ଦେଖନ୍ତୁ ଭିଡିଓ : ଟିକଟକ କରୁଥିବା ମହିଳାଙ୍କ ପୋଷାକ ଚିରି ପବନରେ ଫିଙ୍ଗିଲେ, ଏମିତି ଲୋକମାନଙ୍କର କାର୍ଯ୍ୟକଳାପ ଉପରେ ଲୋକମାନେ କଣ କହୁଛନ୍ତି ପଢନ୍ତୁ

ପାକିସ୍ତାନରେ ଜଣେ ମହିଳାଙ୍କ ସହିତ ଲୋକମାନେ ଏପରି ଲଜ୍ୟାଜନକ କାର୍ଯ୍ୟକଳାପ କରିଛନ୍ତି, ଯାହାର ଚର୍ଚ୍ଚା ବର୍ତ୍ତମାନ ସାରା ଦୁନିଆରେ ହେଉଛି | ଟିକଟକରେ ଭିଡିଓ ତିଆରି କରୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ଏଠାରେ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ପୋଷାକ ଚିରି ଦିଆଗଲା ଏବଂ ତାକୁ ଲୋକମାନେ ପବନରେ ଫିଙ୍ଗିଲେ | ଏହାସହିତ ଲୋକମାନେ ମହିଳାଙ୍କ ସହିତ ଖୁବ ମାରପିଟ କଲେ | ପୋଲିସ ରେକର୍ଡ ଅନୁଯାୟୀ, ମହିଳା ନିଜର ଛଅଜଣ ସାଥୀମାନଙ୍କ ସହିତ ଶନିବାର ଦିନ ସ୍ୱାଧୀନତା ଦିବସରେ ମିନାର-ଏ-ପାକିସ୍ତାନ ପାଖରେ ଏକ ଭିଡିଓ ତିଆରି କରୁଥିଲେ, ଠିକ ସେତିକିବେଳେ ପ୍ରାୟ ୩୦୦ରୁ ୪୦୦ ଲୋକ ତାଙ୍କ ଉପରେ ଆକ୍ରମଣ କରିଦେଲେ |

ସୋସିଆଲ ମିଡିଆରେ ଏହି ଖବର ଲୋକମାନଙ୍କ ନିକଟରେ ପହଞ୍ଚିବା ପରେ ସାରା ଦୁନିଆରେ ପାକିସ୍ତାନୀ ଲୋକଙ୍କୁ ବହୁତ ନିନ୍ଦା କରୁଛନ୍ତି | ଏହି ଖବରକୁ ଶୁଣିବାମାତ୍ରେ ଲୋକମାନେ ରାଗରେ ତାତି ଉଠିଲେ | ଯାହା ପରଠାରୁ ଏହି ମାମଲା ଇଣ୍ଟରନେଟର ଦୁନିଆରେ ଭାଇରଲ ହେଉଛି | ଫଳାଫଳସ୍ଵରୁପ ସୋସିଆଲ ମିଡିଆରେ ମଧ୍ୟ ପାକିସ୍ତାନ ଲୋକମାନଙ୍କର ଏହି କାର୍ଯ୍ୟକଳାପକୁ ଖୁବ ସମାଲୋଚନା କରାଯାଉଛି | ଏହି କାରଣରୁ ଟ୍ୱିଟରରେ ମଧ୍ୟ #minarepakistan ଟ୍ରେଣ୍ଡ କରୁଛି | ପାକିସ୍ତାନୀ ଲୋକମାନଙ୍କର ଏପରି କାର୍ଯ୍ୟକଳାପକୁ ଦେଖିବା ପରେ ଯେ କେହି ବି ସେମାନଙ୍କୁ ଅନେକ କଥା କହୁଛନ୍ତି | କିଛି ଲୋକ ତ ଏତେ ରାଗରେ ଥିଲେ ଯେ ସେମାନେ ଗାଳି ଦେବାରେ ମଧ୍ୟ ପଛାଉ ନାହାନ୍ତି |

ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସତରେ ପାକିସ୍ତାନୀ ମାନଙ୍କ ମଧ୍ୟରେ ମଣିଷତ୍ୱ ମରିଯାଇଛି | ଜଣେ ମହିଳାଙ୍କ ସହିତ ଏତେ ଲୋକ ଏତେ ଖରାପ କାମ କରୁଛନ୍ତି ଏବଂ ଲୋକମାନେ ଦେଖୁଛନ୍ତି | ସେହିପରି ଜଣେ ଅନ୍ୟ ୟୁଜର ଲେଖିଛନ୍ତି ଯେ ସତରେ ପାକିସ୍ତାନ କୌଣସି ନର୍କ ଠାରୁ କମ ନୁହେଁ | ଆଉ ଜଣେ ଅନ୍ୟ ୟୁଜର କହିଛନ୍ତି ପ୍ରକୃତରେ ଲୋକମାନଙ୍କ ମଧ୍ୟରେ ଏତେ ସାହସ କେଉଁଠୁ ଆସିଯାଏ | ଏହାବ୍ୟତୀତ ଆହୁରି ଅନେକ ଲୋକ କହିଛନ୍ତି ଯେ ଏହି ଘଟଣା ମାନବିକତାକୁ ଲଜ୍ଜିତ କରି ଦେଇଛି | ଯେଉଁ ସ୍ଥାନରେ ମହିଳାଙ୍କ ସହିତ ଏପରି ଘୃଣ୍ୟ ବ୍ୟବହାର କରାଯାଉଛି, ସେଠାର ଲୋକମାନେ କେଉଁ ମାଟିରେ ତିଆରି, ଏହା ବିଷୟରେ ଭାବିଲେ ମଧ୍ୟ ଲୋମଟାଙ୍କୁରୀ ଉଠୁଛି |

ଏହି ଘଟଣାର ଶିକାର ହୋଇଥିବା ମହିଳା ନିଜ ଅଭିଯୋଗରେ କହିଛନ୍ତି, ‘ ଭିଡ଼ ବହୁତ ଥିଲା ଏବଂ ଲୋକମାନେ ଆମ ଆଡକୁ ବଢ଼ୁଥିଲେ | କିଛି ଲୋକମାନେ ମତେ ଏତେ ଜୋରରେ ଧକ୍କା ଦେଉଥିଲେ ଏବଂ ଟାଣୁଥିଲେ ଯେ ସେମାନେ ମୋ ପୋଷାକ ମଧ୍ୟ ଚିରିଦେଲେ | ତେବେ ଏହି ସମୟରେ କିଛି ଲୋକ ମତେ ସାହାଯ୍ୟ କରିବାପାଇଁ ଚେଷ୍ଟା କଲେ, କିନ୍ତୁ ଭିଡ଼ ଅଧିକ ଥିଲା ଏବଂ ସେମାନେ ମତେ ପବନରେ ଫିଙ୍ଗିବା ଜାରି ରଖିଲେ | ଏହି ମାମଲା ବଢୁଥିବା ଦେଖି ଲାହୋର ପୋଲିସ ମଙ୍ଗଳବାର ଦିନ ଶହ ଶହ ଲୋକଙ୍କ ବିରୋଧରେ ଗୋଟିଏ ମାମଲା ପଞ୍ଜିକରଣ କଲେ | ଲାହୋର ପୋଲିସ ସାଯିଦ କିୟାନି ପୋଲିସ ଅଧିକ୍ଷକଙ୍କୁ ଘଟଣା ସମ୍ପର୍କରେ ଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *