ବିରାଟ କୋହଲୀଙ୍କୁ ଗୌତମ ଗମ୍ଭୀରଙ୍କ ଚେତାବନୀ ! ଟି-୨୦ ବିଶ୍ଵକପରେ ଏହି ଦଳ ଭାରତ ବିରୁଦ୍ଧରେ କରିପାରନ୍ତି ବଡ ଖେଳ

ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କର କହିବା ଅନୁସାରେ ଭାରତ ଟି-୨୦ ବିଶ୍ଵକପରେ ନିଜର ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ତୁଳନାରେ ଅଧିକ ମଜବୁତ ଦଳ ଅଟେ ଓ ବିଜୟର ସହ ନିଜର ଅଭିଯାନ ଆରମ୍ଭ କରିବ କିନ୍ତୁ ରାଶିଦ ଖାନଙ୍କ ନେତୃତ୍ଵରେ ଆଫଗାନିସ୍ଥାନର ଦଳ ଅସୁବିଧା କରିପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ତାରିଖରେ ଦୁବାଇ ଷ୍ଟାଡିୟମରେ ନିଜର ଲିଗର ଏହି ଅଭିୟାନକୁ ଆରମ୍ଭ କରିବ।

ଏହି ବଡ ଦାବି ଗମ୍ଭୀର କରିଲେ:-

ଟି-୨୦ ବିଶ୍ଵକପ ୨୦୦୭ର ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ୭୫ରନର ସ୍ମରଣୀୟ ଇନିଙ୍ଗ୍ସ ଖେଳିଥିବା ଗମ୍ଭୀର କହିଲେକି ଭାରତର ପଡୋଶୀ ଦେଶ ଉପରେ ଅତ୍ୟଧିକ ଚାପ ରହିବ। ଗମ୍ଭୀର ଷ୍ଟାର ସ୍ପୋର୍ଟ୍ସ ସହ କଥା ହେଉଥିବା ସମୟରେ କହିଲେକି,’ପାକିସ୍ତାନୀ ଦଳ ନିକଟରୁ ବହୁତ ଅଧିକ ଆଶା କରାଯିବ ଓ ଯଦି ଆପଣ ବର୍ତ୍ତମାନ ସମୟର ସ୍ଥିତି ଉପରେ ନଜର ରଖାଯିବ ତେବେ ଭାରତ ପାକିସ୍ତାନ ମଧ୍ୟରେ ସ୍ଥିତି ମଜବୁତ ଅଛି। ଟି-୨୦ ରୂପରେ ଯେଉଁଥିରେ କୌଣସି ଦଳକୁ ଭାରତ ହରାଇପାରିବ। କାରଣ ବର୍ତ୍ତମାନ ସମୟରେ ଏହି ଦଳରେ ଅନେକ ବ୍ୟକ୍ତିଗତ ପ୍ରଦର୍ଶନ ଦେଖାଉବା ଭଳି ଖେଳାଳି ଅଛନ୍ତି ଓ ସେଥିପାଇଁ ଆମେ କୌଣସି ଦଳକୁ କେବେବି ଦୁର୍ବଳ ବୋଲି ଭାବିବା ଉଚିତ ନୁହେଁ ।

ସେ କହିଲେ ଭାରତକୁ ଏହି ଦଳ ଠାରୁ ଅଛି ବିପଦ:-

ଗୌତମ ଗମ୍ଭୀର କହିଛନ୍ତିଯେ, ‘ଉଦାହରଣ ରୂପରେ, ଆପଣ ଆଫଗାନିସ୍ତାନକୁ ହାଲ୍କାରେ ନେଇପାରିବେ ନାହିଁ। ରାଶିଦ ଖାନଙ୍କ ପରି ଅନେକ ଖେଳାଳିମାନେ ଏହି ପରିବର୍ତ୍ତନ କରିପାରିବେ। ଏହା ପାକିସ୍ତାନ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ କିନ୍ତୁ ହଁ ପାକିସ୍ତାନ ଉପରେ ଅତ୍ୟଧିକ ଚାପ ପଡ଼ିପାରେ। ସେ କହିଲେକି ଆଫଗାନିସ୍ଥାନର ଖେଳାଳି ଷ୍ଟାଡିୟମରେ ପ୍ରିମିୟର ଲିଗରେ ଖେଳୁଥିବାର ସେହିଭଳି ପ୍ରତିସ୍ପର୍ଦ୍ଧା ଦଳ ରୂପରେ ପରିଚିତ ହୋଇଛନ୍ତି ଓ ସେମାନେ କିଛିବି କରିପାରିବେ।

ଆଫଗାନିସ୍ଥାନର ଦଳ ହେଉଛି ଛୁପା ରୁସ୍ତମ:-

ଗୌତମ ଗମ୍ଭୀର କହିଲେକି,’ମୋ ଅନୁସାରେ ଆଫଗାନିସ୍ଥାନ ହେଉଛି ଏହି ଟୁର୍ଣ୍ଣାମେଣ୍ଟରେ ଏକ ଦଳ ଯିଏକି ଛୁପା ରୁସ୍ତମ ରୂପରେ ଭାଗ ନେବ। ଏହା ବ୍ଯତୀତ ତାଙ୍କ ପାଖରେ ରାଶିଦ ଖାନ, ମୁଜୀବ ଉର ରହମାନ ଓ ମହମ୍ମଦ ନବୀଙ୍କ ପରି ଖେଳାଳି ଅଛନ୍ତି। ଆପଣ ତାଙ୍କର ଏହି ଖେଳାଳିମାନଙ୍କୁ ହାଲୁକା ଭାବରେ ଆଦୌ ନେଇପାରିବେ ନାହିଁ।’ ଗୃପ ଏ ରେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରି ଦଳ ଅଛନ୍ତି। ଓ ଗମ୍ଭୀର ଏହି ଗୃପକୁ ବିପଦଜନ୍ନକ ଗୃପ ବୋଲି କହିଥିଲେ। ସେ କହିଲେକି,’ଏହା ଅସଲରେ ଏକ ବାସ୍ତବିକ ଗୃପ ଅଟେ। ଏହି ଚାରୋଟି ଦଳ ଅକ୍ଟୋବର ୨୩ ତାରିଖରେ ପଡିଆକୁ ଉଲ୍ହାଇବେ। ଶନିବାର ଦିନର ଏହି ମ୍ଯାଚ ବହୁତ ରୋମାଞ୍ଚକ ହେବ।’

Leave a Reply

Your email address will not be published. Required fields are marked *