ମହିଳାଙ୍କ ପାଇଁ ତାଲିବାନ ବନାଇଲା ଏହି ୧୦ ନିୟମ,ଟାଇଟ ଡ୍ରେସ ଠାରୁ ଆରମ୍ଭ କରି ସ୍ୟାଣ୍ଡେଲ ପିନ୍ଧିବା ପର୍ଯ୍ୟନ୍ତ ସବୁ କିଛି ବ୍ୟାନ,ଜାଣନ୍ତୁ କଣ କଣ ସବୁ ନିୟମ ରହିଛି

ତାଲିବାନୀ ରାଜ ସମୟରେ ମହିଳାଙ୍କ ପାଇଁ ଏମିତି କଠିନ ନିୟମ କାନୁନ ଵନାଯାଏ ଯାହା ମାନବାଧିକାରର ସିଧା ଉଲଂଘନ ଅଟେ|ଶରିୟା କାନୁନ ଅନୁସାରେ ମହିଳାଙ୍କ ସମସ୍ତ କାନୁନ ଛଡାଇ ନିଆଯାଏ|୨୦୦୧ ମସିହାରେ ଯେତେବେଳେ ଆଫଗାନିସ୍ତାନରେ ତାଲିବାନର ଶାସନ ରହିଥିଲା ମହିଳାମାନେ ବହୁତ କିଛି ସହିଛନ୍ତି|ପୁଣି ଆଉଥରେ ମହିଳା ଓ ଯୁବତୀଙ୍କୁ ସେହି ନିୟମ ଅନୁସାରେ ଅକଥନୀୟ ନିର୍ଯାତନା ଓ ନର୍କ ମଧ୍ୟରେ ରହିବାକୁ ହେବ|

ଏହି ୧୦ ନିୟମ ଯାହା ନର୍କ କରିଥାଏ ମହିଳାଙ୍କ ଜୀବନ:

୧: ମହିଳା ସଡକରେ କୈାଣସି ସମ୍ପର୍କୀୟ ବିନା ବାହାରି ପାରିବେ ନାହିଁ

୨: ମହିଳାଙ୍କୁ ଘରୁ ବାହାରିଲେ ବୁର୍ଖା ପିନ୍ଧିବାକୁ ହେବ

୩:ପୁରୁଷଙ୍କୁ ମହିଳାଙ୍କ ଆସିବାର ଆବାଜ ନଶୁଣାଯିବ ସେଥିପାଇଁ ହାଏ ହିଲ୍ ପିନ୍ଧି ପାରିବେ ନାହିଁ

୪: ସାର୍ବଜନୀନ ସ୍ଥାନରେ ମହିଳାଙ୍କ ଆବାଜ ଅଜଣା ଲୋକଙ୍କୁ ଶୁଣାଯିବ ନାହିଁ|

୫: ଗ୍ରାଉଣ୍ଡ ଫ୍ଲୋରର ଘରରେ ଖିଡିକି ପେଣ୍ଟ ହେବା ଆବଶ୍ୟକ ଫଳରେ ଘର ଭିତରେ ଥିବା ମହିଳା ଯେପରି ଦେଖାଯାଇପାରିବେ ନାହିଁ

୬: ମହିଳା ମାନେ ଫଟୋ ଉଠାଇ ପାରିବେ ନାହିଁ ଓ ଫଟୋ ଖବର କାଗଜ,ଘର ଓ ବହିରେ ଦେଖାଯିବ ନାହିଁ|

୭: ମହିଳା ଶବ୍ଦ କୈାଣସି ଯାଗାରୁ ନାମରେ ହଟାଯିବ

୮: ମହିଳା ଘରର ବାଲକୋନୀ ବା ଖିଡିକିରେ ନ ଦେଖାଯିବା ଆବଶ୍ୟକ

୯: ମହିଳାଙ୍କ କୈାଣସି ସାର୍ବଜନୀନ ସ୍ଥାନରେ ଏକତ୍ରିକରଣ ମନା|

୧୦: ମହିଳା ନେଲ ପେଣ୍ଟ ଲଗାଇପାରିବେ ନାହିଁ ଓ ମନ ଇଚ୍ଛା ବିବାହ କରିପାରିବେ ନାହିଁ|

ତାଲିବାନ ତାର ଖତରନାକ ସଜାପାଇ କୁଖ୍ୟାତ|ମହିଳାଙ୍କ ପାଇଁ ବନାଯାଇଥିବା ନିୟମ ଯଦି କିଏ ଭାଙ୍ଗିଲା ତେଵେ ତାକୁ କ୍ରୂର ସଜ୍ଜା ଭୋଗିବାକୁ ପଡେ|ତାଲିବାନ ରାଜରେ ମହିଳାଙ୍କୁ ସାର୍ବଜନୀନ ଭାବେ ବେଜ୍ଜତି କରିବା ଓ ପିଟିପିଟି ମାରିବା ସଜ୍ଜା ଥିଲା|ଏଡଲ୍ଟ୍ରି ବା ଅବୈଧ ସମ୍ପର୍କ ପାଇଁ ମହିଳାଙ୍କୁ ସାର୍ବଜନୀନ ଭାବେ ମାରି ଦିଆଯାଉଥିଲା|ଯଦି କୌଣସି ଯୁବତୀ ଆରେଞ୍ଜ ମ୍ୟାରେଜରେ ପଳେଇବାକୁ ଚେଷ୍ଟା କରେ ତେଵେ ତା ନାକ ଓ କାନ କାଟି ମରିବାକୁ ଛାଡି ଦିଆଯାଏ|ଯଦି ମହିଳା ନେଲ ପେଣ୍ଟ କରନ୍ତି ତେଵେ ଆଙ୍ଗୁଠି କାଟିବା ଭଳି କ୍ରୂର ସଜ୍ଜା ରହିଛି|

Leave a Reply

Your email address will not be published. Required fields are marked *