ଭାରତ ବନାମ ଇଂଲଣ୍ଡ : ଭାରତୀୟ ଦଳକୁ ଇଂଲଣ୍ଡର କୋଚ ଦେଲେ ଧମକ, ଆମର ଖେଳାଳୀଙ୍କୁ ହାତ ଲଗାଇଲେ ମିଳିବ ଉଚିତ ଉତ୍ତର

ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ସମୟରେ ଇଂଲଣ୍ଡରେ ଅଛନ୍ତି ଓ ଭାରତୀୟ ଦଳ ଇଂଲଣ୍ଡ ଦଳକୁ ଜିତିବାରେ ପ୍ରସ୍ତୁତିରେ ଅଛି। ପାଞ୍ଚ ଟେଷ୍ଟ ମ୍ଯାଚର ସିରିଜରେ ଭାରତୀୟ ଦଳ ୧-୦ରେ ଆଗରେ ଅଛି। ଇଂଲଣ୍ଡ ଓ ଭାରତ କ୍ରିକେଟ ପଡିଆରେ ସବୁବେଳେ ପରସ୍ପରର ଚିର ପ୍ରତିଦ୍ଵନ୍ଦୀ ରହିଛନ୍ତି। ଯେତେବେଳେ ମଧ୍ୟ କ୍ରିକେଟ ପଡିଆରେ ଏହି ଦୁଇଜଣ ଦଳ ମଧ୍ୟରେ ମ୍ଯାଚ ହୁଏ ସେତେବେଳେ ଏମିତି ନିଶ୍ଚୟ ହୁଏକି ଯାହା ଚର୍ଚ୍ଚାର ବିଷୟ ଅଟେ।

ପ୍ରଥମ ଟେଷ୍ଟ ମ୍ଯାଚ ସମୟରେ ବହୁତ କମ ଏମିତି ସୁଯୋଗ ଆସିଲା ଯେତେବେଳେ ଦୁଇ ଦଳ ମଧ୍ୟରେ ଅଧିକ ସମୟ ପର୍ଯ୍ଯନ୍ତ ପଡିଆରେ ରହିଲେ। ପ୍ରଥମ ଟେଷ୍ଟ ମ୍ଯାଚ ବର୍ଷା କାରଣରୁ ବହୁତ ପ୍ରଭାବିତ ରହିଲା। ଅନେକଥର ପ୍ରଥମ ଟେଷ୍ଟରେ ବର୍ଷା ହୋଇଛି ଓ ଅନ୍ତିମ ଦିନର ଖେଳ ବର୍ଷା କାରଣରୁ ହୋଇପାରିଲା ନାହିଁ। ଶେଷ ଦିନ ଗୋଟିଏ ବଲ ମଧ୍ୟ ଖେଳାଯାଇ ପାରିଲା ନାହିଁ। ଭାରତକୁ ଅନ୍ତିମ ଦିନ ବିଜୟ ପାଇଁ ୧୫୭ରନର ଆବଶ୍ୟକ ଥିଲା, ବର୍ଷା କାରଣରୁ ମ୍ଯାଚ ଡ୍ର ରହିଲା।

ପ୍ରଥମ ମ୍ଯାଚ ଡ୍ର ହେବା ପରେ ଦୁଇ ଦଳ ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଭେଟିଥିଲେ। ୧୨ ଅଗଷ୍ଟରୁ ୧୬ ଅଗଷ୍ଟ ପର୍ଯ୍ଯନ୍ତ ଦ୍ଵିତୀୟ ମ୍ଯାଚ ଲଣ୍ଡନରେ ଐତିହାସିକ ଲର୍ଡସ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଦ୍ଵିତୀୟ ଟେଷ୍ଟକୁ ଭାରତ ନିଜ ନାମରେ କରିଲା। ଭାରତ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂ କରି ସାନଦାର ପ୍ରଦର୍ଶନ ଦମରେ ବଡ ବିଜୟ ହାସିଲ କରିଲେ। ଏହି ସମୟରେ ପଡିଆରେ ଅନେକ ଏମିତି ସୁଯୋଗ ଆସିଲା ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମାହୋଲ ବହୁତ ଗରମ ହୋଇଯାଇଥିଲା।

ଭାରତ ଓ ଇଂଲଣ୍ଡ ଦୁଇ ଦଳର ଖେଳାଳି ପରସ୍ପର ମଧ୍ୟରେ ଅନେକ ଥର ସାମ୍ନା-ସାମ୍ନୀ ହୋଇଛନ୍ତି। ଏହି ସ୍ଥିତି କେବେ ଗମ୍ଭୀର ହୋଇନାହିଁ। କିନ୍ତୁ ଦ୍ଵିତୀୟ ଟେଷ୍ଟ ମ୍ଯାଚ ସମୟରେ ସବୁକିଛି ଲଗାତାର ଦେଖିବାକୁ ମିଳିଥିଲା। ଏହି ମାମଲାକୁ ବର୍ତ୍ତମାନ ପଡିଆରେ ବାହାରେ ତୁଳନା କରାଯାଉଛି। ପଡିଆରେ ନଜର ଆସୁଥିବା ଗରମା-ଗରମ ବର୍ତ୍ତମାନ ପଡିଆ ବାହାରେ ଶବ୍ଦର ଯୁଦ୍ଧରେ ପରିଣତ ହୋଇଯାଇଛି।

ନିକଟ ଅତୀତରେ ଭାରତୀୟ କ୍ରିକେଟ ଦଳର ସଲାମୀ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ନିଜର ବୟାନରେ କହିଥିଲେକି,’ଯଦି କୌଣସି ପ୍ରତିଦ୍ଵନ୍ଦୀ ଖେଳାଳି ଆମର କୌଣସି ଗୋଟିଏ କ୍ରିକେଟର ବିରୁଦ୍ଧରେ କିଛି କରିବାକୁ ଚେଷ୍ଟା କରନ୍ତି ତେବେ ବାକି ୧୦ ଖେଳାଳି ବିରୋଧୀ ଦଳ ବିରୁଦ୍ଧରେ ଏମିତି ରୂପ ଧାରଣ କରନ୍ତି।’ ବର୍ତ୍ତମାନ ରାହୁଲଙ୍କ ବୟାନରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ କ୍ରିସ ସିଲବରବୁଡଙ୍କ ବଡ ବୟାନ ସାମ୍ନାକୁ ଆସିଛି।

ଇଂଲଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ କ୍ରିସ ସିଲବରବୁଡ ନିଜର ବୟାନରେ କହିଲେକି,’ଗୋଟିଏ ଜିନିଷ ଏହା ହେଉଛିକି ଆମେ ଝଗଡା କରିବାକୁ ଆଦୌ ଡରୁ ନାହୁଁ। ଯଦି ଭାରତୀୟ ଖେଳାଳି ଆମକୁ ଧକ୍କା ଦେବେ ତେବେ ଆମେ ଉତ୍ତର ଦେବୁ। ଆମେ ଫଳାଫଳ ସହ ନିରାଶ ଅଛୁ। କିନ୍ତୁ ଏହା ଏକ ଛୋଟ ଟେଷ୍ଟ ଅଟେ। କିଛି ମତଭେଦ ମଧ୍ୟ ହୋଇଛି। ମୋ ଧ୍ୟାନରେ ଏହା ସଠିକ ଅଟେ। ଖେଳାଳି ପରସ୍ପର ମଧ୍ୟରେ ଆନନ୍ଦ ନେଉଛନ୍ତି।’

ଜଣାଇଦେଉଛୁକି, ଦ୍ଵିତୀୟ ଟେଷ୍ଟ ମ୍ଯାଚର ପ୍ରଥମ ଇନିଙ୍ଗ୍ସରେ ଭାରତ ରାହୁଲଙ୍କ ୧୨୯ ରନ ବଦଳରେ ୩୬୪ ରନ କରିଥିଲେ। ଯେତେବେଳେକି ଇଂଲଣ୍ଡର ରୁଟ ୧୮୦ ରନ ସାହାଯ୍ୟରେ ୩୯୧ ରନ କରି ୨୭ ରନର ଆଗୁଆ ଥିଲେ। ଭାରତର ଦ୍ଵିତୀୟ ଇନିଙ୍ଗ୍ସରେ ୨୯୮ ରନରେ ଇନିଙ୍ଗ୍ସ ଘୋଷଣା କରିଥିଲେ। ଇଂଲଣ୍ଡ ଜିତିବା ପାଇଁ ୨୭୨ ରନର ଲକ୍ଷ୍ୟ ମିଳିଥିଲା। ଇଂଲଣ୍ଡ ୧୨୦ ରନରେ ଅଲଔତ ହୋଇଯାଇଥିଲେ। ଭାରତ ଦ୍ଵିତୀୟ ଟେଷ୍ଟ ୧୫୧ ରନରେ ଜିତି ୫ମ୍ଯାଚର ସିରିଜରେ ୧-୦ ବିଜୟ ଲାଭ କରିଛି। ବର୍ତ୍ତମାନ ସିରିଜର ତୃତୀୟ ଟେଷ୍ଟ ମ୍ଯାଚ ୨୫ ରୁ ୨୯ ଅଗଷ୍ଟ ପର୍ଯ୍ଯନ୍ତ ହୋଡିଂଲରେ ଖେଳାଯିବାର ଅଛି।

Leave a Reply

Your email address will not be published. Required fields are marked *