ଆଫଗାନିସ୍ତାନରେ ୧୫୦ ଭାରତୀୟଙ୍କୁ ଅଟକ ରଖିଛି ତାଲିବାନ !

ଆଫଗାନିସ୍ତାନରେ ୧୫୦ ଭାରତୀୟଙ୍କୁ ତାଲିବାନ ଅଟକ ରଖିଥିବାର ସୂଚନା ମିଳିଛି। ତାଲିବାନ ମିଡିଆରେ ଏହି ସମ୍ପର୍କରେ ରି-ପୋର୍ଟ ପ୍ରକାଶ ପାଇଛି। କିନ୍ତୁ, ତାଲିବାନ ଏହି ଖବରକୁ ଖାରଜ କରିଛି। ୧୫୦ ଜଣ ଭାରତୀୟ ଙ୍କୁ ଅଟକ ରଖାଯାଇଥିବାର ଖବର କାବୁଲରେ ଥିବା ନ୍ୟୁୟର୍କ ଟାଇମ୍ସର ପ୍ରତି-ନିଧି ସରିଫ ହାସନ ଟ୍ୱିଟ କରି ଜଣାଇଥିଲେ। ହାସନଙ୍କ କହିବା ଅନୁଯାୟୀ, ତାଲିବାନ ଦଳର ମୁଖ୍ୟଙ୍କ ପାଖରୁ ଏହି ସମ୍ପର୍କରେ ଖବର ମିଳିଛି ବୋଲି ସେ କହିଛନ୍ତି। ବୈଦେଶିକ ମନ୍ତ୍ରା-ଳୟ ଏ ସମ୍ପର୍କରେ କୌଣସି ବି ପ୍ରତି-କ୍ରିୟା ରଖିନାହାନ୍ତି। କିନ୍ତୁ, ମିଳିଥିବା ସୂଚନା ଅନୁସାରେ, ଅଟକ ରଖାଯାଇଥିବା ୧୫୦ ଜଣ ଭାରତୀୟ ସୁର-କ୍ଷିତ ଅଛନ୍ତି।

ଏହି ଖବର ପ୍ରସାରିତ ହେବାର କିଛି ସମୟ ପୂର୍ବରୁ ଭାରତୀୟ ବାୟୁସେ-ନାର C-130J ବିମାନ କାବୁଲରୁ ୮୫ ଜଣ ଭାରତୀୟଙ୍କୁ ଉ-ଦ୍ଧାର କରିବାରେ ସଫଳ ହୋଇଛି। ସେମାନେ ଏବେ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ଭାରତୀୟ ବାୟୁସେନାର ବିମାନଟି ତାଜିକିସ୍ତାନରେ ନିରା-ପଦରେ ଅବତରଣ କରିଥିଲା। ଆଉ ଏକ ବିମାନ C-17 କାବୁଲରେ ଅଛି। ଯାହାକି,ଯେ କୌଣସି ସମୟରେ ଭାରତୀୟଙ୍କୁ ସ୍ଥାନାନ୍ତର କରିବା ପାଇଁ।

ଆଜି ସକାଳ ସମୟରୁ ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ କାବୁଲର ବିମାନବନ୍ଦରକୁ ଆଣିବାକୁ ଚେଷ୍ଟା କରାଯାଉଛି। ସେମାନଙ୍କ ପାଇଁ ଏକ ନିରାପଦ ଯାତ୍ରା ବ୍ୟବସ୍ଥା ହୋଇଥିବା ମଧ୍ୟ ସୂଚନା ମିଳିଛି। ସୂଚନା ଅନୁସାରେ, ଆସନ୍ତାକାଲି ତାଲିବାନ ନିଜର ସରକାର ଗଢ଼ିବାର ନେଇ ଘୋଷଣା କରିପାରେ। ଘୋଷଣା ପୂର୍ବରୁ ଯଥା ସମ୍ଭବ ଭାରତୀୟଙ୍କୁ କାବୁଲ ବିମାନବନ୍ଦରକୁ ଆଣି ସୁର-କ୍ଷିତ ରଖିବାକୁ ପ୍ରୟାସ ଚଳାଇଛି ଭାରତ।

ସୂଚନା ଅନୁସାରେ, ଆଫଗାନିସ୍ତାନରେ ରହୁଥିବା ଭାରତୀୟ ଦୂ-ତ ଅନେକ ଭାରତୀୟଙ୍କୁ ସୁର-କ୍ଷିତ ଭାବରେ ଉ-ଦ୍ଧାର କରି ସ୍ଥାନାନ୍ତରିତ କରୁଛନ୍ତି। କିନ୍ତୁ,ଏବେ ମଧ୍ୟ ୧୦୦୦ରୁ ଅଧିକ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି। ସମସ୍ତଙ୍କୁ ସୁର-କ୍ଷିତ ଭାବରେ ଉ-ଦ୍ଧାର କରିବାକୁ ପ୍ରୟାସ ଚଳାଇଛି ଭାରତ। ଆଫଗାନିସ୍ତାନର ବିଭିନ୍ନ ସହରର ତାଲିବାନୀ ମାନେ ବନ୍ଧୁ-କ ଧରି ଆ-ତଙ୍କ ଖେଳାଉଛନ୍ତି। ଫଳରେ, ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାରେ କଷ୍ଟ ସାବ୍ୟସ୍ତ ହେଉଛି।

ଅନ୍ୟପାର୍ଶ୍ବରେ ଆଉ ଏକ ଖବର ପ୍ରସାରିତ ହେଉଛି ଯେ, ଆଫଗାନିସ୍ତାନରେ ଥିବା ଭାରତୀୟ ସୁର-କ୍ଷିତ ଅଛନ୍ତି। ଆଫଗାନିସ୍ତାନର ମିଡିଆରେ ଏହି ଖବର ପ୍ରକାଶ ପାଇଥିବାର ସୂଚନା ମିଳୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *