ଟି-୨୦ ବିଶ୍ଵକପ ୨୦୨୧ : ଅଷ୍ଟ୍ରେଲିଆ ଦଳ କଲା ନିଜର ସ୍କ୍ୱାର୍ଡ ଘୋଷଣା,ଏହି ଖେଳାଳୀମାନଙ୍କର ହେଲା ପ୍ରତ୍ୟାବର୍ତ୍ତନ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

କ୍ରିକେଟ ଅଷ୍ଟ୍ରେଲିଆ ଟି-୨୦ ବିଶ୍ଵକପ ୨୦୨୧ ପାଇଁ ଦଳ ଘୋଷଣା କରିଛନ୍ତି। ବୋର୍ଡ ଦ୍ଵାରା ଘୋଷିତ କରାଯାଇଥିବା ୧୫ଜଣ ସଦସ୍ୟଙ୍କ ଦଳରେ ଅଧିନାୟକ ଆରୋନ ଫିଞ୍ଚ ଓ ଷ୍ଟିଭ ସ୍ମିଥଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ବିଗତ ଦିନରେ ଏହି ଦୁଇଜଣ କ୍ରିକେଟର ଆହତ ହୋଇଥିଲେ। ଟି-୨୦ କ୍ରିକେଟ ବିଶ୍ଵକପ ୨୦୨୧ର ଆୟୋଜନ ସଂଯୁକ୍ତ ଆରବ ଏମିରେଟ ଓ ଓମାନ କରାଯିବାକୁ ଥିବା ଯାହାର ବିବରଣୀ ନିକଟରେ ଆଇସିସି ଜାରି କରିଥିଲା।

ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ଆରୋନ ଫିଞ୍ଚଙ୍କର ଗୋଇଣ୍ଠି ଓ ଷ୍ଟିଭ ସ୍ମିଥଙ୍କର କହୁଣିରେ ଆଘାତ ଲାଗିଥିଲା। ବର୍ତ୍ତମାନ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ସ୍ମିଥ ଆଘାତ ଯୋଗୁଁ ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ଟୁରରେ ଦଳ ସହିତ ଯାଇ ପାରିନଥିଲେ। ଏହା ବ୍ଯତୀତ ଅଧିନାୟକ ଫିଞ୍ଚ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ଆହତ ହୋଇଥିଲେ। ଯାହାପରେ ସେ ଦଳରୁ ବାହାରି ଆସିଥିଲେ। ଫିଞ୍ଚ ଓ ୱାର୍ନରଙ୍କ ପରେ ଯେଉଁ ଖେଳାଳିଙ୍କର ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି ସେଥିରେ ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ପେଟ କମିନିନ୍ସ ଓ କେନ ରିଚାର୍ଡସନ ସାମିଲ ଅଛନ୍ତି। ଏହି ସମସ୍ତ ଖେଳାଳି କଙ୍ଗାରୁ ଦଳ ସହିତ ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ଟୁରରେ ନଥିଲେ।

ଏହି ସାତ ଜଣ ଖେଳାଳିଙ୍କର ପ୍ରତ୍ୟାବର୍ତ୍ତନରେ ଅଷ୍ଟ୍ରେଲିଆ ଦଳ ବହୁତ ମଜବୁତ ହୋଇଯାଇଛି। ଏମିତିରେ କଙ୍ଗାରୁ ଦଳ ପ୍ରଥମରୁ ଟି-୨୦ ଟାଇଟଲ ଜିତିବାକୁ ଚେଷ୍ଟା କରିବ। ବର୍ତ୍ତମାନ ସମୟରେ ଟି-୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଭଲ ରହିବ ନାହିଁ ଓ ଗତ ୫ଟି ସିରିଜରେ ପରାଜୟର ସାମ୍ନା କରିବାକୁ ପଡିଛି।

ଅଷ୍ଟ୍ରେଲିଆର ଟି-୨୦ ବିଶ୍ଵକପ ଦଳ:-

ଆରୋନ ଫିଞ୍ଚ(ଅଧିନାୟକ), ଏଷ୍ଟନ ଏଗର, ପେଟ କମିନିନ୍ସ(ଉପ-ଅଧିନାୟକ), ଜୋସ ହେଜଲବୁଡ, ଜୋସ ଇଙ୍ଗ୍ଲିଶ, ମିଶେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଶେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମିଶେଶ ସ୍ଵୀପସନ, ମେଥ୍ଯୁ ବେଡ, ଡେଭିଡ ୱାର୍ନର, ଏଡମ ଜାମ୍ପା

ଟି-୨୦ ବିଶ୍ଵକପର ଆରମ୍ଭ ୧୭ ଅକ୍ଟୋବରରେ ଓମାନ ଓ ପପୁଆ ନ୍ୟୁଗିନୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ଯାଚ ସହ ହେବ। ଯେତେବେଳେକି ଅଷ୍ଟ୍ରେଲିଆ ୨୩ ଅକ୍ଟୋବରରେ ନିଜର ଅଭିଯାନର ଆରମ୍ଭ ସାଉଥ ଆଫ୍ରିକା ବିରୁଦ୍ଧରେ ଖେଳାଯିବାକୁ ଥିବା ମୁକାବିଲା କରିବ। ଦୁଇ ଦଳ ମଧ୍ୟରେ ଏହି ମ୍ଯାଚ ଆବୁ ଧାବୀରେ ଖେଳାଯିବ।

Leave a Reply

Your email address will not be published. Required fields are marked *