ସୂର୍ଯ୍ୟକୁମାର ଯାଦବଙ୍କ ଯୋଗୁଁ ବଢ଼ିଲା ଏହି ଷ୍ଟାର ଖେଳାଳୀଙ୍କ ଟେନସନ,ଟି-୨୦ ବିଶ୍ଵକପ ଦଳରୁ କାଟି ଯାଇପାରେ ପତ୍ତା

ଭାରତୀୟ ଦଳ ଇଂଲଣ୍ଡ ଟୁର ଶେଷ ହେବା ପରେ ଆଇପିଏଲ ୨୦୨୧ର ବାକି ମ୍ଯାଚର ପ୍ରତ୍ଯେକ ମୁକାବିଲା ଖେଳିବ, ଯାହାପରେ ସେ ସିଧାସଳଖ ଟି-୨୦ ବିଶ୍ଵକପ ଖେଳିବ। ଏହି ବିଷୟରେ ପ୍ରଶଂସକ ଆଶା କରୁଛନ୍ତିକି ଭାରତୀୟ ଦଳ କପ ଘରକୁ ନେଇ ଆସିବ। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନ ଆସୁଅଛକି ଭାରତୀୟ ଦଳ କେଉଁ ଖେଳାଳିଙ୍କ ସହିତ ଟି-୨୦ ବିଶ୍ଵକପ ଖେଳିବାକୁ ଉଲ୍ହାଇବ।

ଭାରତୀୟ ଦଳ ପାଖରେ ଏହି ସମୟରେ ବହୁତ ଭଲ ଖେଳାଳି ଅଛନ୍ତି ଓ ଟି-୨୦ରେ ସମସ୍ତଙ୍କର ପ୍ରଦର୍ଶନ ଭଲ ରହିଛ। ଓପନିଂ କଥା କହିଲୀ କିମ୍ବା ମିଡଲ ଅର୍ଡର କଥା, ଭାରତ ପାଖରେ ଯୁବ ଖେଳାଳିଙ୍କର ଅଭାବ ନାହିଁ। ଏମିତିରେ ଏଥର ହୋଇପାରେକି ଅନେକ ଗୁରୁତ୍ଵପୂର୍ଣ ନ ଖେଳିପାରନ୍ତି।

ଶ୍ରେୟସ ଅୟରଙ୍କର ଚିନ୍ତା ବଢିଲା:-

ଶ୍ରେୟସ ଅୟର ନିଜର କାନ୍ଧରେ ଆଘାତ ଯୋଗୁଁ ମ୍ଯାଚରୁ ବାହାରି ଯାଇଛନ୍ତି ଓ ସେ ଆଇପିଏଲ ୨୦୨୧ର ବାକି ମ୍ଯାଚ ପାଇଁ ପ୍ରସ୍ତୁତି କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସରେ ଶ୍ରେୟସ ଅୟରଙ୍କ ଅଧିନାୟକତ୍ଵରେ ଦଳ ଫାଇନାଲ ପର୍ଯ୍ଯନ୍ତ ଯାତ୍ରା କରିଥିଲା। ସେ ଯେତେ ଭଲ ଅଧିନାୟକ ସେତେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ। ଏହି ବର୍ଷ ଟି-୨୦ ବିଶ୍ଵକପରେ ଶ୍ରେୟସ ଅୟରଙ୍କୁ ନିଜର ଭଲ ପ୍ରଦର୍ଶନ ବ୍ଯତୀତ ଖେଳିବାର ସୁଯୋଗ ମିଳିବ ନାହିଁ। ଏହା ବହୁତ ବଡ କାରଣ ହେଉଛି ଭାରତୀୟ ଦଳ ପାଖରେ ଭଲ ଖେଳାଳି ପରିପୂର୍ଣ ଅଛନ୍ତି।

ସୂର୍ଯ୍ୟକୁମାର କଟିବ ଅୟରଙ୍କ ପତ୍ତା:-

ଶ୍ରେୟସ ଅୟରଙ୍କ ସ୍ଥାନ ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ବିଷୟରେ ଚିନ୍ତା କରିପାରିବେ। ସୂର୍ଯ୍ୟ ଏହି ସମୟରେ ସାନଦାର ଫର୍ମରେ ଅଛନ୍ତି ଓ ଶ୍ରୀଲଙ୍କା ଟୁରରେ ତାଙ୍କର ପ୍ରଦର୍ଶନ ସାନଦାର ଥିଲା। ବ୍ୟାଟିଂ କ୍ରମରେ କୋହଲୀଙ୍କ ପରେ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ମିଳିବା ନିର୍ଦ୍ଧିଷ୍ଟ ହୋଇଛି। ଏମିତିରେ ଯଦି ଦଳରେ ସାମିଲ କରାଯାଏ ତେବେ ଶ୍ରେୟସ ଅୟର ଦଳରୁ ବାହାରିଯିବେ।

୧୭ ଅକ୍ଟୋବରରୁ ପ୍ରଥମ ରାଉଣ୍ଡର ମ୍ଯାଚ:-

ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଓମାନ ଏବଂ ପାପୁଆ ନ୍ୟୁଗିନି ମଧ୍ୟରେ ରାଉଣ୍ଡ ଗୃପ ବି ମ୍ୟାଚ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ, ଯେଉଁଥିରେ ଅନ୍ୟ ଗୃପ ବି ଦଳ ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ପରସ୍ପରକୁ ଭେଟିବେ। ଗୃପ ଏ ରେ ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ନାମିବିଆ ରହିଛନ୍ତି। ଅକ୍ଟୋବର ୧୭ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ରାଉଣ୍ଡ ୧ ମ୍ୟାଚ ଚାଲିବ। ପ୍ରତ୍ୟେକ ଗୋଷ୍ଠୀର ଶ୍ରେଷ୍ଠ ଦୁଇ ଦଳ ୨୩ ଅକ୍ଟୋବରରୁ ସୁପର ୧୨ ପର୍ଯ୍ୟାୟକୁ ଯିବେ।

ପ୍ରଥମ ସେମିଫାଇନାଲ ୧୦ ନଭେମ୍ବରରେ ଆବୁ ଧାବୀରେ ହେବ। ଦ୍ଵିତୀୟ ସେମିଫାଇନାଲ ୧୧ ନଭେମ୍ବରରେ ଦୁବାଇରେ ଖେଳାଯିବ। ଦୁଇଟିଯାକ ସେମିଫାଇନାଲ ରିଜର୍ଭ ଡେରେ ରଖାଯାଇଛି। ଟୁର୍ନାମେଣ୍ଟର ଫାଇନାଲ ଦୁବାଇରେ ୧୪ ନଭେମ୍ବରରେ ଖେଳାଯିବ। ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି।

Leave a Reply

Your email address will not be published.