ମୈଦାନରେ ଆଣ୍ଡରସନ ଓ କୋହଲିଙ୍କ ମଧ୍ୟରେ ବାକଯୁ-ଦ୍ଧ, ବିରାଟ କହିଲେ- ଇଏ ତମ ଘର ପଛପଟର ଅଗଣା ନୁହଁ, ଭିଡିଓ ହେଲା ଭାଇରାଲ

ଭାରତ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ ହୋଇଥିବା ସ୍ଲେଡିଂର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲର୍ଡସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ମ୍ୟାଚରେ କୋହଲି ଏବଂ ଆଣ୍ଡରସନଙ୍କ ମଧ୍ୟରେ ଝ-ଗଡ଼ା ହୋଇଥିଲା। ଆଉ ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତ ଦଳର ଅଧିନାୟକ କୋହଲି ମ୍ୟାଚରେ ୧୦ ରନ କରି ଖେଳୁଥିବା ସମୟରେ ଆଣ୍ଡରସନଙ୍କ ଏକ ବଲକୁ ନେଇ ଉଭୟଙ୍କ ମଧ୍ୟରେ ଝ-ଗଡ଼ା ସୃଷ୍ଠି ହୋଇଥିଲା। ଝ-ଗଡ଼ା ସମୟର ବାର୍ତ୍ତା ଷ୍ଟମ୍ପରେ ଲାଗିଥିବା ମାଇକରେ ରେ-କର୍ଡ ହୋଇଯାଇଥିଲା। ଆଣ୍ଡରସନ ପଡିଆ ମଧ୍ୟରେ ଦୌଡ଼ିବାକୁ ନେଇ କୋହଲି କହିଥିଲେ ଯେ,ଏହା ତୁମର ଘର ପଛପଟର ଅଗଣା ନୁହେଁ। ଘଟଣାଟି ୧୭ତମ ଓଭରରେ ଦେଖିବାକୁ ମିଳିଥିଲା। ଏହାପରେ ଆଣ୍ଡରସନ କୋହଲିଙ୍କୁ କିଛି କହିଥିଲେ । ଯେଉଁଥିପାଇଁ କୋହଲି ମଧ୍ୟ ରାଗି ଯାଇଥିଲେ। ଓଭରର ୫ମ ବଲ ପକାଉଥିବା ସମୟରେ ଆଣ୍ଡରସନ ଗୁଣୁଗୁଣୁ ହୋଇ କିଛି କହିଥିଲେ। ଏହାକୁ ଦେଖି କୋହଲି କହିଥିଲେ ଯେ, ଏହା ତୁମର ବୃଦ୍ଧା ଅବସ୍ଥା କାରଣରୁ ତୁମର ଏହିପରି ହେଉଛି।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟି ଟେଷ୍ଟ ମ୍ୟାଚ ମଧ୍ୟରେ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚକୁ ୧୫୧ ରନରେ ବିଜୟ ହାସଲ କରିଛି ଭାରତ। ଦ୍ବିତୀୟ ଇଂନିସରେ ମାତ୍ର ୧୨୦ ରନରେ ଅଲଆଉଟ ହୋଇଯାଇଥିଲେ ଜୋ ରୁଟଙ୍କ ଇଂଲଣ୍ଡ। ଏଥି ସହିତ ଭାରତ ଟେଷ୍ଟ ସିରିଜରେ ୧-୦ ପଏଣ୍ଟରେ ଆଗୁଆ ଅଛି। ପ୍ରଥମ ମ୍ୟାଚରେ ବର୍ଷା କାରଣରୁ ମ୍ୟାଚ ଡ୍ର ହୋଇଥିଲା।

ଐତିହାସିକ ଲର୍ଡସରେ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳର ଜୋସ ବଢ଼ିଯାଇଛି। ଇଂଲଣ୍ଡ ବିରୋଧରେ ଲର୍ଡସରେ ଭାରତ ପାଇଁ ହେଉଛି ତୃତୀୟ ବିଜୟ। ୧୯୮୬ ମସିହାରେ ଏହିଠାରେ ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ହାସଲ କରିଥିଲା ଭାରତ ଦଳ। କପିଲ ଦେବଙ୍କ ନେତୃତ୍ବରେ ଇଂଲଣ୍ଡରେ ୩ଟି ଟେଷ୍ଟ ମ୍ୟାଚ ଖେଳିଥିଲା ଭାରତୀୟ ଦଳ। କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ପ୍ରଥମେ ବ୍ୟାଟିଂ କରି ୨୯୪ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ ଦଳ। ଭାରତୀୟ ଦଳ ତରଫରୁ ଚେତନ ଶର୍ମା ସର୍ବାଧିକ ୫ଟି ଓ୍ବିକେଟ ନେଇଥିଲେ। ଆଉ ପ୍ରଥମ ଇଂନିସରେ ଭାରତ ଦଳ ୩୪୧ ରନ କରି ଅଲଆଉଟ ହୋଇଯାଇଥିଲେ। ଦିଲ୍ଲୀପ ଭେଙ୍ଗସରକାର ଶତକୀୟ ଇଂନିସ ଖେଳିବାରେ ସଫଳ ହୋଇଥିଲେ। ଦ୍ବିତୀୟ ଦିନରେ ଇଂଲଣ୍ଡ ଦଳ ମାତ୍ର ୧୮୦ ରନ କରିଥିଲେ। ଭାରତ ଦଳକୁ ଜିତିବା ପାଇଁ ୧୨୮ ରନ ଆବଶ୍ୟକ ରହିଥିବା ସମୟରେ ୫ ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା ଭାରତୀୟ ଦଳ। ତୃତୀୟ ଟେଷ୍ଟ ମ୍ୟାଚରେ ମ୍ୟାଚ ଡ୍ର ରହିଥିଲା। ଫଳରେ ଭାରତ ଦଳ ୨-୦ ପଏଣ୍ଟରେ ସିରିଜ ଜିତିଥିଲା।

Leave a Reply

Your email address will not be published. Required fields are marked *