ଏହି ଛଅଟି ଲକ୍ଷଣଗୁଡିକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଲ୍ୟୁକେମିୟା ରୋଗ,ଜାଣନ୍ତୁ ସେ ସମସ୍ତ ଲକ୍ଷଣ ଓ ରୋଗ ବିଷୟରେ

ଶରୀରରେ ରକ୍ତ ରହିବା ସେତିକି ଜରୁରୀ ଅଟେ, ଯେତିକି ବଞ୍ଚିବାପାଇଁ ନିଶ୍ୱାସ ନେଇଥାନ୍ତି | ଯଦି ଶରୀରରେ ଏହାର ଅଭାବ ଦେଖାଯାଏ, ତେବେ ଅନେକ ପ୍ରକାରର ରୋଗର ବିପଦ ବଢିପାରେ | ଲ୍ୟୁକେମିୟା ମଧ୍ୟ ରକ୍ତ ସହିତ ଜଡିତ ଏକ ଗମ୍ଭୀର ରୋଗ ଅଟେ, ଯାହାକୁ ବ୍ଲଡ଼ କ୍ୟାନ୍ସର ମଧ୍ୟ କୁହାଯାଏ | ଏହି ରୋଗରେ ଶରୀରରେ ହ୍ୱାଇଟ ବ୍ଲଡ଼ ସେଲସର ସଂଖ୍ୟା ଅସାଧାରଣ ଭାବରେ ବଢିଯାଏ | ବିଶେଷଜ୍ଞମାନେ କୁହନ୍ତି ଯେ ଯେତେବେଳେ ଶ୍ୱେତ ରକ୍ତ କୋଷର ଡିଏନଏକୁ କ୍ଷତି ପହଂଚିଥାଏ, ସେତେବେଳେ ଲ୍ୟୁକେମିୟା ରୋଗ ବିକଶିତ ହୁଏ | ଏହି କ୍ୟାନ୍ସରର କୋଷଗୁଡ଼ିକର ଅସ୍ଥି ମଜାରେ ବଢିଥାଏ ଏବଂ ଅସ୍ଥି ମଜାରେ ରହି ହିଁ ସୁସ୍ଥ ରକ୍ତ କୋଷଗୁଡ଼ିକୁ ସାଧାରଣ ଭାବରେ ବଢ଼ିବାରେ ଏବଂ କାର୍ଯ୍ୟ କରିବାରେ ଅଟକାଇଥାଏ | ଯଦି ଠିକ ସମୟରେ ଏହାର ଚିକିତ୍ସା କରାଯାଏ ନାହିଁ, ତେବେ ଏହା ସାଙ୍ଘାତିକ ମଧ୍ୟ ହୋଇପାରେ | ତେଣୁ ଏହାର ଲକ୍ଷଣଗୁଡିକ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ଅଟେ | ଆସନ୍ତୁ ଜାଣିବା ଏହାର ଲକ୍ଷଣଗୁଡିକ ବିଷୟରେ …

ରକ୍ତ ବହିବା :-

ରକ୍ତ ଜମାଟ ବାନ୍ଧିବାରେ ପ୍ଲେଟଲେଟସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଏହି ରୋଗ ହେତୁ ପ୍ଲେଟଲେଟସର ଉତ୍ପାଦନ ପ୍ରଭାବିତ ହୋଇଥାଏ | ଏପରି ପରିସ୍ଥିତିରେ ଶରୀରରେ କୌଣସି ସ୍ଥାନରେ ଆଘାତ ହେଲେ, ସହଜରେ କ୍ଷତ ସୃଷ୍ଟି ହୁଏ କିମ୍ବା ରକ୍ତ ବହିବାକୁ ଲାଗେ | ଯଦି ଆପଣଙ୍କର ମଧ୍ୟ କୌଣସି ସ୍ଥାନରେ ଆଘାତ ଲାଗିଛି ଏବଂ କ୍ଷତ ଶୀଘ୍ର ଭଲ ହେଉନାହିଁ, ତେବେ ନିଶ୍ଚିତ ଭାବରେ ଥରେ ଲ୍ୟୁକେମିୟାର ଯାଞ୍ଚ କରାଇ ନିଅନ୍ତୁ |

ବାରମ୍ବାର ସଂକ୍ରମଣ ହେବା :-

ଶ୍ୱେତ ରକ୍ତ କଣିକାର କାର୍ଯ୍ୟ ହେଉଛି ଶରୀରକୁ ସଂକ୍ରମଣରୁ ରକ୍ଷା କରିବା, କିନ୍ତୁ ଯେତେବେଳେ ସେଗୁଡିକ ସଠିକ ଭାବରେ କାମ କରିପାରେ ନାହିଁ ଏବଂ ସେମାନଙ୍କ ସଂଖ୍ୟା ଅନିୟନ୍ତ୍ରିତ ହୋଇଯାଏ, ସେତେବେଳେ ଶରୀର ସହଜରେ ସଂକ୍ରମଣର ଶିକାର ହୋଇଯାଏ | ତେଣୁ ଜ୍ୱର, ଥଣ୍ଡା ହେବା ଏବଂ କାଶ ଭଳି ଲକ୍ଷଣକୁ ଅଣଦେଖା କରାଯିବା ଉଚିତ ନୁହେଁ |

ହାଡ ଏବଂ ଗଣ୍ଠି ଯନ୍ତ୍ରଣା :-

ଲ୍ୟୁକେମିୟା ରୋଗରେ ହାଡ଼ରେ ଅଧିକ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା ସମସ୍ୟା ଦେଖିବାକୁ ମିଳିଥାଏ | ବାସ୍ତବରେ, ଏହି ସମସ୍ୟାଗୁଡ଼ିକ ଅସ୍ଥି ମଜାରେ ଲ୍ୟୁକେମିକ କୋଷଗୁଡ଼ିକର ଦ୍ରୁତ ଗତିରେ ବୃଦ୍ଧି କାରଣରୁ ହୋଇଥାଏ | ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରିବାର ଭୁଲ ଆଦୌ କରନ୍ତୁ ନାହିଁ ଏବଂ ଡାକ୍ତରଙ୍କୁ ଦେଖା କରି ପରାମର୍ଶ ନିଅନ୍ତୁ |

ଏହି ଲକ୍ଷଣଗୁଡିକ ଉପରେ ମଧ୍ୟ ଧ୍ୟାନ ଦେବେ :-

ଚର୍ମ ହଳଦିଆ ହେବା ମଧ୍ୟ ଲ୍ୟୁକେମିୟାର ଏକ ପ୍ରମୁଖ ଲକ୍ଷଣ ଅଟେ, ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ | ଏହା ବ୍ୟତୀତ, ଲ୍ୟୁକେମିୟାରେ ପୀଡିତ ବ୍ୟକ୍ତିକୁ ସବୁ ସମୟରେ ଥକା ଲାଗିଥାଏ ଏବଂ ଶ୍ୱାସକ୍ରିୟା କରିବାରେ କଷ୍ଟ ହୋଇଥାଏ | ତେଣୁ ଏହି ଲକ୍ଷଣଗୁଡ଼ିକୁ ନିଶ୍ଚିତ ଭାବରେ ଧ୍ୟାନ ଦେବା ବହୁତ ଜରୁରୀ ଅଟେ |

Leave a Reply

Your email address will not be published. Required fields are marked *