ଗୁଣ୍ଡା ବନିଲା କଳାକାର, ହସ୍ପିଟାଲରେ ରୋଗୀଙ୍କ ସାମ୍ନାରେ ଗାଇଲା ଏମିତି ଗୀତ,ଏହି ଭିଡ଼ିଓ ଇଣ୍ଟରନେଟରେ ସୃଷ୍ଟି କଲା ହଲଚଲ

କ୍ରାଇମ ଗ୍ୟାଙ୍ଗର ଜଣେ ପୁରୁଣା ସଦସ୍ୟ ହସ୍ପିଟାଲରେ ନିଜର ମ୍ୟୁଜିକ ପ୍ରଦର୍ଶନ ପରେ ଇଣ୍ଟରନେଟ ସନସନି ବନିଗଲା|ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି|୨୮ ବର୍ଷୀୟ ଏନରିକ ରୋଡ୍ଗିଜ ଯିଏ ବର୍ତ୍ତମାନ ରବର୍ଟ ବୁଡ ଜନସନ ୟୁନିଭରସିଟି ହସ୍ପିଟାଲରେ ଜଣେ କୋଲୋବୋଟାମିଷ୍ଟ ଭାବରେ କାମ କରୁଅଛନ୍ତି|ସେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି|ସେ ରୋଗୀଙ୍କ ସାମ୍ନାରେ ବସି ଗୀତ ଶୁଣାନ୍ତି ଫଳରେ ନେଟିଜେନ୍ସର ଧ୍ୟାନ ତାଙ୍କ ପ୍ରତି ଆକର୍ଷିତ ହୋଇଥାଏ|

ଡେଲିମେଲର ଏକ ରିପୋର୍ଟ ଅନୁଯାୟୀ ନ୍ୟୁ ଜର୍ସୀ ଗ୍ୟାଙ୍ଗ ସହ ତାଲୁକ ରଖୁଥିବା ରୋଡ୍ଗିଜ ଜଣେ ମ୍ୟୁଜିକାଲ ଷ୍ଟାର ବନିଯାଇଛନ୍ତି, ଯେତେବେଳେ ସେ ଟିକଟକ ଏକାଉଣ୍ଟରେ ହସ୍ପିଟାଲର ଆଇସିୟୁରେ ଗମ୍ଭୀର ଭାବରେ ପିଡିତ ରୋଗୀଙ୍କ ପାଇଁ ପିଆନୋ ବଜାଉଥିବା ଭିଡିଓ ପୋଷ୍ଟ କରିଥିଲେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by TheSingingPhlebotomist (@thesingingphlebotomist)

ରୋଡ୍ରିଗେଜ ଜରୁରୀ ଲୋକଙ୍କ ସାହାଯ୍ୟ ପାଇଁ ଅପରାଧ ଛାଡି ଦେଇଥିଲେ|ସେ ଡେଲିମେଲକୁ କହିଛନ୍ତି ଯେ ମୁଁ ଲୋକଙ୍କୁ ହଇରାଣ କଲି ଓ ପୁଣି ଭଗବାନ ସେତେବେଳେ ମୋତେ ରାସ୍ତା ଦେଖାଇଲେ ଯେତେବେଳେ ମୋ ପାଇଁ ଅନ୍ୟର ଆବଶ୍ୟକ ଥିଲା|ମୋତେ ଜଣାଥିଲା ଯେ ଭଗବାନ ଚାହୁଁଥିଲେ ଯେ ଲୋକଙ୍କ ଦେଖାଶୁଣା ସେଭଳି କରେ ଯେପରି ସେ ମୋର କରିଥିଲେ ଓ ଏଥିପାଇଁ ହସ୍ପିଟାଲ ସବୁଠାରୁ ଉତ୍କୃଷ୍ଟ ଜାଗା|

ସମାଚାର ରିପୋର୍ଟ ଅନୁସାରେ ୨୦୦୯ରେ ରୋଡ୍ରିଗେଜଙ୍କ ବଡଭାଇ ଜେଲ ଯାଇଥିଲେ|ଜେଲରେ ରୋଡ୍ରିଗେଜ ଭାଇଙ୍କୁ ହରାଇବା ପରେ ପ୍ରିୟଜନମାନଙ୍କ ଠାରୁ ଅଲଗା ଅନୁଭବ କଲା ଓ କ୍ରାଇମ ଗ୍ୟାଙ୍ଗ ପ୍ରତି ଆକୃଷ୍ଟ ହୋଇଥିଲେ|ତା ପାଇଁ ସବୁ ବଦଳିଗଲା ଯେତେବେଳେ ତାଙ୍କ ମାଁ ପଛରେ ବିରୋଧୀ ଗ୍ୟାଙ୍ଗ ଆସିଲେ|ତାଙ୍କ ମାଁ ଉପରେ ଦୁଇଥର ମରଣାନ୍ତକ ଆକ୍ରମଣ ହୋଇଥିଲା ଯଦିଓ ପୋଲିସ ପରେ ସେମାନଙ୍କୁ ଗିରଫ କରିଥିଲା|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by TheSingingPhlebotomist (@thesingingphlebotomist)

ରୋଡ୍ରିଗେଜ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ମୋଡ ଥିଲା,ଏହି ଘଟଣା ପରେ ସେ ନିଜକୁ ଭଲ କାମ ପାଇଁ ସମର୍ପିତ କଲା|ସେ ସମାଚାର ୱେବସାଇଟକୁ କହିଲେ ଯେ ମୁଁ ବହୁତ ଖରାପ କାମ କରିଛି ଓ ଖରାପ ଲୋକଙ୍କ ସହ ମିଶିଛି|ମୁ କୃତଜ୍ଞ ଯେ ଭଗବାନ ମୋର ଓ ମୋ ପରିବାରର ଧ୍ୟାନ ରଖିଲେ|ସେ ଗୋଟିଏ ନୂଆ ଜୀବନ ଆରମ୍ଭ କରିବାକୁ ସୁଯୋଗ ଦେଲେ ଓ ସଙ୍ଗୀତ ଏହାର ଏକ ବଡ ଅଂଶ|

Leave a Reply

Your email address will not be published. Required fields are marked *