ଅସତ ଉପାୟରେ ସ୍କିମରୁ ଟଙ୍କା ଉଠାଇଥିବା କୃଷକମାନଙ୍କୁ ନୋଟିସ, ଆଦାୟ ଆରମ୍ଭ … ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କ୍ଷୁଦ୍ର ଏବଂ ମଧ୍ୟବିତ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ | ଏହି ଯୋଜନାର ଲାଭ ଉଠାଇଥିବା କୃଷକଙ୍କ ସଂଖ୍ୟା ବର୍ତ୍ତମାନ ୧୨ କୋଟିରୁ ଅଧିକ ହୋଇସାରିଛି | ଯୋଜନା ଅଧୀନରେ କୃଷକମାନଙ୍କ ବ୍ୟାଙ୍କ ଖାତାରେ ବର୍ତ୍ତମାନ ସୁଦ୍ଧା ୧.୬୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରକମ ଦିଆଯାଇଛି |

ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ, ଆଦାୟ ଆରମ୍ଭ :-

ଅଗଷ୍ଟ ୯ ତାରିଖରେ ପିଏମ ମୋଦି ନବମ କିସ୍ତି ଜାରି କରିଛନ୍ତି | ଆପଣଙ୍କୁ କହିରଖୁଛୁ ଯେ ଏହି ସ୍କିମର ଫାଇଦା ନେବାପାଇଁ କିଛି ନିୟମ ଏବଂ ସର୍ତ୍ତାବଳୀ ରହିଛି, ଯାହାକୁ ପୁରା କରିବାପରେ ହିଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥାଏ | ବର୍ତ୍ତମାନ ସେହି କୃଷକମାନଙ୍କଠାରୁ ଏହି ଟଙ୍କା ଆଦାୟ କରାଯାଉଛି, ଯେଉଁମାନେ ଭୁଲ ଉପାୟରେ ଏହି ସ୍କିମର ଫାଇଦା ଉଠାଇଛନ୍ତି | ମିଡ଼ିଆରେ ଖବର ରହିଛି ଯେ ଅଧିକାରୀଙ୍କ ତରଫରୁ ଏପରି ଅଯୋଗ୍ୟ ଚାଷୀଙ୍କୁ ନୋଟିସ ଦିଆଯାଉଛି ଏବଂ ସେମାନଙ୍କଠାରୁ ଆଦାୟ କରାଯାଉଛି |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାରେ ପ୍ରଶାସନ ତରଫରୁ ୯୨୨୯ ଅଯୋଗ୍ୟ ଚାଷୀଙ୍କୁ ନୋଟିସ ଜାରି କରି ପିଏମ କିସାନର ଟଙ୍କା ଜମା କରିବାକୁ ଆଦେଶ ଦିଆଯାଇଛି | ଏହି ଠକେଇରେ ସ୍ୱାମୀ-ସ୍ତ୍ରୀଙ୍କ ଠାରୁ ନେଇ ମୃତ କୃଷକଙ୍କ ପର୍ଯ୍ୟନ୍ତ, ଭୁଲ ଖାତାରେ ଧନ ରାଶି ଫଣ୍ଡ ଟ୍ରାନ୍ସଫର, ଭୁଲ ଆଧାର, ଟିକସଦାତା, ପେନ୍‌ସନଭୋଗୀ ଭଳି ମାମଲା ସାମିଲ ରହିଛି |

ହିତାଧିକାରୀଙ୍କୁ ଚିହ୍ନଟ କରିବା ରାଜ୍ୟମାନଙ୍କର ଦାୟିତ୍ୱ ଅଟେ :-

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗୋଟିଏ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପିଏମ କିସାନ ଯୋଜନା ପାଇଁ ହିତାଧିକାରୀ ଚୟନ/ଚିହ୍ନଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରର ଦାୟିତ୍ୱ ଅଟେ ଏବଂ ଯେତେବେଳେ ସମ୍ବନ୍ଧିତ ହିତାଧିକାରୀଙ୍କର ଠିକ ଡାଟା ରାଜ୍ୟ ତରଫରୁ ପିଏମ କିସାନ ପୋର୍ଟାଲରେ ଅପଲୋଡ଼ କରାଯାଇଥାଏ, ତାପରେ ଯୋଜନାର ଟଙ୍କା ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପକାଯାଏ |

ସେ କହିଛନ୍ତି ଯେ ତେଣୁ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟରେ ଦିଆଯାଇଥିବା ଅର୍ଥର ଆଦାୟର ଦାୟିତ୍ୱ ମଧ୍ୟ ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଅଟେ | କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସଂସଦରେ କହିଛନ୍ତି ଯେ ପିଏମ କିସାନ ଯୋଜନାର ୪୨ ଲକ୍ଷ ଅଯୋଗ୍ୟ କୃଷକଙ୍କଠାରୁ ୩୦୦୦ କୋଟି ଟଙ୍କା ଆଦାୟ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି | ଏମାନେ ହେଉଛନ୍ତି ସେହି କୃଷକ, ଯେଉଁମାନେ PM-KISAN ସ୍କିମର ସର୍ତ୍ତକୁ ପୂରଣ କରନ୍ତି ନାହିଁ |

ଭୁଲ ଖାତା କିମ୍ବା ନକଲି ଆଧାର ଥିବା କେସ ଅଧିକ :-

ଅଯୋଗ୍ୟ ହିତାଧିକାରୀଙ୍କ ଏହି ବହୁ ସଂଖ୍ୟକ ସବୁଠାରୁ ଅଧିକ ୩.୮୬ ଲକ୍ଷ ଭୁଲ ଖାତା କିମ୍ବା ନକଲି ଆଧାର ଦେଇଥିବା ଲୋକମାନଙ୍କର ଅଟେ | ଦୁଇ ନମ୍ବରରେ ଆୟକରଦାତାମାନେ ରହିଛନ୍ତି | ସେମାନଙ୍କର ସଂଖ୍ୟା ହେଉଛି ୨,୩୪,୦୧୦ | ତେବେ ୩୨,୩୦୦ ହିତାଧିକାରୀ ଏପରି ଅଛନ୍ତି, ଯେଉଁମାନେ କି ଏହି ଦୁନିଆରେ ନାହାଁନ୍ତି ଏବଂ ସେମାନଙ୍କ ନାମରେ ମଧ୍ୟ ସ୍କିମର ଟଙ୍କା ଉଠାଯାଉଛି | ଅନ୍ୟ ମାମଲା ଥିବା କୃଷକଙ୍କ ସଂଖ୍ୟା ୫୭,୯୦୦ ଅଟେ |

Leave a Reply

Your email address will not be published. Required fields are marked *