ଦେଖନ୍ତୁ ଭିଡ଼ିଓ : ଛାତିରୁ କ୍ଷୀର ବାହାର କରି ପ୍ଲାଷ୍ଟିକ ଥଳୀରେ ଭର୍ତ୍ତି କରୁଥିଲେ ମାଆ, ୩ ଜଣ ପିଲାଙ୍କ ପେଟରେ ଭର୍ତ୍ତି ହେଉଥିଲା ସମସ୍ତ କ୍ଷୀର

ବ୍ଲକବଷ୍ଟର ସାଉଥ ଇଣ୍ଡିଆନ ଫିଲ୍ମ କେଜିଏଫରେ ଏକ ଡାଏଲଗ ଅଛି। ଅଭିନେତା ୟଶ କୁହନ୍ତିକି-“ଏହି ଦୁନିଆରେ ସବୁଠାରୁ ବଡ ଯୋଦ୍ଧା ହେଉଛନ୍ତି ମା।” ଏହି ଡାଏଲଗରେ ବାସ୍ତବତା ଅଛି। କାରଣ ଏକ ମା ନିଜର ପିଲା ପାଇଁ କିଛିବି କରିପାରିବ। କୌଣସି ସୀମା ପର୍ଯ୍ଯନ୍ତ ଯାଇପାରେ/ ନିଜର ଶରୀରର ଏକ ଏକ ରକ୍ତ ନିଜର ପିଲା ପାଇଁ ଦେଇପାରିବ। ଆଜି ଆମେ ଆପଣଙ୍କୁ ଏମିତି ଏକ ମାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବାସ୍ତବରେ ନିଜର ପିଲାର ଲାଳନ ପାଳନ ପାଇଁ ଶରୀରରେ କଣ କଣ କରିଦେଲେ।

ଆମେରିକାର ମିସୁରୀ ଷ୍ଟେଟରେ ରହୁଥିବା ୨୭ବର୍ଷୀୟ ନିନା ଡେଫରନ ଗର୍ଭାବସ୍ଥାର ୨୯ତମ ମାସରେ ନିଜର ପିଲାଙ୍କୁ ଜନ୍ମ ଦେଇଛନ୍ତି। ଏହି ବର୍ଷ ଜାନୁୟାରୀରେ ନିନ ଏକ ସାଥିରେ ନିଜର ତିନି ପିଲା ଓବ୍ରି, ଏମା ଓ ଲୁଇସଙ୍କୁ ଜନ୍ମ ଦେଇଛନ୍ତି। ସେମାନେ ପ୍ରିମେଚ୍ଯୁର ବେବି ଥିଲେ। ଅର୍ଥାତ ଟ୍ରିପଲେଟ୍ସ ସମୟ ପୂର୍ବରୁ ଜନ୍ମ ହୋଇଯାଇଥିଲେ। ଏହାପରେ ତାଙ୍କୁ ଆଇସିୟୁରେ ପାଖାପାଖି ୫୫ଦିନ ପର୍ଯ୍ଯନ୍ତ ରଖିବାକୁ ପଡିଥିଲା। ସେତେବେଳେ ମା ହେବା ଦୃଷ୍ଟିରୁ ନିଜର ପିଲାଙ୍କ ପାଇଁ କିଛି ମଧ୍ୟ କରିପାରୁନଥିଲେ। ସେ କେବଳ ଦେଖୁଥିଲେ। ସେତେବେଳେ ତାଙ୍କୁ ଏହି ଧ୍ୟାନ ଆସିଲାକି ନିଜର ପିଲା ପାଇଁ କେବଳ ଏତିକି କରିପାରିବେକି ତାଙ୍କର ପିଲାଙ୍କର ପେଟ ଭର୍ତ୍ତି କରିବା ପାଇଁ ସେ ନିଜର କ୍ଷୀର ଦେଇପାରିବେ। ନିକଟ ଅତୀତରେ ନିନା ସୋସିଆଲ ମିଡିଆରେ ନିଜର ମାତୃତ୍ଵର ଏକ ଭିଡିଓ ସେୟାର କରିଲେ ଯେଉଁଥିରେ ସେ ଦେଖାଇଲେକି ତାଙ୍କୁ ନିଜର ବ୍ରେଷ୍ଟ ମିଲ୍କକୁ ପମ୍ପ କରି ବାହାର କରିବାକୁ ପଡୁଥିଲା। ତାକୁ ପ୍ଲାଷ୍ଟିକ ଥଳୀ ଓ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରି ହସ୍ପିଟାଲ ପ୍ଟାହୁଥିଲେ। ଜନ୍ମ ହେବା ପରେ ୫ସପ୍ତାହର ପିଲାର ମୁହଁରେ ଫିଡିଙ୍ଗ ଟ୍ଯୁବ ଥିଲା ଯାହା ଜରିଆରେ ସେମାନଙ୍କୁ କ୍ଷୀର ଦିଆଯାଉଥିଲା।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Nina (@elle.plus.four)

ବହୁତ କଷ୍ଟ ଥିଲା ପିଲାଙ୍କୁ କ୍ଷୀର ପିଏଇବା:-

ନିନା କହିଲେକି ବ୍ରେଷ୍ଟଫିଡିଙ୍ଗର ଏହି ଯାତ୍ରା ସମୟରେ କିଛି ଲୋକ ତାଙ୍କୁ ନକାରାତ୍ମକ ପରାମର୍ଶ ଦେଉଥିଲେ। ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। କିଛି ଲୋକ ତାଙ୍କୁ କହୁଥିଲେକି ଟ୍ରିପ୍ଲେଟ୍ସ ମାଙ୍କ ପାଇଁ ବହୁତ କଷ୍ଟ ହୋଇଯାଏକି ଏତେ କ୍ଷୀର ଦେବା। ଯାହାଦ୍ୱାରା ତାଙ୍କ ପିଲାର ପେଟ ପୁରିପାରିବ। ଯେତେବେଳେକି କିଛି ଲୋକ କହୁଥିଲେକି ବୋତଲ କ୍ଷୀର ଦେଲେ ପିଲାମାନେ ଆଇସିୟୁରୁ ବାହାରି ପାରିବେ। କିଛି ଲୋକ କହୁଥିଲେକି ଏମିତି କରିଲେ ସେ କେବେ ଶୋଇପରିବେ ନାହିଁ। କାରଣ ତାଙ୍କର ପିଲା ତାଙ୍କୁ ସବୁବେଳେ କ୍ଷୀର ମାଗିବେ। ପ୍ରଥମରୁ ଗୋଟିଏ ପିଲାର ମା ନିନା ଯେତେବେଳେ ତିନୋଟି ଟ୍ରିପ୍ଲେଟ୍ସ ହେଲା ସେତେବେଳେ ସେ ହାର ମାନିଲେ ନାହିଁ ଓ ନିଜର ପିଲାଙ୍କୁ କ୍ଷୀର ପିଆଇବେ ବୋଲି ନିଷ୍ପତ୍ତି ନେଲେ।

ଏମିତି ଥିଲା କ୍ଷୀର ପମ୍ପ କରିବାର ସୂଚୀ:-

ନିନା କହିଲେକି ସେ ପ୍ରତ୍ଯେକ ଦେଢ ଘଣ୍ଟାରେ କ୍ଷୀର ପମ୍ପ କରୁଥିଲେ। ପ୍ରତ୍ଯେକ ତିନି ଘଣ୍ଟାରେ ସେ ଗୋଟିଏ ପିଲାଙ୍କୁ କ୍ଷୀର ଦେଉଥିଲେ। ଓ ଦେଖରଖ କରୁଥିଲେ। ଏହି ସବୁ କିଛି ମଧ୍ୟରୁ ୧୫ ମିନିଟର ବ୍ରେକ ମିଳୁଥିଲା ଯାହାପରେ ସେ ପମ୍ପ କରିବା ଆରମ୍ଭ କରିଦେଉଥିଲେ। ସେ କହିଲେକି ଏହା ତାଙ୍କର ଫୁଲ ଟାଇମ କାମ ଥିଲା ଓ ଏହି କାରଣରୁ ସେ ସାରା ଦିନ ଖାଉଥିଲେ ଓ ନିଜର ପିଲା ପାଇଁ କ୍ଷୀର ସୃଷ୍ଟି କରୁଥିଲେ। ନିନା କହିଲେକି ତାଙ୍କୁ ପିସିଓଏସ ସିଣ୍ଡ୍ରୋମ ଥିଲା ଯେଉଁଥିରେ ମାଙ୍କର ଅଧିକ କ୍ଷୀର ସୃଷ୍ଟି ହେଉନଥିଲା। ଏହି କାରଣରୁ କିଛି ସପ୍ତାହ ଏମିତି ଥାଏ ଯେଉଁଥିରେ ସେ ନିଜର ପିଲାଙ୍କ ପାଇଁ ପର୍ଯ୍ୟାପ୍ତ କ୍ଷୀର ସୃଷ୍ଟି କରିପାରନ୍ତି ନାହିଁ। ଏମିତି ସମୟ ପାଇଁ ସେ ଆଗୁଆ କ୍ଷୀର ପ୍ଯାକେଟରେ ଭର୍ତ୍ତି କରି ଫ୍ରିଜରେ ରଖିଦିଅନ୍ତି।

Leave a Reply

Your email address will not be published.