Best Electric scooty : ଭାରତର ଟପ୍-୫ ଇଲେକ୍ଟ୍ରିକ ସ୍କୁଟି,୨୩୬ କିମି ଚାଲିବ ଥରେ ଚାର୍ଜ କଲେ,ଜାଣନ୍ତୁ ସମସ୍ତ ସ୍କୁଟି ବିଷୟରେ

ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆକାଶଛୁଆଁ ହେଉଛି|ଏଥିପାଇଁ ଇଲେକ୍ଟ୍ରିକ ବାହାନ ଆଡକୁ ଲୋକମାନେ ଆକର୍ଷିତ ହେଉଛନ୍ତି|କିଛି ଦିନ ପୂର୍ବରୁ ଇଲେକ୍ଟ୍ରିକ ସ୍କୁଟର ଚର୍ଚ୍ଚାରେ ରହିଛି|ଏଵେ ଦୁଇଟି ନୂଆଁ ଇଲେକ୍ଟ୍ରିକ ସ୍କୁଟର ଭାରତୀୟ ଇଲେକ୍ଟ୍ରିକ ଦୁଇ ଚକିଆ ସେଗମେଣ୍ଟରେ ଏଣ୍ଟ୍ରି କରିଛନ୍ତି|ଯେଉଁଠି କେବ ଏଗ୍ରିଗେଟର ଠାରୁ ବାହାନ ନିର୍ମାତା ହୋଇଥିବା କମ୍ପାନୀ ଓଲା ନିଜର ପ୍ରଥମ ଇଲକ୍ଟ୍ରିକ ସ୍କୁଟର ଲଞ୍ଚ କରିଛନ୍ତି|ବାଙ୍ଗାଲୋର ସ୍ଥିତ ଷ୍ଟାର୍ଟ ଅପ ସିଙ୍ଗଲ ଏନର୍ଜି ମଧ୍ୟ ନିଜର ପ୍ରଥମ ଫ୍ଲାଗସିପ ସ୍କୁଟର ଲଞ୍ଚ କରିଛନ୍ତି,ଯାହା ଡ୍ରାଇଭିଙ୍ଗ ମାମଲାରେ ସବୁଠାରୁ ଅଧିକ ଡ୍ରାଇଭିଙ୍ଗ ରେଞ୍ଜ ଦେଉଥିବା ସ୍କୁଟର ଭାବେ ପରିଚିତ|ଯଦି ଆପଣ ଇଲେକ୍ଟ୍ରିକ ବାହାନ କିଣିବାକୁ ଚାହୁଁଛନ୍ତି ତେଵେ ଏଵେ ମହଜୁଦ ରହିଛି|ମୁଁ ଆପଣଙ୍କୁ କହୁଛି ଅଧିକ ରେଞ୍ଜ ଦେଉଥିବା ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ|

ଓଲା ଇଲେକ୍ଟ୍ରିକ ସ୍କୁଟର:

ପ୍ରମିୟମ ଇଲେକ୍ଟ୍ରିକ ସ୍କୁଟର ସେଗମେଣ୍ଟରେ ଏଵେ ଓଲା ଇଲେକ୍ଟ୍ରିକ ଏସ୍-୧ ଓ ଏସ୍-୧ ପ୍ରୋ ସ୍କୁଟର ଲଞ୍ଚ କରିଛନ୍ତି|ଏସ୍-୧ ସ୍କୁଟରର ଦାମ ୯୯,୯୯୯ ଟଙ୍କା ହୋଇଥିଲା ବେଳେ ଏସ୍-୧ ପ୍ରୋର ମୂଲ୍ୟ ୧,୨୯,୯୯୯ ଟଙ୍କା ରଖାଯାଇଛି|ଓଲା ଇଲେକ୍ଟ୍ରିକ ବହୁ ବ୍ୟାଙ୍କ ସହ ସହଭାଗିତା କରିଛି ଯିଏ ଇଏମାଇ ଦେବ|ଏଥିପାଇଁ ଇଏମଆଇ ବିକଳ୍ପ ୨,୯୯୯ ମାସିକ ରହିଛି|

ଓଲା ଏସ୍-୧ ପ୍ରୋରେ ବଡ ବ୍ୟାଟେରୀ କ୍ଷମତା ୩.୯୭ କିଲୋୱାଟ ଦିଆଯାଇଛି|ଓଲା ଏସ୍ ୱନ ପ୍ରୋ ଥରେ ଚାର୍ଜରେ ୧୮୧ କିମି ଯିବାର ଦାବି କରିଛନ୍ତି|ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟାଟେରୀ କାରଣରୁ ଫୁଲ ଚାର୍ଜ ହେବାପାଇଁ ୬ ଘଣ୍ଟା ୩୦ ମିନିଟ ସମୟ ଲାଗିଥାଏ|

ଓଲା ଇଲେକ୍ଟ୍ରିକ ଦାବି କରିଛନ୍ତି ଯେ ଏସ-୧ ପ୍ରୋର ବ୍ୟାଟେରୀକୁ ମାତ୍ର ୧୮ ମିନିଟରେ ୫୦% ଚାର୍ଜ କରାଯାଇପାରିବ ଯେଉଁଥିରେ ୭୫ କିମି ଯାଇପାରିବେ|ଏହାର ଟପ ସ୍ପିଡ ୧୧୫ କିମି ପ୍ରତି ଘଣ୍ଟା ରହିଛି|ଏସ୍-୧ ପ୍ରୋ ୩ ସେକେଣ୍ଡରେ ୦-୪୦ କିମି ପ୍ରତି ଘଣ୍ଟା ସ୍ପିଡ ଧରିପାରେ|

Leave a Reply

Your email address will not be published. Required fields are marked *