ଏହି ଦୋକାନରେ ମିଳୁଛି ବଚପନ କା ପ୍ୟାର, ୧ କେଜିର ମୂଲ୍ୟ ୫୮୦ ଟଙ୍କା

ସୁରଟରେ ବିକ୍ରି ହେଉଛି ବଚପନ କା ପ୍ୟାର :-

ବଚପନ କା ପ୍ୟାର ପାଇବାକୁ ଚାହୁଁଛନ୍ତି କି ? ଯଦି ପାଇବାକୁ ଚାହୁଁଛନ୍ତି ତେବେ ଗୁଜୁରାଟର ସୁରଟରେ ଥିବା ଏହି ମିଠା ଦୋକାନରେ ପହଞ୍ଚିଯାଆନ୍ତୁ | ସେଠାରେ ୧ କେଜିକୁ ୫୮୦ ଟଙ୍କାରେ ବଚପନ କା ପ୍ୟାର ବିକ୍ରି ହେଉଛି | ବାସ୍ତବରେ ଏହି ଦୋକାନ ଲୋକମାନଙ୍କର ପିଲାଦିନର ସ୍ମୃତିଗୁଡିକୁ ମନେପକାଇବା ଉଦ୍ଦେଶ୍ୟରେ ଗୋଟିଏ ସ୍ପେଶାଲ ମିଠା ତିଆରି କରିଛି, ଯାହାର ନାମ ‘ବଚପନ କା ପ୍ୟାର’ ରଖାଯାଇଛି | ଆପଣ ଜାଣିଛନ୍ତି ନା, ଯେ ଆଜିକାଲି ଛତିଶଗଡ଼ର ଛୋଟ ସହଦେଵଙ୍କ ଗୀତ ‘ବଚପନ କା ପ୍ୟାର’ ଗୀତ କେତେ ଭାଇରଲ ହେଉଛି |

କେବଳ ନାମ ନୁହେଁ, ସ୍ୱାଦ ମଧ୍ୟ ବହୁତ ଅଲଗା :-

ଏହି ଦୋକାନର ନାମ 24 Carats ଅଟେ, ଯାହାକୁ ରାଧା ମିଠାବାଲା ଚଳାଇଥାନ୍ତି | ସେ କହିଛନ୍ତି ଯେ ରାକ୍ଷୀପୂର୍ଣ୍ଣିମା ପାଖେଇ ଆସୁଛି | ଏଥିପାଇଁ ଆମେ ଭାଇଭଉଣୀଙ୍କ ପିଲାଦିନକୁ ମନେପକାଇବା ଉଦ୍ଦେଶ୍ୟରେ ମିଠାକୁ ଏହି ନାମ ଦେଇଛୁ | ସେ କହିଛନ୍ତି ଯେ କେବଳ ମିଠାର ନାମ ୟୁନିକ ନାହିଁ ବରଂ ତାର ସ୍ୱାଦ ମଧ୍ୟ ବହୁତ ଅଲଗା ଅଟେ |

ପିଲାଦିନ ପରି ବବଲଗମ ଫ୍ଲେବର :-

ଏହି ମିଠାରେ ବବଲଗମର ଫ୍ଲେବରକୁ ବ୍ୟବହାର କରାଯାଇଛି, ଯାହା ଅନେକ ସମୟ ପୂର୍ବରୁ ପିଲାମାନଙ୍କର ଫେଭରେଟ ଥିଲା | ଦୋକାନୀ ସେହି ଟେଷ୍ଟକୁ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି, ଯାହାଦ୍ୱାରା ଲୋକମାନଙ୍କର ପିଲାଦିନ ମନେପଡିଯିବ | କୁହାଯାଉଛି ଯେ ଏହି ମିଠା ଦୋକାନରେ ୧ କେଜି ମିଠାକୁ ୫୮୦ ଟଙ୍କାରେ ବିକ୍ରି କରାଯାଉଛି |

ପିଲାଦିନକୁ ନେଇଯାଉଛି ଏହି ସ୍ୱାଦ :-

ଜଣେ ମହିଳା ଗ୍ରାହକ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ଆମେ ଏହି ଦୋକାନରେ ଅନେକ ପ୍ରକାରର ମିଠା ଦେଖିଛୁ, କିନ୍ତୁ ବଚପନ କା ପ୍ୟାର ନାମକ ଏହି ମିଠା ଆମ ଧ୍ୟାନ ଆକର୍ଷଣ କଲା | ଯେତେବେଳେ ଆମେ ତାକୁ ଚାଖିଲୁ, ତାର ସ୍ୱାଦ ବହୁତ ଅଲଗା ଲାଗିଲା | ତାହା ସେହି ବବଲଗମ ପରି ଥିଲା, ଯାହାକୁ ଆମେ ପିଲାଦିନେ ଖାଉଥିଲୁ | ସେମିତି ଏହାକୁ ଖାଇ ଏପରି ଲାଗିଲା ଯେ ଯେପରି ଆମେ ପିଲାଦିନକୁ ଫେରିଯାଇଛୁ |

Leave a Reply

Your email address will not be published.