‘ବିବାହର ଫୋଟ ଲୁଚାଇ ଦିଅ , ତାଲିବାନଙ୍କୁ ଜଣା ନପଡିବା ଦରକାରକି ତୁମେ…’,କାବୁଲରେ ସ୍ତ୍ରୀଙ୍କୁ ସ୍ଵାମୀ ପଠାଇଲେ ଏମିତି ମେସେଜ,ଜାଣନ୍ତୁ ପୁରା ଘଟଣା

ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ମାତ୍ରେ ଏକ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଖରର ପ୍ରକାଶ ପାଇଛିଯେ, ଏହି ପରିପ୍ରେକ୍ଷୀରେ ତାଲିବାନର ବରିଷ୍ଠ ନେତାମାନେ ପୂର୍ବତନ ରାଷ୍ଟ୍ରପତି ହାମିଦ କରଜଇ ଏବଂ ଆଫଗାନିସ୍ତାନ ଶାନ୍ତି ଆଲୋଚନା ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ତଥାପି, ଆଫଗାନିସ୍ତାନର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ରାସ୍ତାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସହରରେ ଦୌଡା ଦୌଡି ଲାଗିଛନ୍ତି।

ଏଥିସହିତ, ଭାରତରେ କିଛି ଲୋକ ଅଛନ୍ତି ଯାହାର ସମ୍ପର୍କୀୟମାନେ କିମ୍ଵା ସେମାନଙ୍କର କିଛି କାମ ସଂପର୍କରେ ଆଫଗାନିସ୍ତାନ ଯାଇଥିଲେ କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଫେରି ପାରିନାହାନ୍ତି। ଏଭଳି ପରିସ୍ଥିତିରେ ଭାରତରେ ରହୁଥିବା ସେମାନଙ୍କ ପରିବାର ଚିନ୍ତାରେ ବୁଡି ରହି ପ୍ରାର୍ଥନା କରୁଛନ୍ତିଯେ, ସେମାନଙ୍କ ପରିବାର ସଦସ୍ୟ ନିରାପଦରେ ଦେଶକୁ ଫେରିଆସନ୍ତୁ। ଏହି ସମୟ ମଧ୍ୟରେ ଖବର ଆସିଛିଯେ, କୋଲକାତା ବାସିନ୍ଦା ସୁବ୍ରତ ଦତ୍ତଙ୍କ ସ୍ତ୍ରୀ ତାଙ୍କ ପରିବାର ସହିତ ଦେଖା କରିବା ପାଇଁ ଆଫଗାନିସ୍ତାନକୁ ଯାଇଥିଲେ କିନ୍ତୁ ସେ ଏପର୍ଯ୍ୟନ୍ତ ଫେରିନାହାଁନ୍ତି କିମ୍ବା ତାଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ମଧ୍ୟ ହୋଇପାରିନାହିଁ।

ଉତ୍ତର କୋଲକାତାର ନାଗରବାଜ ଅଞ୍ଚଳରେ ରହୁଥିବା ସୁବ୍ରତ ଦତ୍ତ କହିଛନ୍ତିଯେ, ତାଙ୍କ ସ୍ତ୍ରୀ ଚଳିତ ବର୍ଷ ଜୁନ ମାସରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ। ଶେଷ ଥର ପାଇଁ ସେ ତାଙ୍କ ସ୍ତ୍ରୀଙ୍କ ସହ ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ କଥା ହୋଇଥିଲେ, କିନ୍ତୁ ଏହା ପରେ ସେମାନଙ୍କର ଆଉ ସମ୍ପର୍କ ହୋଇପାରିନଥିଲା ଏବଂ ସେମାନେ ଆଉ କଥା ହୋଇପାରିନଥିଲେ। କଥାବାର୍ତ୍ତା ସମୟରେ ସୁବ୍ରତ ଦତ୍ତ ତାଙ୍କ ସ୍ତ୍ରୀଙ୍କୁ ତାଲିବାନ ଆତଙ୍କବାଦୀଙ୍କୁ ଏଡାଇବା ପାଇଁ ଅନେକ କଥା କହିଥିଲେ।

ଲୁଚାଇ ରଖିଲେ ବିବାହ ସହ ଜଡିତ ସମସ୍ତ ଫୋଟ ଓ ସାର୍ଟିଫିକେଟ:-

ସୁବ୍ରତ କହିଛନ୍ତିଯେ, ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ କାବୁ କରିଥିବାର ଜାଣିବା ମାତ୍ରେ ସେ ସଙ୍ଗେ ସଙ୍ଗେ ତାଙ୍କ ସ୍ତ୍ରୀଙ୍କୁ ବିବାହ ସମ୍ବନ୍ଧୀୟ ସମସ୍ତ ଫଟୋଗ୍ରାଫ ଏବଂ ପ୍ରମାଣପତ୍ର ମେସେଜ କରି ଲୁଚାଇବାକୁ କହିଥିଲେ ଯାହାଦ୍ଵାରା ତାଲିବାନ ଆତଙ୍କବାଦୀମାନେ ସେଠାରେ ପହଞ୍ଚିଲେ ମଧ୍ୟ ତାଙ୍କୁ ଏହା ଜଣା ନପଡୁଯେ, ସେମାନେ ନିଜ ଦେଶ ବାହାରେ ଅନ୍ୟ ଧର୍ମରେ ବିବାହ କରିଛନ୍ତି ବୋଲି। ଏହାସହିତ ମୁଁ ମଧ୍ୟ କହିଥିଲିଯେ, ସେ ଯଥାଶୀଘ୍ର ଭାରତକୁ ଫେରିବା ଉଚିତ। ମୁଁ ମୋ ସ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ, ଆମ ଦୁହେଁଙ୍କ ସମ୍ପର୍କ କଟିଯାଇଥିଲା ଏବଂ ସୋମବାର ଠାରୁ ମୁଁ ଏପର୍ଯ୍ୟନ୍ତ ମୋ ତାଙ୍କ ସହ କଥା ହୋଇପାରି ନାହିଁ।

୨୦୧୫ ମସିହାରେ ବିବାହ ହୋଇଥିଲା:-

ସୁବ୍ରତ କହିଛନ୍ତିଯେ,”କିଛି ବର୍ଷ ପୂର୍ବେ କିଛି କାମ ମୁଁ ଆଫଗାନିସ୍ତାନ ଯାଇଥିଲି ଯେଉଁଠାରେ ଆମେ ଦୁହେଁ ଭେଟିଥିଲୁ। ମୋର ଚାକିରି ପ୍ରୋଫାଇଲ ଏପରି ଥିଲାଯେ, ମୋତେ ସବୁବେଳେ ସଶସ୍ତ୍ର ସୁରକ୍ଷାକର୍ମୀମାନେ ଘେରି ରହିଥିଲେ, ତେଣୁ ଆମେ ଅଧିକ କଥାବାର୍ତ୍ତା କରିପାରିନଥିଲୁ। ଆମେ ଦୁହେଁ ପ୍ରାୟତଃ ଇମେଲ ଏବଂ ଚାଟ ମାଧ୍ୟମରେ କଥାବାର୍ତ୍ତା କରୁଥିଲୁ। ଏହାପରେ ଆମେ ଦୁହେଁ ଏକାଠି ରହିବାକୁ ସ୍ଥିର କଲୁ ଏବଂ ୨୦୧୫ ମସିହାରେ କୋଲକାତାରେ ବିବାହ କଲୁ। ସୁବ୍ରତ ଆହୁରି କହିଛନ୍ତିଯେ,”୫ବର୍ଷ ପୂରଣ କରିବା ପରେ ମୋ ସ୍ତ୍ରୀ ଜୁନ୍ ୧ ତାରିଖରେ ଆଫଗାନିସ୍ତାନ ଯାଇ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଥିଲେ। ମଝିରେ ଆମର ଭଲ ଯୋଗାଯୋଗ ହେଉଥିଲା କିନ୍ତୁ ସୋମବାର ସନ୍ଧ୍ୟାଠାରୁ କୌଣସି ସମ୍ପର୍କ ହୋଇନାହିଁ। ଏପର୍ଯ୍ୟନ୍ତ ମୁଁ ମୋ ସ୍ତ୍ରୀଙ୍କୁ ୧୦୦ରୁ ଅଧିକ ବାର୍ତ୍ତା ପଠାଇ ସାରିଛି। ଏହି ବାର୍ତ୍ତାରେ ମୁଁ ଆଫଗାନିସ୍ତାନରେ ମୋର ବନ୍ଧୁମାନଙ୍କୁ ଏହି ନମ୍ବର ପଠାଇଛି ଯାହାଦ୍ଵାରା ସେ ସେମାନଙ୍କ ସାହାଯ୍ୟରେ ଭାରତୀୟ ଦୂତାବାସରେ ପହଞ୍ଚି ପାରିବେ।”

ଶେଷ ଥର ସେ ଠିକ ଅଛି ବୋଲି କହିଥିଲେ:-

ସୁବ୍ରତ କହିଛନ୍ତିଯେ,”ଅନେକ ବାର୍ତ୍ତା ପଠାଇବା ପରେ ମୋ ସ୍ତ୍ରୀ ଉତ୍ତର ଦେଇନାହାନ୍ତି। ଯେତେବେଳେ ଆମେ ଶେଷ କଥା ହୋଇଥିଲୁ ସେ କହିଥିଲେ ମୁଁ ଭଲ ଅଛି କିନ୍ତୁ ମୁଁ ବୁଝିପାରୁଛିଯେ, ସେ କେବଳ ମୋ ସାନ୍ତ୍ୱନା ପାଇଁ କହୁଛନ୍ତି କାରଣ ଆଫଗାନିସ୍ତାନରେ ଏଭଳି ପରିବେଶ ଅଛି। ତେବେ ସେ ଭଲ ଥିବେ କି ନାହିଁ? ତାଙ୍କର ମା-ବାପା ମଧ୍ୟ ନାହାଁନ୍ତି, କେବଳ ତାଙ୍କ ଭାଇଭଉଣୀ ଅଛନ୍ତି, ଯେତେବେଳେ ମୁଁ ମୋ ସ୍ତ୍ରୀଙ୍କ ସହ କଥା ହେଲି, ସେ ତାଙ୍କ ଭାଇମାନଙ୍କ ସହିତ ସେଠାରେ ଥିଲେ। ତାଙ୍କର ଶେଷ ବାର୍ତ୍ତା ଥିଲାଯେ, ମୁଁ ଭଲ ଅଛି … ଏବଂ ଏହାପରେ ସେ ଅଫଲାଇନ ହୋଇଯାଇଥିଲେ, ମୋ ସ୍ତ୍ରୀଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ମୁଁ ଅନେକ ସରକାରୀ ଏଜେନ୍ସି ସହିତ ମଧ୍ୟ କଥା ହୋଇଛି।”

ତାଙ୍କ ସ୍ତ୍ରୀଙ୍କ ବିଷୟରେ ଚିନ୍ତା କରି ସୁବ୍ରତ ଦତ୍ତ କହିଛନ୍ତିଯେ, ମୁଁ କେବଳ ପ୍ରାର୍ଥନା କରୁଛିଯେ, ସେ ଯଥାଶୀଘ୍ର ଅନଲାଇନରେ ଆସନ୍ତୁ ଏବଂ ସେ ଭଲ ଅଛନ୍ତି କି ନାହିଁ ମୋତେ ଜଣାନ୍ତୁ। ମୋ ସ୍ତ୍ରୀ ସମୁଦ୍ର କୂଳ ବହୁତ ପସନ୍ଦ। ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ସେ ଏହି ମନ୍ଦାରମଣିରେ ସମୁଦ୍ର ଦେଖିଥିଲେ। ସେ ଯେତେବେଳେ ଆସିବେ, ମୁଁ ତାଙ୍କୁ ସମୁଦ୍ର କୂଳକୁ ନେଇଯିବି ଏବଂ ମୁଁ ନିଶ୍ଚିତଯେ, ସେ ଶୀଘ୍ର ଫେରିବେ।”

Leave a Reply

Your email address will not be published. Required fields are marked *