୧୦ମ ପାସ କରିଥିବା ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ଖାଲିପଡ଼ିଛି ରେଳ କାରଖାନାରେ ପଦବୀ

ଦଶମ ପାସ କରିଥିବା ଯୋଗ୍ୟ ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଲୱେ ହ୍ୱିଲ ଫାକ୍ଟ୍ରିରେ ଖାଲିପଡ଼ିଛି ପଦବୀ। ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀ ଫ୍ୟାକ୍ଟ୍ରିର ଅଫିସିଆଲ ୱେବସାଇଟ rwf.indianrailways.gov.in ରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ଭ୍ୟାକେନ୍ସି ଅଧୀନରେ ଟ୍ରେଡ ଅପ୍ରେଟିନ୍ସର ୧୯୨ ପଦଵୀ ପାଇଁ ଯୋଗ୍ୟ ପାର୍ଥୀଙ୍କୁ ନିର୍ଣ୍ଣୟ କରାଯିବ।

ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀ ଅଗଷ୍ଟ ୧୩ ତାରିଖରୁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ମାସ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଫିସିଆଲ ନୋଟିଫିକେଶନ ଅନୁସାରେ, ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ସେପ୍ଟେମ୍ବର ମାସ ୧୩ ତାରିଖ ପର୍ଯ୍ୟନ୍ତ କରିପାରିବେ। ଚୟନ ହୋଇଥିବା ଯୋଗ୍ୟ ପାର୍ଥୀଙ୍କ ଦରମା ୧୨ ହଜାର ୨୬୧ ଟଙ୍କା ପ୍ରତି ମାସରେ ଦିଆଯିବ।

ପଦର ବିବରଣୀ :

ଫିଟର ପାଇଁ ୮୫ ପଦଵୀ

ମେଶିନିଷ୍ଟ ପାଇଁ ୩୧ ପଦଵୀ

ମେକାନିକ(ମୋଟର ଭେହିକଲ) ପାଇଁ ୮ ପଦଵୀ

ଟର୍ନର ପାଇଁ ୫ ପଦବୀ

ସିଏନ୍ସି ପ୍ରୋଗ୍ରୋମିଙ୍ଗ କମ୍‌ ଅପରେଟର(ସିଓଇ ଗ୍ରୁପ୍‌) ପାଇଁ ୨୩ ପଦବୀ

ଇଲେକ୍ଟ୍ରିସିୟାନ ପାଇଁ ୧୮ ପଦବୀ

ଇଲେକ୍ଟ୍ରୋନିକ ମେକାନିକ ପାଇଁ ୨୨ ପଦବୀ

ମୋଟ ୧୯୨ ପଦବୀ

ଯୋଗ୍ୟତା ଓ ବୟସ ସୀମା :

ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀ କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ କରିଥିବା ଆବଶ୍ୟକ। ଏହା ସହିତ ତାଙ୍କର ସମ୍ବନ୍ଧିତ ବିଷୟରେ ନ୍ୟାଶନାଲ କାଉନସିଲ ଫର ଭୋକେଶନାଲ ଟ୍ରେନିଂରୁ ନ୍ୟାଶନାଲ ଟ୍ରେଡ ଅପ୍ରେଟିନ୍ସ ସାର୍ଟିଫିକେଟ ମଧ୍ୟ ରହିଥିବା ଦରକାର। ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥିବା ଦରକାର।

ଆବେଦନ ଶୁଳ୍କ :

ସାଧାରଣ/OBC/EWS ବର୍ଗ ପାଇଁ ୧୦୦ ଟଙ୍କା ରଖାଯାଇଥିବା ସମୟରେ SC/ST/PWD/Women ବର୍ଗ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ।

Leave a Reply

Your email address will not be published. Required fields are marked *