ଦେଖନ୍ତୁ ଭିଡ଼ିଓ : ବେସାହାରା ମହିଳାଙ୍କ ସହିତ ଖରାପ ବ୍ୟବହାର ବ୍ୟବହାର କରୁଥିବା ଦୋକାନୀକୁ ସୈନିକ ଦେଲେ ଉଚିତ ଶିକ୍ଷା, ଲୋକ କହିଲେ – ଏହା ହିଁ ହେଉଛି ପ୍ରକୃତ ମାନବିକତା

ସୋସିଆଲ ମିଡିଆରେ ଏକ ଆର୍ମିର ସୈନିକଙ୍କୁ ହୃଦୟରୁ ପ୍ରଶଂସା କରାଯାଉଛି | ବାସ୍ତବରେ, ସୈନିକଙ୍କର ଗୋଟିଏ ଭିଡିଓ ଭାଇରଲ ହୋଇଛି, ଯେଉଁଥିରେ ସେ ବେସାହାରା ମହିଳାଙ୍କ ସହିତ ଖରାପ ବ୍ୟବହାର କରୁଥିବା ଦୋକାନୀକୁ ଉଚିତ ଶିକ୍ଷା ଦେଇଛନ୍ତି | ଏହା ପରଠାରୁ ଲୋକମାନେ ସେହି ସୈନିକଙ୍କ ଖୁବ ପ୍ରଶଂସା କରୁଛନ୍ତି | ଟ୍ୱିଟର ୟୁଜର୍ସ କହିଛନ୍ତି ଯେ ସୈନିକ ଜଣକ ମାନବିକତା ଅଛି ବୋଲି ପ୍ରମାଣିତ କରିଦେଲେ |

ବହୁତ ସେୟାର କରାଯାଉଛି ଭିଡିଓ :-

ଭାଇରଲ ହେଉଥିବା ଭିଡିଓକୁ IAS ଅଧିକାରୀ ଅବନିଶ ଶରଣ ସେୟାର କରିଛନ୍ତି | ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତି, ‘ ମୁଁ ଏହି ଅଜଣା ସୈନିକଙ୍କୁ ସାଲ୍ୟୁଟ ମାରୁଛି | ମାନବିକତା !’ ଏହି ଭିଡିଓକୁ ଇଣ୍ଟରନେଟରେ ଖୁବ ସେୟାର କରାଯାଉଛି, ଯାହାକୁ ବର୍ତ୍ତମାନ ସୁଦ୍ଧା 52.7k ଭ୍ୟୁ ମିଳିଛି ଏବଂ ୧୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି |

ଦୟା ଲାଗିଲା ନାହିଁ ଦୋକାନୀକୁ :-

୨ ମିନିଟ ୧୯ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଦେଖାଯାଇଛି ଯେ ଜଣେ ବେସାହାରା ମହିଳା କୌଣସି ବନ୍ଦ ହୋଇଥିବା ଦୋକାନ ବାହାରେ ସୋଇଛନ୍ତି | ଠିକ ସେତିକିବେଳେ ଦୋକାନର ମାଲିକ ଆସିଯାଏ ଏବଂ ମହିଳାଙ୍କ ସହିତ ଖରାପ ବ୍ୟବହାର କରେ | ସେ ପ୍ରଥମେ ମହିଳାଙ୍କୁ ଉଠାଇବାକୁ ଚେଷ୍ଟା କରେ, କିନ୍ତୁ ଯେତେବେଳେ ସେ ନିଦରୁ ଉଠେନାହିଁ, ସେତେବେଳେ ତା ଉପରେ ପାଣି ଫିଙ୍ଗିଦିଏ ଏବଂ ଗୋଇଠା ମାରେ | ଏହାପରେ ନିଦରୁ ଉଠିବା ମାତ୍ରେ ହିଁ ବୁଢ଼ୀ ମହିଳା ବ୍ୟକ୍ତିଙ୍କ ପାଦ ତଳେ ପଡ଼ିଯାଏ, କିନ୍ତୁ ସେହି ବ୍ୟକ୍ତିର ହୃଦୟରେ ଟିକେ ବି ଦୟା ଆସିଲା ନାହିଁ | ସେ ପାଟି କରି ମହିଳାଙ୍କୁ ସେଠାରୁ ଯିବାକୁ କହେ, ଯେପରିକି ସେ ନିଜର ଦୋକାନ ଖୋଲିପାରିବ |

ଯେତେବେଳେ ହୁଏ ସୈନିକଙ୍କ ଏଣ୍ଟ୍ରି :-

ପାଖରେ ଯାଉଥିବା ଜଣେ ସୈନିକଙ୍କ ଆଖି ଯେତେବେଳେ ମହିଳାଙ୍କ ଉପରେ ପଡେ, ସେତେବେଳେ ସେ ପାଖକୁ ଯାଇ ଦୋକାନୀକୁ ଉଚିତ ଶିକ୍ଷା ଦିଅନ୍ତି | ପରିସ୍ଥିତି ଜାଣିବାପରେ ସୈନିକ ମହିଳାଙ୍କ ସହିତ ଖରାପ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ବୁଝାଇବାପାଇଁ ଚେଷ୍ଟା କରନ୍ତି, କିନ୍ତୁ ସେହି ବ୍ୟକ୍ତି କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା | ଓଲଟି ସେ ମହିଳାଙ୍କୁ ଗାଳି କରିବାକୁ ଲାଗେ | ଯାହା ଉପରେ ସୈନିକ ବୃଦ୍ଧ ମହିଳାଙ୍କୁ ସାହାରା ଦେଇ ଉଠାନ୍ତି | ତାପରେ ସୈନିକ ଦୋକାନୀର କଲର ଧରନ୍ତି ଏବଂ ତାକୁ ଭଲରେ ବୁଝାନ୍ତି |

ଏହାପରେ ସୈନିକ ମହିଳାଙ୍କୁ କିଛି ଟଙ୍କା ଦିଅନ୍ତି, ତାଙ୍କ ପୋଷାକକୁ ଠିକ କରିବା ସହିତ ତାଙ୍କୁ ଚପଲ ମଧ୍ୟ ପିନ୍ଧାନ୍ତି, ଯାହାକୁ ଦେଖି ଲୋକମାନେ ଏହି ସୈନିକଙ୍କୁ ସାଲ୍ୟୁଟ କରୁଛନ୍ତି | ଲୋକମାନେ କହିଛନ୍ତି ଯେ ସୈନିକ ମାନବିକତାର ଏକ ବଡ଼ ଉଦାହରଣ ଦେଇଛନ୍ତି | ବେସାହାରା ଲୋକମାନେ ଯେଉଁଠି ଜାଗା ପାଆନ୍ତି ସେଇଠି ସୋଇପଡନ୍ତି, ଏଥିପାଇଁ ସେମାନଙ୍କୁ ଅନେକଥର ଦୋକାନୀମାନଙ୍କର ଅତ୍ୟାଚାର ମଧ୍ୟ ସାମ୍ନା କରିବାକୁ ପଡିଥାଏ |

Leave a Reply

Your email address will not be published. Required fields are marked *