ଜଡେଜା ନୈନାଙ୍କ ଅତି ନିକଟତର ଅଟନ୍ତି |

ଅଜିଙ୍କ୍ୟ ରାହାଣେ ଏବଂ ଅପୂର୍ବା ରାହାଣେ :-

ଭାରତର ଟେଷ୍ଟ ଟିମର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଭଉଣୀଙ୍କ ନାମ ଅପୂର୍ବା ରାହାଣେ ଅଟେ ଏବଂ ସେମାନେ ଦୁହେଁ ପରସ୍ପର ସହିତ ବହୁତ ଗଭୀର ଏବଂ ସ୍ନେହପୂର୍ଣ୍ଣ ବନ୍ଧନ ସେୟାର କରିଥାନ୍ତି | ରାହାଣେ ଯେତେବେଳେ ବି ଭାରତରେ ଥାଆନ୍ତି, ସେ ନିଶ୍ଚିତ ଭାବରେ ଅପୂର୍ବା ରାହାଣେଙ୍କ ପାଖକୁ ରାକ୍ଷୀ ବାନ୍ଧିବାକୁ ଯାଇଥାନ୍ତି |

ଦୀପକ, ରାହୁଲ ଏବଂ ମାଳତୀ ଚାହର :-

ଆମେ ସମସ୍ତେ ଜାଣିଛନ୍ତି ଯେ ରାହୁଲ ଏବଂ ଦୀପକ ଚାହର ସମ୍ପର୍କୀୟ ଭାଇ ଅଟନ୍ତି | କିନ୍ତୁ ଦୀପକଙ୍କର ଏକ ଭଉଣୀ ମାଳତୀ ଚାହର ମଧ୍ୟ ଅଛନ୍ତି, ଯିଏ ବହୁତ ସୁନ୍ଦର ଏବଂ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି | ମାଳତୀ ଅନେକଥର ଆଇପିଏଲ ସମୟରେ ନିଜ ଭାଇମାନଙ୍କୁ ସପୋର୍ଟ କରିବାକୁ ମଧ୍ୟ ଆସିଛନ୍ତି |

Leave a Reply

Your email address will not be published. Required fields are marked *