ମହିଳାମାନଙ୍କୁ ମଣିଷ ବୋଲି ବୁଝେ ନାହିଁ ତାଲିବାନ,ମହିଳାଙ୍କର ମୃ-ତ ଶରୀରରୁ ଆଖି କାଢି କୁକୁରକୁ ଖୁଆଇଥାନ୍ତି,ଜାଣନ୍ତୁ ପୁରା ଖବର

ତାଲିବାନ ଅତ୍ୟାଚାରର ଯନ୍ତ୍ରଣା ଏବଂ କଷ୍ଟ କଣ, ତାକୁ କେବଳ ସେହି ଲୋକମାନେ ଭଲ ଭାବରେ ବୁଝିପାରିବେ, ଯେଉଁମାନେ ସେହି କଷ୍ଟ ଦେଇ ଗତି କରିଛନ୍ତି | ତାଲିବାନର ନିଷ୍ଠୁରତା ଏହା ଯେ ସେ ମହିଳାମାନଙ୍କୁ ମାରିବା, ସେମାନଙ୍କ ଆଖି ବାହାର କରିବା ଏବଂ ସେମାନଙ୍କ ଲାସଗୁଡିକୁ କୁକୁରକୁ ମଧ୍ୟ ଖୁଆଇବାକୁ ପଛାଇ ନଥାଏ | ଏପରି ନିଷ୍ଠୁର ଅତ୍ୟାଚାର ଦେଇ ଯାଇଥିବା ଜଣେ ଆଫଗାନିସ୍ତାନରେ ମହିଳାଙ୍କ ସହିତ ହୋଇଥିବା ଅତ୍ୟାଚାରର ଯେଉଁ କାହାଣୀ ଶୁଣାଇଲେ, ତାହା ଶକ୍ତ ହୃଦୟ ଥିବା ଲୋକମାନଙ୍କୁ ମଧ୍ୟ ଭାବୁକ କରିଦେବ |

ବାହାର କରି ନେଇଥିଲେ ଆଖି :-

୩୩ ବର୍ଷୀୟ ମହିଳା ଖଟେରା ନିଜ ସହିତ ହୋଇଥିବା ଅତ୍ୟାଚାରର ଯେଉଁ କାହାଣୀ ଶୁଣାଇଛନ୍ତି, ତାହା ସତରେ ହୃଦୟ ବିଦାରକ ଅଟେ | ଏହି ମହିଳାଙ୍କୁ ପ୍ରଥମେ ତ ତାଲିବାନ ଯୁବକମାନେ ଅନେକଥର ଚାବୁକ ମାଡ଼ ମାରିଥିଲେ ଏବଂ ତାପରେ ତାଙ୍କ ଆଖି ବାହାର କରିନେଲେ | ସେହି ସମୟରେ ଏହି ମହିଳା ୨ ମାସର ଗର୍ଭବତୀ ଥିଲେ | ଅନେକ ଅନୁରୋଧ କରିଥିଲେ ମଧ୍ୟ ତାଲିବାନ ଲୋକମାନେ ତାଙ୍କୁ ଛାଡ଼ିନଥିଲେ, କିନ୍ତୁ ସେ ସାହସର ସହିତ ବଞ୍ଚିଗଲେ ଏବଂ ନିଜ ଆଖିର ଚିକିତ୍ସା କରିବାପାଇଁ ଯେକୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚିଗଲେ | ଯେଉଁ ସମୟରେ ତାଲିବାନ ଲୋକମାନେ ଖଟେରାଙ୍କୁ ଘେରି ରହିଥିଲେ, ସେ ଗଜନି ସହରରେ ନିଜ କାମ କରିବାପରେ ଘରକୁ ଫେରୁଥିଲେ |

ତାଲିବାନଙ୍କ ନଜରରେ ମହିଳାମାନେ ମଣିଷ ନୁହଁନ୍ତି :-

ଖଟେରା କୁହନ୍ତି, “ତାଲିବାନଙ୍କ ଦୃଷ୍ଟିରେ ମହିଳାମାନେ ମଣିଷ ନୁହଁନ୍ତି, ବରଂ ସେମାନେ କେବଳ ମାଂସ ଖଣ୍ଡ ଅଟନ୍ତି, ଯାହା ସହିତ ଯେତେ ପାରିବ ସେତେ ନିର୍ଦ୍ଦୟତାର ସହ ବ୍ୟବହାର କରାଯାଇପାରିବ | ସେମାନେ (ତାଲିବାନ) ପ୍ରଥମେ ଆମକୁ ନିର୍ଯାତନା ଦିଅନ୍ତି ଏବଂ ତାପରେ ଅନ୍ୟମାନଙ୍କୁ ଏହି ଦଣ୍ଡର ନମୁନା ଦେଖାଇବାପାଇଁ ଶବକୁ ଛକରେ ଟାଙ୍ଗନ୍ତି ତ ଆଉ କେତେବେଳେ ମହିଳାମାନଙ୍କ ଲାସଗୁଡିକୁ କୁକୁରମାନଙ୍କୁ ଖାଇବାକୁ ଦେଇଥାନ୍ତି | ମୁଁ ଭାଗ୍ୟଶାଳୀ ଥିଲି ଯେ ମୁଁ ଏଥିରୁ ବଞ୍ଚିଗଲି |”

ସେ ଆଗକୁ କହିଛନ୍ତି, ‘ ଆଫଗାନିସ୍ତାନରେ ତାଲିବାନ ଅଧୀନରେ ବଞ୍ଚିବା କ’ଣ ହୋଇଥାଏ, ଏହାର କଳ୍ପନା କରିବା ମଧ୍ୟ କଷ୍ଟସାଧ୍ୟ ଅଟେ |କାରଣ ସେହି ଜୀବନ ମହିଳା, ଶିଶୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ନର୍କ ଭଳି ହୋଇଥାନ୍ତି |

ଏହି କାରଣରୁ କରିଥିଲେ ଖଟେରାଙ୍କ ଉପରକୁ ଆକ୍ରମଣ :-

ଖଟେରାଙ୍କ ଅନୁଯାୟୀ ତାଙ୍କ ବାପା ତାଲିବାନର ଜଣେ ପୂର୍ବତନ ବିରୋଧୀ ଥିଲେ | ତେଣୁ ତାଲିବାନ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ତାଙ୍କୁ ଟାର୍ଗେଟ କରିଥିଲା | ଦିଲ୍ଲୀରେ ନିଜ ସ୍ୱାମୀ ଏବଂ ପିଲାଙ୍କ ସହ ଚିକିତ୍ସିତ ହେଉଥିବା ଖଟେରା କୁହନ୍ତି, “ତାଲିବାନ ମହିଳାମାନଙ୍କୁ ପୁରୁଷ ଡାକ୍ତରଙ୍କ ନିକଟକୁ ଯିବାକୁ ଅନୁମତି ଦିଏ ନାହିଁ କିମ୍ବା ମହିଳାମାନଙ୍କୁ ପାଠ ପଢିବା ଏବଂ କାମ କରିବାକୁ ମଧ୍ୟ ଅନୁମତି ଦିଏ ନାହିଁ | ଏପରି ପରିସ୍ଥିତିରେ ସେଠାରେ ଜଣେ ମହିଳାଙ୍କ ପାଇଁ କ’ଣ ବଞ୍ଚିରହିଛି ? କଣ ସେମାନଙ୍କ ପାଖରେ ମୃତ୍ୟୁ ହିଁ ଶେଷ ରାସ୍ତା ଅଟେ ?

ସେ ଆଗକୁ କହିଛନ୍ତି, “ଆମର ମହିଳା ଏବଂ ଯୁବତୀମାନେ ଶିକ୍ଷା ପାଇବାପାଇଁ, ଚାକିରୀ ପାଇବାପାଇଁ ଏବଂ ନିଜର ଲକ୍ଷ୍ୟକୁ ହାସଲ କରିବାପାଇଁ ଏହି ୨୦ ବର୍ଷ ମଧ୍ୟରେ ଲମ୍ବା ସମୟ ଯାତ୍ରା କରିଥିଲେ | କିନ୍ତୁ ଆଜି ମହିଳାମାନେ ତାଲିବାନମାନଙ୍କ ଭୟରେ ନିଜର ଏଜୁକେସନ ସାର୍ଟିଫିକେଟକୁ ଜଳାଇ ଦେଉଛନ୍ତି, ଯେପରିକି ସେମାନେ ମହିଳାଙ୍କ ଶିକ୍ଷାର ପ୍ରମାଣ ପାଇବେ ନାହିଁ | ମୋର ସମ୍ପର୍କୀୟମାନେ ମଧ୍ୟ ନିଜ ଝିଅମାନଙ୍କୁ ତାଲିବାନଠାରୁ ବଞ୍ଚାଇବା ପାଇଁ ସେମାନଙ୍କର ଏଜୁକେସନ ସାର୍ଟିଫିକେଟ ଜଳାଇ ଦେଉଛନ୍ତି |

Leave a Reply

Your email address will not be published.