ଟ୍ରାଫିକ ନିୟମରେ ହେଲା ବଡ଼ ପରିବର୍ତ୍ତନ, ବର୍ତ୍ତମାନ ପୋଲିସ ଆଉ ଫଟୋ ଉଠାଇ ପଠାଇ ପାରିବ ନାହିଁ ଚାଲାଣ

ପରିବହନ ମନ୍ତ୍ରଣାଳୟ ନୂତନ ନିୟମ ଜାରି କରିଛି, ଯାହା ଅନୁଯାୟୀ ରାଜ୍ୟଗୁଡ଼ିକର ଏଜେନ୍ସିମାନଙ୍କୁ ଟ୍ରାଫିକ ନିୟମଗୁଡିକୁ ଉଲଂଘନ ସହିତ ଅପରାଧ ହେବାର ୧୫ ଦିନ ମଧ୍ୟରେ ଅପରାଧୀକୁ ନୋଟିସ ପଠାଇବାକୁ ପଡିବ | ଏହାସହିତ ଚାଲାଣ କାଟିବା ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ ରେକର୍ଡକୁ ରଖିବାକୁ ପଡିବ | ଅର୍ଥାତ ଟ୍ରାଫିକ ନିୟମ ଭାଙ୍ଗିବା ଉପରେ ବର୍ତ୍ତମାନ ପୋଲିସ କର୍ମଚାରୀ କେବଳ ଫଟୋ ଉଠାଇ ଆପଣଙ୍କ ପାଖକୁ ଚାଲାଣ ପଠାଇପାରିବେ ନାହିଁ | ବର୍ତ୍ତମାନ ଚାଲାଣ କରିବା ପାଇଁ ସେମାନଙ୍କୁ ଇଲେକ୍ଟ୍ରୋନିକ ରେକର୍ଡ ଦରକାର ପଡିବ |

MoRTH ଟ୍ୱିଟ କରି ଦେଲା ସୂଚନା :-

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଇଲେକ୍ଟ୍ରୋନିକ ମନିଟରିଂ ଏବଂ ସଡକ ସୁରକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ସଂଶୋଧିତ ମୋଟର ଯାନ ଅଧିନିୟମ ୧୯୮୯ ଅନୁଯାୟୀ ଏକ ନୋଟିଫିକେସନ ଜାରି କରିଛି | ଏଥିରେ ଚାଲାଣ ଜାରି କରିବାପାଇଁ ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରାଯିବା ଉଚିତ ବୋଲି କୁହାଯାଇଛି | ମନ୍ତ୍ରଣାଳୟ ଟ୍ୱିଟ କରି କହିଛି, ‘ଘଟଣାର ୧୫ ଦିନ ମଧ୍ୟରେ ଅପରାଧର ସୂଚନା ପଠାଯିବ ଏବଂ ଇଲେକ୍ଟ୍ରୋନିକ ମନିଟରିଂ ମାଧ୍ୟମରେ ସଂଗୃହିତ ଇଲେକ୍ଟ୍ରୋନିକ ରେକର୍ଡଗୁଡିକୁ ଚାଲାଣ ସମାଧାନ ପର୍ଯ୍ୟନ୍ତ ସଂରକ୍ଷଣ କରାଯିବା ଉଚିତ |’

ରେଡଲାଇଟ-ରାଜରାସ୍ତାରେ ହେବ ଏହି ବ୍ୟବସ୍ଥା :-

ନୂତନ ନିୟମ ଅନୁଯାୟୀ, ଟ୍ରାଫିକ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଇଲେକ୍ଟ୍ରୋନିକ ଉପକରଣଗୁଡ଼ିକ ମୁଖ୍ୟ ଭାବରେ ବ୍ୟବହାର କରାଯିବ | ଏଥିମଧ୍ୟରେ ମୋସନ କ୍ୟାପଚର ପିକ୍ଚର କ୍ୟାମେରା (କାରର ସ୍ପିଡକୁ ଚିହ୍ନଟ କରୁଥିବା କ୍ୟାମେରା), ସିସିଟିଭି କ୍ୟାମେରା, ସ୍ପିଡ ଗନ, ବଡି କ୍ୟାମେରା, ମୋଟର ଡ୍ୟାସବୋର୍ଡ କ୍ୟାମେରା, ଅଟୋମେଟିକ ନମ୍ବର ପ୍ଲେଟ ଚିହ୍ନଟ ଉପକରଣ (ANPR), ଓଜନ ମେସିନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ସାମିଲ ରହିଛି | ନୋଟିଫିକେସନ ଅନୁଯାୟୀ, ରାଜ୍ୟ ସରକାର ଏହା ନିଶ୍ଚିତ କରିବେ ଯେ ଟ୍ରାଫିକ ନିୟମ ପାଳନ କରୁଥିବା ସମସ୍ତ ଇଲେକ୍ଟ୍ରୋନିକ ଡିଭାଇସକୁ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ବହୁ ବିପଦପୂର୍ଣ୍ଣ ରାସ୍ତା ଏବଂ ଅଧିକ ବ୍ୟସ୍ତ ରହୁଥିବା ରାସ୍ତାରେ ଲଗାଯାଉ | ଏହା ବ୍ୟତୀତ, ଅତି କମରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସବୁ ମୁଖ୍ୟ ସହରର ମହତ୍ଵପୂର୍ଣ୍ଣ ଛକ ଏବଂ ରାଉଣ୍ଡଆଉଟରେ ଏହି ଉପକରଣଗୁଡିକୁ ଲଗାଯିବ |

ଏହି ରାଜ୍ୟଗୁଡ଼ିକରେ ଲାଗିବ ଡିଜିଟାଲ ଉପକରଣ :-

ଉତ୍ତରପ୍ରଦେଶର କାନପୁର, ଲଖନଉ, ଗାଜିଆବାଦ, ବାରାଣାସୀ ସମେତ ୧୭ ଟି ସହର, ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଉଜେଇନ ସମେତ ୭ ଟି ସହର, ରାଜସ୍ତାନର ଜୟପୁର, ଉଦୟପୁର, କୋଟା ସମେତ ୫ ଟି ସହର, ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, କୋଲହାପୁର, ନାଗପୁର ସହିତ ୧୯ ଟି ସହର, ଝାଡ଼ଖଣ୍ଡର ରାଞ୍ଚି, ଜାମସେଦପୁର ସମେତ ୩ ଟି ସହର, ଗୁଜୁରାଟର ସୁରଟ, ଅହମ୍ମଦାବାଦ ସହିତ ୪ଟି ସହର, ବିହାରରେ ପାଟନା, ଗୟା ସମେତ ୩ଟି ସହର ବ୍ୟତୀତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଜାମ୍ମୁ କାଶ୍ମୀର, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଓଡିଶା, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗକୁ ମିଶାଇ ୧୩୨ ଟି ସହରରେ ଡିଜିଟାଲ ଉପକରଣ ଲାଗିବ |

ଚାଲାଣ ପାଇଁ ରେକର୍ଡିଙ୍ଗ କେତେବେଳେ ବାଧ୍ୟତାମୂଳକ :-

୧. ଓଭର ସ୍ପିଡିଙ୍ଗ କରିବା

୨. ଭୁଲ ସ୍ଥାନରେ ଗାଡି ପାର୍କ କରିବା

୩. ଡ୍ରାଇଭର କିମ୍ବା ପଛ ସିଟରେ ବସିଥିବା ଯାତ୍ରୀ ଦ୍ୱାରା ନିୟମ ଉଲ୍ଲଂଘନ

୪. ଦୁଇଟି ଚକିଆ ଯାନରେ ହେଲମେଟ ନ ପିନ୍ଧିବା

୫. ରେଡ ଲାଇଟ ଜମ୍ପ କରିବା

୬. ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା

୭. ଓଭରଲୋଡିଂ

୮. ସିଟ ବେଲ୍ଟ ନ ପିନ୍ଧିବା

୯. ଜିନିଷ ଗାଡ଼ିରେ ଯାତ୍ରୀଙ୍କୁ ନେବା

୧୦. ନମ୍ବର ପ୍ଲେଟ ଖରାପ କିମ୍ବା ଲୁକ୍କାୟିତ

୧୧. ଗାଡ଼ିରେ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଜିନିଷ ଲୋଡ଼ ହେବା

Leave a Reply

Your email address will not be published.