ଦେଖନ୍ତୁ ଭିଡିଓ : ସାପ ଧରାଳି ଏକସ୍ପୋର୍ଟଙ୍କ ମୃ-ତ୍ୟୁ ପୂର୍ବରୁ ଭିଡିଓ ହେଲା ଭାଇରାଲ, କୋବ୍ରା ସାପକୁ ରକ୍ଷା କରିବାକୁ ଯାଇଥିଲେ, କିନ୍ତୁ ଜୀବନ ଚାଲିଗଲା

ସାପ ଦୁନିଆର ସବୁଠାରୁ ବିଷାକ୍ତ ପଶୁମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ସାପମାନଙ୍କର ମଧ୍ୟ ଅନେକ ପ୍ରଜାତି ଥାଏ ଯେଉଁଥିରେ କିଛି ବହୁତ ବିଷାକ୍ତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ କିଙ୍ଗ କୋବ୍ରାର ନାମ ସବୁଠାରୁ ଉପରେ ଅଛି। କୋବ୍ରା ସାପର ବିଷ ବହୁତ ବିଷାକ୍ତ ହୋଇଥାଏ। ଏହା କୌଣସି ବ୍ୟକ୍ତିଙ୍କୁ କଟିଦେଲେ ବଞ୍ଚିବା ବହୁତ ଅସୁବିଧା ହୋଇଯାଏ। ପୁଣି ସେ ସାପ ଧରୁଥିବା ଏକ୍ସପୋର୍ଟ ହେଉନ୍ତି ନା କାହିଁକି।

ବର୍ତ୍ତମାନ ରାଜସ୍ଥାନର ପାଳି ଶେଖାବତ ନଗର ନିବାସୀ ସର୍ପ ବିଶେଷଜ୍ଞ ମନୀଷ ବୈଷ୍ଣବ(ପୁତ୍ର ବିଜୟଦାସ)ଙ୍କୁ ନେଇ ନିଅନ୍ତୁ। ୧୯ବର୍ଷର ମନୀଷ ସାପ ଧରିବାରେ ମାହିର ଅଟନ୍ତି। ସେ ନିଜ ପାଖ ଅଞ୍ଚଳରେ ସାପକୁ ଧରି ଜଙ୍ଗଲରେ ଛାଡିଦିଅନ୍ତି। ଏହି କାମ ସେ ମାଗଣାରେ କରନ୍ତି। ତାଙ୍କର ଏହି କାରଣରୁ ବର୍ତ୍ତମାନ ପର୍ଯ୍ଯନ୍ତ କେତେ ସାପ ଓ ମଣିଷଙ୍କର ଜୀବନ ବଞ୍ଚିଛି। ଯେତେବେଳେ କେଉଁଠିବି ସାପ ଦେଖାଗଲେ ପ୍ରଥମ କଲ ମନୀଷଙ୍କୁ କରାଯାଏ।

କିନ୍ତୁ ମନୀଷଙ୍କୁ କଣ ଜଣାଥିଲାକି ଯେଉଁ ସାପକୁ ସୁରକ୍ଷିତ ଭାବରେ ନେଇ ଜଙ୍ଗଲରେ ଛାଡୁଛି ସେହି ସାପ ତାଙ୍କର ଜୀବନ ନେଇଯିବ। ନିକଟ ଅତୀତରେ ମନୀଷଙ୍କୁ ଏକ କୋବ୍ରା ସାପ କାଟିଦେଲା। ସାପକୁ କାଟିବା ପରେ ମନୀଷ ଏକ ଭିଡିଓ ମଧ୍ୟ କରିଲେ। ଏହି ଭିଡିଓରେ ସେ ଲୋକଙ୍କୁ ପରାମର୍ଶ ଦେଉଥିଲେକି ସାଧାରଣ ଲୋକ ସାପକୁ ଧରନ୍ତୁ ନାହିଁ। ଯଦି ଧରୁଛନ୍ତି ତେବେ ସାବଧାନ ସହକାରେ ଧରନ୍ତୁ। ଯଦି ସାପ କାଟିଦିଏ ତେବେ ତୁରନ୍ତ ହସ୍ପିଟାଲ ଯାନ୍ତୁ।

ଏହି ଭିଡିଓ ତିଆରି କରିବାର କିଛି ସମୟ ପରେ ମନୀଷଙ୍କ ସ୍ୱାସ୍ଥ୍ୟ ବିଗାଡିବାକୁ ଲାଗିଲା। ଏମିତିରେ ପରିବାର ଲୋକ ତାଙ୍କୁ ପାଳିର ବାଙ୍ଗଡ ହସ୍ପିଟାଲରେ ଭର୍ତ୍ତି କରିଲେ। ସେଠାରେ ତାଙ୍କର ଅବସ୍ଥା ବିଗୁଡିଥିବାରୁ ଡାକ୍ତର ତାଙ୍କୁ ଯୋଧପୁର ରେଫର କରିଲେ, କିନ୍ତୁ ସେଠାରେ ନେଇଯିବା ପୂର୍ବରୁ ମଝି ରାସ୍ତାରେ ମନୀଷଙ୍କର ମୃ-ତ୍ୟୁ ହୋଇଗଲା। ତାଙ୍କର ନିଧନ ପରେ ପରିବାର ଲୋକ ଓ ସାଙ୍ଗ ମାନେ ଶୋକରେ ଅଛନ୍ତି।

ମନୀଷଙ୍କ ସାଙ୍ଗ ବଣ୍ଟି ପାୱାର କହିଲେକି ମନୀଷ ସାପ ଧରିବାରେ ଏକପୋର୍ଟ ଥିଲେ। ତାଙ୍କର ହୁନରକୁ ଦେଖି ବନ ବିଭାଗ ତାଙ୍କୁ ସମ୍ବିଦାରେ ରଖିନେଇଥିଲେ। ମଙ୍ଗଳବାର ଦିନ ଶେଖାଵତ ନଗରରେ କୋବ୍ରା ସାପ ବାହାରିଲା ତାଙ୍କୁ ଧରିବା ସମୟରେ ମନୀଷଙ୍କୁ ସାପ କଟିନେଲା। ସେ ସାପକୁ ଶେଖୋର ଢାଣି ତରଫ ନଦୀରେ ସୁରକ୍ଷିତ ଭାବରେ ଛାଡିଲେ। ଏହାର ଏକ ଭିଡିଓ ମଧ୍ୟ ତିଆରି କରିଥିଲେ। କିନ୍ତୁ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଚାଲିଲା। ଶେଷରେ ସେ ସାପର ବିଷ ଆଗରେ ହାର ମାନିଗଲେ ଓ ମୃ-ତ୍ୟୁ ହୋଇଗଲା।

ମନୀଷଙ୍କ ମୃତ୍ୟୁରେ ତାଙ୍କର ପରିଜନ ଓ ସାଙ୍ଗମାନେ ଗଭୀର ସଦମାରେ ଅଛନ୍ତି। ତାଙ୍କର ପାରିବାରରେ ବଡ ଭଉଣୀ ସଂଗୀତା ଓ ଭାଇ ପ୍ରବୀଣ ଅଛନ୍ତି। ମନୀଷ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ଛୋଟ ଅଟନ୍ତି। ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ। କିନ୍ତୁ ଭାଇ ରାକ୍ଷୀ ବାନ୍ଧିବା ପୂର୍ବରୁ ଚାଲିଗଲେ। ସେ ଅଲଗା ହୋଇଗଲେ। ମନୀଷଙ୍କ ଘର ବର୍ତ୍ତମାନ ଦାୟିତ୍ଵ ମା କାନ୍ତାଦେବୀଙ୍କ ଉପରେ। ତାଙ୍କର ପିତାଙ୍କର କିଛିଦିନ ପୂର୍ବରୁ ଏକ ରୋଗ କାରଣରୁ ମୃତ୍ୟୁ ହୋଇଯାଇଥିଲା।

ମନୀଷଙ୍କ ମୃ-ତ୍ୟୁ ପୂର୍ବରୁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଯିଏବି ଭିଡିଓ ଦେଖିଲା ତାଙ୍କୁ ମନୀଷଙ୍କ ପାଇଁ ଖରାପ ଲାଗିଲା। ସମସ୍ତେ ଏହା କହୁଛନ୍ତିକି ଯେଉଁ ସାପର ସେ ଜୀବନ ବଞ୍ଚାଇଲେ ସେହି ସାପ ତାଙ୍କର ଜୀବନ ନେଇଗଲା।

Leave a Reply

Your email address will not be published. Required fields are marked *