ଲାଜ କରନ୍ତୁ ନାହିଁ : ପିରିୟଡସକୁ ନେଇ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତୁ,ଏହି ୧୦ଟି କଥାନିଶ୍ଚୟ ଜାଣନ୍ତୁ

ଲଗାତାର ୧୦ଦିନରୁ ଅଧିକ ଦିନ ରକ୍ତସ୍ରାବରେ କଷ୍ଟ ଅନୁଭବ କରୁଥିବା ୩୫ ବର୍ଷୀୟ ସଲୋନୀଙ୍କୁ ଏହି କଥା ଚିନ୍ତାରେ ପକାଏ, କିନ୍ତୁ ମନରେ ଆସୁଥାଏ ଅନେକ କଥା। ତାଙ୍କୁ ଏହା ବୁଝି ଆସୁନଥିଲାକି ଏତେ ମାତ୍ରାରେ ବ୍ଲିଡିଙ୍ଗ ହେବା ସାମାନ୍ୟ ହୋଇପାରିବ ନାହିଁ। ଶାଶୁ କହୁଥିଲେ ଏହା କୌଣସି ଚିନ୍ତାର ବିଷୟ ନୁହେଁ ଏମିତି ହୋଇଯାଏ। ଏଥିରେ ଚିନ୍ତା କଣ କରିବ? ପୋଡଶୀ ଭାଉଜ ମଧ୍ୟ କହିଲେକି ଚିନ୍ତାର କୌଣସି ବିଷୟ ନୁହେଁ ଓ ନିଜର ଚାରୋଟି ସମାସ୍ୟା ବିଷୟରେ ଶୁଣାଇଦେଲେ। ବାସ୍ତବରେ ସଲୋନୀ ନିଜର ମାଙ୍କୁ କଲ କରିବାକୁ ଉଠାଇଲେ ଓ ମୁଣ୍ଡ ବୁଲାଇ ପଡିଗଲେ। ହସ୍ପିଟାଲ ନେଇଯିବାରୁ ତାଙ୍କର ଗର୍ଭାଶୟ ସମ୍ବନ୍ଧୀୟ ସମସ୍ଯା ଥିଲା। ଅତ୍ୟଧିକ ରକ୍ତସ୍ରାବ କରାନରୁ ତାଙ୍କୁ ବହୁତ କମଜୋର ଅନୁଭବ ହେଉଥିଲା। ୬ମାସ ଚିକିତ୍ସା ହେବା ପରେ ସଲୋନୀ ନିୟମିତ ଜୀବନକୁ ଫେରିଆସିଲେ। ବିଶାଖାଙ୍କୁ ‘ସେହି ଖାସ ଦିନ’ରେ ଘରୋଇ କପଡା ବ୍ୟବହାର କରିବା ପାଇଁ ପରାମର୍ଶ ନିଜ ମାଙ୍କ ଠାରୁ ମିଳିଥିଲା। ତାଙ୍କର ବାକି ସହପାଠୀ ଓ ଚିହ୍ନା ମହିଳାମାନେ ମଧ୍ୟ ଏହା କରୁଥିଲେ। ଅନ୍ଧାର କୋଣରେ କପଡା ଶୁଖାଇବା ଓ ପୁଣି ତାକୁ ପ୍ରୟୋଗ କରିବା, ଏହା ନିୟମ ଥିଲା। ଗୋଟିଏ ଦିନ ଅଚାନକ ବିଶାଖାଙ୍କର ବ୍ୟକ୍ତିଗତ ଅଙ୍ଗରେ ତୀବ୍ର ଜ୍ଵଳନ ଓ କୁଣ୍ଡାଇଲା। ଯେପରି କିଛିଦିନ ଘରର ମହିଳାଙ୍କର ପରାମର୍ଶକ୍ରମେ ନଡିଆ ତେଲ ଲଗାଇ ଭଲ କରିବାକୁ ଚେଷ୍ଟା କରିଲେ କିନ୍ତୁ ଯେତେବେଳେ କଷ୍ଟ ବଢିଗଲା ତୋ ସେଠାରେ ଥିବା ଏକ ସରକାରୀ ହସ୍ପିଟାଲରେ ଯାଇ ଡାକ୍ତରଙ୍କୁ ଦେଖାଇଲେ। ଜଣା ପଡିଲା କି ଅପରିଷ୍କାର କପଡା ଯୋଗୁଁ ସଂକ୍ରମଣ ହୋଇଯାଇଥିଲା, ଯାହା ଭିତର ଅଙ୍ଗକୁ ସଂକ୍ରମଣ କରିଥିଲା। ଆଉ ଟିକେ ବିଳମ୍ବ ହୋଇଥିଲେ ଗମ୍ଭୀର ରୂପ ନେଇପାରିଥାନ୍ତା।

ଏହି ଦୁଇଟି ସ୍ଥିତି ହୋଇପାରେ ଆପଣଙ୍କୁ ଜଣା ଶୁଣା ଲାଗୁଥିବା କିମ୍ବା ଏହାକୁ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ବର୍ତ୍ତମାନ ମଧ୍ୟ ଏମିତି ହେଉଛିକି? ଉତ୍ତର ହେଉଛି ହଁ। ୨୦୨୧ ମସିହାରେ ଆମେ ମାର୍ସରେ ଘର ନେବା ପାଇଁ, ଉଡୁଥିବା କାରରେ ବୁଲିବା ଓ ରୋବର୍ଟକୁ ଘରୋଇ ସେବା ରୂପରେ ନିଯୁକ୍ତ କରିବା ବିଷୟରେ କଥା ହେଉଛୁ, ସେତେବେଳେ ଆମର ଦେଶର ଏକ ବଡ ବର୍ଗ ଅଛି ଯାହାଙ୍କ ପାଖରେ ସାମାନ୍ୟ ସାନିଟାରୀ ନ୍ୟାପକିନ କିଣିବା ପାଇଁ ସାମର୍ଥ୍ୟ ନାହିଁ। ଯେଉଁଥିପାଇଁ ବଜାରରେ କସମେଟିକ ଓ ଫେସନେବଲ କପଡାର ବାହାରେ ଅଛି କିନ୍ତୁ ବଜାରରେ ଆବଶ୍ୟକ ପ୍ପାଡିଲେ ଶୌଚାଳୟ କିମ୍ବା ବାଥରୁମ ନାହିଁ ଓ ଯାହା ଆଜି ମଧ୍ୟ ନିଜର ଶାରୀରିକ ଅସୁବିଧା ବିଷୟରେ କହିବା ପାଇଁ ଲାଜ କରନ୍ତି। ବର୍ତ୍ତମାନ ମଧ୍ୟ ପାଖାପାଖି ୫୫ ପ୍ରତିଶତରୁ ଅଧିକ ମହିଳା ଦେଶରେ ଏମିତି ଅଛନ୍ତି ଯେଉଁମାନେ ପ୍ରତ୍ଯେକ ମାସ ସାନିଟାରୀ ପ୍ୟାଡ ଅଫୋର୍ଡ କରିପାରନ୍ତି ନାହିଁ/ ଏତିକି ନୁହେଁ ବରଂ କରୋନା ମହାମାରୀ ଆସିବା ପରେ ଅନେକ ଲୋକଙ୍କର ଚାକିରି ଚାଲିଯାଇଛି ଓ ଏହାର ପ୍ରଭାବ ସାନିଟାରୀ ପ୍ୟାଡ କିଣିବାର କ୍ଷମତା ଉପରେ ପଡିଛି।

ହାଇଜିନ ଠାରୁ ଦୂରରେ:-

ଏକ ଏମିତି ସମୟ ଯେତେବେଳେ ଦୁନିଆର ହେଲ୍ଥ ଓ ହାଇଜିନ ଉପରେ ଫୋକସ କରୁଅଛି, ସେତେବେଳେ ଭାରତରେ ମହିଳାଙ୍କର ଏକ ବଡ ପ୍ରତିଶତ ମେନ୍ସଟୃଆଲ ହାଇଜିନ ବିଷୟରେ ଠିକ ଭାବରେ ଜାଣନ୍ତି ନାହିଁ। ଏହି ଅଜ୍ଞାତ ଗମ୍ଭୀର ସଂକ୍ରମଣରୁ ନେଇ ମୃତ୍ୟୁ ପର୍ଯ୍ଯନ୍ତ କାରଣ ସୃଷ୍ଟି ହୋଇଛି।

ରଖନ୍ତୁ ଏହି କଥା ଉପରେ ଧ୍ୟାନ:-

– ଏକ ସାନିଟାରୀ ନାପକିନର ପ୍ରୟୋଗ ଲମ୍ବା ସମୟ ପର୍ଯ୍ଯନ୍ତ କରନ୍ତୁ ନାହିଁ।

– ଯଦି ଆପଣ ଘରର କପଡା ଆଦି ପ୍ରୟୋଗରେ ଆଣୁଛନ୍ତି ତେବେ ସେହି କପଡାକୁ ଗରମ ପାଣିରେ ଧୁଅନ୍ତୁ, ପୁଣି ଖୋଲା ପବନରେ ଶୁଖାନ୍ତୁ ଓ ପୁଣି ଉପଯୋଗ କରନ୍ତୁ।

– ଉପଯୋଗ କରାଯାଇଥିବା କପଡାକୁ କେବେ ଅପରିଷ୍କାର ସ୍ଥାନ ଉପରେ ଅନ୍ଧାରରେ ଶୁଖାନ୍ତୁ ନାହିଁ।

– ନିଜର ପ୍ରାଇଭେଟ ପାର୍ଟକୁ ନିୟମିତ ରୂପରେ ସଫା କରନ୍ତୁ। ମାସିକ ଚକ୍ର ସମୟରେ ଏହାର ପରିଷ୍କାର ଉପରେ ଧ୍ୟାନ ରଖନ୍ତୁ। ଏହି ପରିଷ୍କାର ଭ ଭାବରେ କରନ୍ତୁ। ଡାକ୍ତରଙ୍କ ମୁତାବିକ ଅଧିକାଂଶ ମହିଳା ଏହି କଥା ଉପରେ ମହିଳା ଏହି କଥା ଉପରେ ମହତ୍ଵ ଦିଅନ୍ତି ନାହିଁ ଓ ଏହାର ସଂକ୍ରମଣର ଆଶଙ୍କା ବଢିଯାଏ।

-ଅଧିକ ରକ୍ତସ୍ରାବ, ଅନିୟମିତ ମାସିକ, ପେଟରେ ତୀବ୍ର ବଥା, ପ୍ରାଇଭେଟ ପାର୍ଟ କୁଣ୍ଡେଇବା, ଜ୍ଵଳନ କିମ୍ବା ବଥାରେ ଛାଲି ଆଦି ପରି ଲକ୍ଷଣ ଉପରେ ତୁରନ୍ତ ଧ୍ୟାନ ଦିଅନ୍ତୁ ଓ ଡାକ୍ତରଙ୍କୁ ଦେଖାନ୍ତୁ।
– ଅନେକ ବାହାରେ ଯାତ୍ରା କରନ୍ତି କିମ୍ବା ବଜାର ଆଦିରେ ସାର୍ବଜନୀକ ଶୌଚାଲୟର ପ୍ରୟୋଗ କରୁଥିବା ସମୟରେ ଅତିରିକ୍ତ ସାବଧାନ ଉପରେ ଓ ପରିଷ୍କାର ଉପରେ ପ୍ରାଥମିକତା ଦିଅନ୍ତି।

– ମାସିକ ଚକ୍ର ସମୟରେ ଭୋଜନ ଓ ପାଣିର ସେବନ ପର୍ଯ୍ୟାପ୍ତ ମାତ୍ରାରେ କରନ୍ତୁ। ଗୁଡ, ସବୁଜ ପନିପରିବା, କ୍ଷୀର, ଦହି, ଡାଲି ଅଡିକୁ ଡାଏଟରେ ସାମିଲ କରନ୍ତୁ।

ଆମର ଦାୟିତ୍ଵ:-

ମହିଳାଙ୍କ ଏହି ପ୍ରାକୃତିକ ପ୍ରକ୍ରିୟାରେ ସମ୍ବନ୍ଧିତ ସୂଚନାର ପ୍ରସାର ଓ ମହିଳାଙ୍କୁ ତାଙ୍କର ସମସ୍ଯା ବିଷୟରେ କଥାବାର୍ତ୍ତା କରନ୍ତୁ ଓ ପ୍ରୋତ୍ସାହନ କରନ୍ତୁ। ଏଥିପାଇଁ କୌଣସି ବ୍ୟକ୍ତି ସାହାଯ୍ୟର ହାତ ବଢାଇ ପାରନ୍ତି। ଏହିପରି କିଛି-
ଆପଣଙ୍କ ଘରେ ଥିବା ମହିଳା(ମା, ସ୍ତ୍ରୀ, ଭଉଣୀ, ଭାଉଜ, ଚାଚି ଆଦି)ଙ୍କୁ ଏହି କଥା ପାଇଁ ପ୍ରେରିତ କରନ୍ତୁକି ସେ ନିଜର ସ୍ୱାସ୍ଥ୍ୟଗତ ସମସ୍ଯାକୁ ଲୁଚାନ୍ତୁ ନାହିଁ, ତାଙ୍କ ବିଷୟରେ କଥାବାର୍ତ୍ତା କରନ୍ତୁ ଯାହାଦ୍ୱାରା ତାଙ୍କର ଠିକ ସମୟରେ ଚିକିତ୍ସା ହୋଇପାରିବ।

ଯଦି ସମ୍ଭବ, ଆପଣଙ୍କ ଆଖପାଖରେ ଥିବା ବଞ୍ଚିତ ମହିଳାମାନଙ୍କୁ, ଏହି ପ୍ରାକୃତିକ ଚକ୍ର ସହିତ ଜଡିତ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଘରର କାର୍ଯ୍ୟରେ ସାହାଯ୍ୟ କରୁଥିବା ମହିଳାମାନେ ଏବଂ ଯଦି ସମ୍ଭବ ସେମାନଙ୍କୁ ସାନିଟାରୀ ନାପକିନ ଯୋଗାଇବାରେ ମଧ୍ୟ ସାହାଯ୍ୟ କରନ୍ତୁ। ଏଥିପାଇଁ, ଆପଣ ଏକ ଗୋଷ୍ଠୀ ଗଠନ କରି ମଧ୍ୟ କାର୍ଯ୍ୟ କରିପାରିବେ।

ଘର ଏବଂ ପରିବାରର ମହିଳାମାନେ ନିଜକୁ ଅଣଦେଖା କରି ନିଜ ପରିବାରର ସ୍ୱାସ୍ଥ୍ୟ ପାଇଁ କଠିନ ପରିଶ୍ରମ କରନ୍ତି। ଏଭଳି ପରିସ୍ଥିତିରେ ଏହା ଘରର ପୁରୁଷମାନଙ୍କ ଦାୟିତ୍ଵ ହୋଇଯାଏଯେ ସେମାନେ ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି। ମନେରଖନ୍ତୁ, ମାସିକଚକ୍ର ଏକ ସାଧାରଣ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏହାର ସୁଗମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଏହି ବିଷୟରେ କୌଣସି ସମସ୍ୟା ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରନ୍ତୁ ଏବଂ ମହିଳାମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତୁ। ଯାହାଦ୍ଵାରା ଯେଉଁ ମହିଳାମାନେ ଆପଣଙ୍କୁ ସ୍ନେହ ଦିଅନ୍ତି, ଆପଣଙ୍କର ପରିବାର ଚଳାନ୍ତି, କିଛି ଗମ୍ଭୀର ସମସ୍ୟା ହେତୁ ଜୀବନ ନ ହରାଉନ୍ତି।

ନୋଟ:

ଡ. ପରବେଶ ମାଲିକ ଏକ ଫିଜିସିୟାନ ଅଟନ୍ତି ଓ ବର୍ତ୍ତମାନ ସମୟରେ ପାନିପତର ଉଜାଲା ସିଂସ ମହାରାଜା ଅଗ୍ରସେନ ହସ୍ପିଟାଲରେ କାର୍ଯ୍ୟରତ। ଡ. ମାଲିକ ହରିୟାଣାର ମହର୍ଷି ମାର୍କଣ୍ଡେଶ୍ଵର ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ସାଇନ୍ସ ଏଣ୍ଡ ରିସର୍ଚ୍ଚ ମୁଲ୍ଲାନାରେ ନିଇଜର ଏମବିବିଏସ ସମ୍ପୂର୍ଣ କରିଛନ୍ତି। ସେ ଜେନେରାଲ ମେଡ଼ିସିନରେ ଏମଡି ମଧ୍ୟ କରିଛନ୍ତି। ପାନୀପତର ଉଜାଲା ସିଙ୍ଗସ ମହାରାଜା ଅଗ୍ରସେନ ହସ୍ପିଟାଲରେ କାମ କରିବା ପୂର୍ବରୁ ଡ. ପରବେଶ ଏମ. ଏମ. ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ମହର୍ଷି ମାର୍କଣ୍ଡେଶ୍ଵର ୟୁନିଭର୍ସିଟିରେ ଜୁନିୟର ରେସିଡେଣ୍ଟ ରୂପରେ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *