ବର୍ତ୍ତମାନ ବଡ ମାଛ କ୍ରାଇମବ୍ରାଞ୍ଚ ଜାଲରେ!

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କର ରହ-ସ୍ୟଜ-ନକ ମୃ-ତ୍ୟୁ ଘଟ-ଣାର ତ-ଦନ୍ତ କରୁଥିବା କ୍ରାଇମବାଞ୍ଚ ଦଳ ଗୁରୁବାର ଦିନ କାହାରିକୁ ମଧ୍ୟ ଜେରା କରିନାହିଁ। କେବଳ ସେମାନେ ରହୁଥିବା ପୋ-ଲିସ ଗେଷ୍ଟ ହାଉସରେ ଗତ ୫ ଦିନର ଛାନଭିନ ଏବଂ ପଚରା-ଉଚୁରା ସମୟରେ ଯାହାସବୁ ତଥ୍ୟ ମିଳିଛି ତାର କେବଳ ତର୍ଜ-ମା କରିଛନ୍ତି। ଏଥିସହ ଆଗାମୀ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି। ଯଦିଓ ଏ ବିଷୟରେ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସୂଚନା ଦିଆଯାଇନାହିଁ, ତଥାପି ତଦନ୍ତ ସମୟରେ ହାତରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଛି। ତେଣୁ ତାକୁ ଆଧାର କରି ଆସନ୍ତାକାଲି ଘଟ-ଣାର ଅନ୍ୟତମ ଅଭି-ଯୁକ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଣିଥରେ ଜେରା କରାଯାଇପାରେ। ଏହି ଘଟ-ଣାର ତଦ-ନ୍ତ କରୁଥିବା ପାରଳାଖେମୁଣ୍ଡି ଥା-ନା ଅଧିକାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଦଳ ପଚରାଉଚୁରା କରିପାରେ। ପୋ-ଲି-ସର ତଦ-ନ୍ତକୁ ନେଇ ବାରମ୍ବାର ପ୍ରଶ୍ନ କରିଥିବା ମାନବାଧିକାର ପରିଷଦ କିନ୍ତୁ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅତିଶୀଘ୍ର ଘଟଣା ଉପରେ ଥିବା ସତ୍ୟକୁ କ୍ରାଇମବ୍ରାଞ୍ଚର ଲୋକଲୋଚନକୁ ଆଣିପାରିବ ବୋଲି ସେମାନେ ଆଶା ରଖିଛନ୍ତି।

ଗତ ଜୁଲାଇ ମାସ ୧୨ତାରିଖ ଦିନ ରାତିରେ ଘଟ-ଣା ପଛରେ ଥିବା ସତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ପୁରା ଦମ ଲଗା ଦେଇଛି। ଅଗଷ୍ଟ ୧୪ତାରିଖ ଦିନ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଂଚିବା ପରେ ଘଟଣାସ୍ଥଳ ଯାଇ ଛାନଭିନ କରିଥିଲା। ୧୫ ତାରିଖ ଦିନ ପୂର୍ବରୁ ପୋ-ଲିସ କରିଥିବା ତଦନ୍ତ ଏଥିରୁ ଆସିଥିବା ତଥ୍ୟ ସଂପର୍କରେ ତଦ-ନ୍ତକା-ରୀ ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସହିତ ଆଲୋଚନା କରିଥିଲେ। ୧୬ତାରିଖରୁ ଏହି ଘ-ଟଣା ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଥିବାର ବ୍ୟକ୍ତିଙ୍କୁ ଡାକି ପଚରା ଉଚୁରା ଆରମ୍ଭ କରିଥିଲା। ୧୬ତାରିଖରେ ଘଟଣାର ଅନ୍ୟତମ ଅଭି-ଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କ ସମେତ ଦୁଇଜଣ ଏସିଏଫଓ ଏବଂ ଅନ୍ୟ ଜଣେ ବନ କର୍ମଚାରୀ ଆକାଶ ପ୍ରଧାନଙ୍କୁ ଜେରା କରାଯାଇଥିଲା। ଗତ ୧୭ ତାରିଖରେ ଡିଏଫଓଙ୍କ ଫାଟକ ଜଗୁଆଳି ସନ୍ତୋଷ ବିଶ୍ୱାଳ, ମାଳି ଅଜୟ ବେହେରା ଓ ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ପଚରାଉଚୁରା କରିଥିଲା। ସେହିଭଳି ୧୮ତାରିଖରେ ସୌମ୍ୟରଞ୍ଜନଙ୍କୁ ଚିକିତ୍ସା କରିଥିବା ଦୁଇଜଣ ଡାକ୍ତର ଅଭିଳାଷ ପଣ୍ଡା, ବିଶୋର ଚନ୍ଦ୍ର ବେହେରା ଏବଂ ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁକା-ଳୀନ ଜମାନବନ୍ଦୀ ରେ-କର୍ଡ ସମୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡିର ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିଲା। ।

Google

ଏହି ୩ଦିନରେ ପ୍ରାୟ ୧୨ ଜଣଙ୍କୁ ପଚରାଉଚୁରା କରାଯାଇଥିବା ବେଳେ ଘଟ-ଣାସ୍ଥ-ଳକୁ ମଧ୍ୟ ଛାନଭିନ କରିଛି। ଏହାରି ଭିତରେ ଜଗୁଆଳି ଏବଂ ଡାକ୍ତରଙ୍କର ବୟା-ନରେ ଅନେକ ପ୍ରକାର ଗୁମର ଖୋଲିଛି। ଜଗୁଆଳି ଘ-ଟଣା ଦିନ ଜିଲ୍ଲାପାଳଙ୍କର ଉପସ୍ଥିତିକୁ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଛି। ସେହିପରି ସୌମ୍ୟରଞ୍ଜନଙ୍କ ସ୍ଵାସ୍ଥ୍ୟବସ୍ଥା ଏବଂ ମୃ-ତ୍ୟୁକା-ଳୀନ ଜମାନବନ୍ଦୀ ସଂପର୍କରେ ଡାକ୍ତରଙ୍କୁ ଜେରା କରିଥିବା ବେଳେ ବହୁ ତଥ୍ୟ ମଧ୍ୟ କ୍ରାଇମବ୍ରାଞ୍ଚ ପାଇଛି। ତେଣୁ ଗୁରୁବାର ୫ ଦିନର ପଚରାଉଚୁରା ଏବଂ ତ-ଦନ୍ତ ବେଳେ କଣ ସବୁ ତଥ୍ୟ ଆସିଛି ତାହାର ତର୍ଜମା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ କ୍ରାଇମବ୍ରାଞ୍ଚ ଦଳ ଆପୋଷ ଆଲୋଚନା କରିଛି। ତଦ-ନ୍ତରେ ପୋ-ଲିସ ଶିଥିଳତା ଦେଖାଇବା ସହ ଅନେକ ପ୍ରକାର ଗୁରୁତ୍ଵପୂର୍ଣ୍ଣ ଦିଗକୁ ଛାଡିଥିବା ନେଇ ପୂର୍ବରୁ ଅଭି-ଯୋଗ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ସେସବୁ ଦିଗରୁ ତଦ-ନ୍ତ କରୁଅଛି। ତେଣୁ ଏଥିରେ ଆନ୍ତର୍ଜାତୀୟ ମାନବାଧିକ ପରିଷଦର ସଂପାଦକ ପ୍ରନୋଜ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚ ଏହି ଘଟଣା ଉପରେ ରହସ୍ୟ ଉପରୁ ପରଦା ହଟାଯାଇପାରିବ ବୋଲି ବର୍ତ୍ତମାନ ପର୍ଯ୍ଯନ୍ତ ବିଶ୍ଵାସ ହେଉଥିବା କହିଛନ୍ତି।

ଜେରା ସମୟରେ ଜଗୁଆଳି ଘ-ଟଣା ଦିନରେ ସେହି ସ୍ଥାନରେ ଜିଲ୍ଲାପାଳ ଉପସ୍ଥିତ ଥିଲେ ବୋଲି କହିଛନ୍ତି। ଏହାପରେ ଜିଲ୍ଲାପାଳ ମଧ୍ୟ ସ-ନ୍ଦେହ ଘେରକୁ ଆସିଛନ୍ତି। ସେହିଦିନ ଜିଲ୍ଲାପାଳ କାହିଁକି ସେଠାକୁ ଯାଇଥିଲେ ଏବଂ ଏହି ରହସ୍ୟଜନକ ମୃ-ତ୍ୟୁ ଘଟଣା ସହ ତାଙ୍କର କଣ ସଂପର୍କ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଧରିଛି। ଏଭଳି ବାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାର ୪୮ଘଣ୍ଟା ମଧ୍ୟରୁ ଅଧିକ ସମୟ ବିତିସାରିଲାଣି ମଧ୍ୟ ଜିଲ୍ଲାପାଳ କିଛି ମଧ୍ୟ କହିନାହାନ୍ତି। ଏପରିକି ଆଜି ଶିକ୍ଷାମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କରିଥିଲେ କିନ୍ତୁ ସେଠାରେ ଜିଲ୍ଲାପାଳଙ୍କର ଦେଖା ମିଳିନଥିଲା। ଏହି ଘଟଣାର ତ-ଦନ୍ତ ପ୍ରଥମେ ପୋ-ଲିସ କରୁଥିବା ବେଳେ ଗଜପତି ଜିଲ୍ଲାର ତତ୍କାଳୀନ ଏସପି ତପନ ପଟ୍ଟନାୟକ କେବଳ ବିଦ୍ୟାଭାରତୀଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ଅଭି-ଯୁକ୍ତଙ୍କୁ କ୍ଲିନଚିଟ ଦେଇ ଦେଇଥିଲେ। ଯାହାକୁ ନେଇ ଜିଲ୍ଲା ପୋ-ଲିସ ବି-ବାଦ ଘେରକୁ ଆସିଥିଲା। ଘଟଣାକୁ ଇତି ମଧ୍ୟରେ ୩୮ଦିନ ବିତିସାରିଛି। ୩୨ଦିନ ତଦନ୍ତ କରୁଥିବା ପୋ-ଲିସ ଜିଲ୍ଲାପାଳଙ୍କର ଉପସ୍ଥିତି ନେଇ କିଛି ମଧ୍ୟ କହିନଥିଲେ। ସେହିପରି ଚିକିତ୍ସା କରୁଥିବା ଡାକ୍ତର କିମ୍ବା ତହସିଲଦାରଙ୍କୁ ପୋ-ଲିସ ପଚରା ଉଚୁରା କରିନଥିଲା। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସେମାନଙ୍କୁ ପଚରାଉଚୁରା କରୁଅଛି। ଫଳରେ ପୋ-ଲିସ ତ-ଦନ୍ତ ସମୟରେ ଅନେକ ଦିଗକୁ ଛାଡିଦେଇଥିବାର ଅଭି-ଯୋଗ ହେଉଛି। ଏହି ଘଟ-ଣାରେ ଡିଏଫଓଙ୍କ ସଂପୃକ୍ତି ନେଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କର ଲିଖିତ ଅଭି-ଯୋଗ କରିଥିବା ବେଳେ ଜିଲ୍ଲାପାଳଙ୍କର ଉପସ୍ଥିତିକୁ ଘ-ଟଣା ଆଉ ଜଣେ ସର୍ବଭାରତୀୟ ସ୍ତରରେ ଅଧିକାରୀଙ୍କୁ ସ-ନ୍ଦେହ ମଧ୍ୟକୁ ଟାଣିଆଣିଛନ୍ତି। ତେବେ ଯେଉଁମାନେ ଏହି ଘ-ଟଣା ସହିତ ଜଡିତ ଅଛନ୍ତି, ସେ ସମସ୍ତଙ୍କର ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି।

କ୍ରାଇମବ୍ରାଞ୍ଚ ତଦ-ନ୍ତକୁ ଆଜି ୬ଦିନ ସମ୍ପୂର୍ଣ ହୋଇଛି। ଏହାରି ମଧ୍ୟରେ ୧୨ଜଣଙ୍କୁ ଜେରା କରାଯାଇଛି। ୩୨ଦିନ ମଧ୍ୟରେ ଯାହା ପୁ-ଲିସ କରିପାରିନଥିଲା ମାତ୍ର ୬ଦିନରେ କ୍ରାଇମବ୍ରାଞ୍ଚ ତାହା କରିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ହାସଲ କରିଛି। ହେଲେ ଘଟ-ଣାର ରହସ୍ୟ ଉପରୁ କେବେ ପରଦା ହଟୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।

Leave a Reply

Your email address will not be published.