ଦେଖନ୍ତୁ ଭିଡ଼ିଓ : ନିଶାରେ ଥିବା ଯୁବତୀ କଲେ ଏମିତି ଭୟଙ୍କର ଡ୍ୟାନ୍ସ, ଭିଡିଓ ଦେଖି ମୁଣ୍ଡରେ ହାତ ଦେବେ ଆପଣ

କିଛି ଲୋକ ନିଶାରେ ଏତେ ବୁଡିଯାନ୍ତି ଯେ ତାଙ୍କର କୌଣସି ଜିନିଷ ପ୍ରତି ହୋସ ରୁହେନାହିଁ | ସେମାନେ ପବ୍ଲିକ ପ୍ଲେସରେ ମଧ୍ୟ ଅନେକ ଲଜ୍ଜାଜନକ କାର୍ଯ୍ୟକଳାପ କରିବସନ୍ତି | ସୋସିଆଲ ମିଡିଆରେ ଗୋଟିଏ ଝିଅର ଭିଡିଓ ଭାଇରଲ ହେଉଛି, ଯାହାକୁ କି ବହୁତ ଜୋରରେ ନିଶା ଚଢ଼ିଯାଇଛି | ଏହି ଯୁବତୀ ଏତିକି ବି ଜାଣିପାରୁନାହାନ୍ତି ଯେ ସେ କୌଣସି ପବ୍ଲିକ ପ୍ଲେସରେ ଅଛନ୍ତି |

ନିଶାରେ ଝୁମି ଝୁମି ନାଚିଲେ ଯୁବତୀ :-

ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ଏକ ମଜାଳିଆ ଭିଡିଓ ଭାଇରଲ ହେଉଛି | ଏହାକୁ ଦେଖି ଆପଣଙ୍କର ମଧ୍ୟ ହସ ଆସିଯିବ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେବେ | ବାସ୍ତବରେ, ଭିଡିଓରେ ଜଣେ ଯୁବତୀ ନିଶାସକ୍ତ ଅବସ୍ଥାରେ ବୁଡି ଡ୍ୟାନ୍ସ କରୁଛନ୍ତି | ତାଙ୍କର ଡ୍ୟାନ୍ସିଂ ଷ୍ଟାଇଲ ଏବଂ କେଶ ଛାଡି ନାଚୁଥିବା ଷ୍ଟାଇଲରୁ ଆପଣ ଅନୁମାନ କରିପାରିବେ ଯେ ସେ କେତେ ନିଶାରେ ଅଛନ୍ତି | ଏହି ଭିଡିଓକୁ Hold My Beer ନାମକ ଆକାଉଣ୍ଟରେ ସେୟାର କରାଯାଇଛି |

ଷ୍ଟେଜରେ ହେଲା ଜୋରରେ ଧକ୍କା :-

ଏହି ଯୁବତୀ ତ ନିଶାରେ ବୁଡିରହି ଭୟଙ୍କର ଡ୍ୟାନ୍ସ କରିବାରେ ବ୍ୟସ୍ତ ଅଛନ୍ତି, କିନ୍ତୁ ତାଙ୍କ ଆଖପାଖରେ ଥିବା ଲୋକମାନେ ତାଙ୍କ ଅବସ୍ଥା ଦେଖି ପୁରା ଡରି ଯାଇଥିଲେ | ଯୁବତୀ ଷ୍ଟେଜ ଉପରେ ଡ୍ୟାନ୍ସ କରୁଥିଲେ, ଠିକ ସେତିକିବେଳେ ତାଙ୍କ ପାଖରେ ଯାଉଥିବା ଅନ୍ୟ ଯୁବତୀଙ୍କ ସହିତ ଧକ୍କା ହେବା କାରଣରୁ ଏହି ଯୁବତୀ ସିଧା ଯାଇ ଷ୍ଟେଜ ରୁ ତଳେ ପଡିଗଲେ | ତାପରେ ସେଠାରେ ଠିଆ ହୋଇଥିବା ଲୋକମାନେ ଯେକୌଣସି ପ୍ରକାରେ ତାଙ୍କୁ ସମ୍ଭାଳିନେଲେ |

ତାଙ୍କ ଅବସ୍ଥା ଦେଖି ଲୋକମାନେ ହସିଲେ :-

ଏହି ଡ୍ୟାନ୍ସ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | କମେଣ୍ଟ ବକ୍ସରେ ଅଧିକାଂଶ ଲୋକ ଯୁବତୀଙ୍କର ମଜା ନେଉଛନ୍ତି ଏବଂ ସେହିପରି କିଛି ଲୋକ କହିଛନ୍ତି ଯେ କେହି ବି ତ ତାଙ୍କୁ ଅଟକାଇ ପାରିଥାନ୍ତେ |

Leave a Reply

Your email address will not be published. Required fields are marked *