ଭାରତ ଠାରୁ ଇଂଲଣ୍ଡ ହାରିଲା ପରେ ବର୍ତ୍ତମାନ କରିବାକୁ ଯାଉଛି ବଡ ଅଦଳବଦଳ,ଦୁଇ ଜଣ ଖେଳାଳୀ ଦଳରୁ ବାହାର,ଦୁନିଆର ନମ୍ବର ୱାନ ବ୍ୟାଟ୍ସମ୍ୟାନ ଦଳରେ ସାମିଲ

ଭାରତ ବିରୁଦ୍ଧରେ ତୃତୀୟ ଟେଷ୍ଟ ମ୍ଯାଚ ପାଇଁ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡ ଦଳରେ ପରିବର୍ତ୍ତନ କରାଯାଇଛି। ବ୍ୟାଟ୍ସମ୍ୟାନ ଡୋମ ଶିବଲି ଓ ଜ୍ୟାକ କ୍ରଲିଙ୍କୁ ବାହାର କରିଦିଆଯାଇଛି। ବାମ ହାତୀ ବ୍ୟାଟ୍ସମ୍ୟାନ ଡେଭିଡ ମଲାନ ଓ ଅଲି ପପକୁ ସାମିଲ କରାଯାଇଛି। ମଲାନ ଟି-୨୦ ଫର୍ମାଟରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ଅଟନ୍ତି ଓ ପାଖାପାଖି ତିନି ବର୍ଷ ପରେ ତାଙ୍କର ଟେଷ୍ଟ ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ଶେଷ ଥର ୨୦୧୮ ମସିହାରେ ଟେଷ୍ଟ ମ୍ଯାଚ ଖେଳିଥିଲେ। ଇଂଲଣ୍ଡ ଭାରତ ବିରୁଦ୍ଧରେ ସିରିଜରେ ଟପ ଅର୍ଡର ବିଫଳ ହୋଇଥିଲା। ପ୍ରଥମ ଦୁଇଟି ଟେଷ୍ଟରେ ଟପ ତିନିଜଣଙ୍କର ବ୍ୟାଟିଂ ପ୍ରଦର୍ଶନରେ ନିରାଶ ହେବାକୁ ପଡିଥିଲା। ଏଥିରେ ମିଡିଲ ଅର୍ଡର ଓ ଅଧିନାୟକ ଜୋ ରୁଟଙ୍କ ଉପରେ ବହୁତ ଚାପ ବଢିଯାଇଥିଲା। ଡେଭିଡ ମଲାନ ଏହି ବର୍ଷ ଏକ ଫାର୍ଷ୍ଟ କ୍ଳାସ ମ୍ଯାଚ ଖେଳିଥିଲେ ଯେଉଁଥିରେ ସେ ୧୯୯ ରନର ଇନିଙ୍ଗ୍ସ ଖେଳିଥିଲେ।

ଇଂଲଣ୍ଡର ଦୃତ ବୋଲର ସାକିବ ମହମ୍ମଦଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ସେ ବର୍ତ୍ତମାନ ପର୍ଯ୍ଯନ୍ତ ଟେଷ୍ଟରେ ଡେବ୍ୟୁ କରିନାହାନ୍ତି। କିନ୍ତୁ ନିକଟ ଅତୀତରେ ତାଙ୍କର ପ୍ରଦର୍ଶନ ସାନଦାର ଥିଲା। ଏହି ବର୍ଷର ଆରମ୍ଭରେ ଦଳ ସହିତ ଶ୍ରୀଲଙ୍କା ଓ ଭାରତ ଟୁରରେ ଯାଇଥିଲେ। ବିଶ୍ଵାସ କରାଯାଉଛିକି ସାକିବ ହୋଡିଂଲେ ଟେଷ୍ଟରେ ଡେବ୍ୟୁ କରିପାରନ୍ତି। ବାମ ହାତୀ ସ୍ପିନର ଜ୍ୟାକ ଲିଚଙ୍କୁ ଦଳ ରିଲିଜ କରିଦେଇଛି। କିନ୍ତୁ ସେ ମୋଇନ ଅଲ୍ଲୀଙ୍କୁ ଷ୍ଟାଣ୍ଡବାଇ ରୂପରେ ରଖିବେ। ଦୃତ ବୋଲର ମାର୍କ ବୁଡଙ୍କ କାନ୍ଧରେ ଆଘାତ ଅଛି କିନ୍ତୁ ସେ ଦଳ ସହିତ ଅଛନ୍ତି। ଦୃତ ବୋଲର ମାର୍କ ବୁଡଙ୍କ କାନ୍ଧରେ ଆଘାତ ଲାଗିଛି କିନ୍ତୁ ତାଙ୍କୁ ଦଳ ସହିତ ରଖାଯାଇଛି। ଇଂଲଣ୍ଡ ଦଳର ଆଶା ଅଛିକି ତୃତୀୟ ଟେଷ୍ଟ ପର୍ଯ୍ଯନ୍ତ ଫିଟ ହୋଇଯିବେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ଯାଚ ୨୫ ଅଗଷ୍ଟରେ ଖେଳାଯିବ।

ଶିବଲି-କ୍ରଲିଙ୍କ ଅବସ୍ଥା ଖରାପ:-

ଡୋମ ଶିବଲି ଓ ଜ୍ୟାକ ଦୁଇଜଣ ଭାରତ ବିରୁଦ୍ଧରେ ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିଲେ। କ୍ରଲିଙ୍କୁ ଦ୍ଵିତୀୟ ଟେଷ୍ଟର ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳିନାହିଁ। ସେହିପରି ଶିବଲି ଖେଳୁଥିଲେ ଊ ଦ୍ଵିତୀୟ ଇନିଙ୍ଗ୍ସରେ ରନ କରିପାରିନଥିଲେ। ସେ ନିଜର ଗତ ୧୫ଟି ଟେଷ୍ଟ ଇନିଙ୍ଗ୍ସରେ କେବଳ ଗୋଟିଏ ଥର ୩୫ ରନ କରିଥିଲେ। ଏହା ସହିତ ଏହି ବର୍ଷ ୧୦ଟି ଟେଷ୍ଟରେ ତାଙ୍କର ଓଉସତ କେବଳ ୧୯.୭୭ ଥିଲା। ତୃତୀୟ ଟେଷ୍ଟରେ ଇଂଲଣ୍ଡ ଦଳ ସରି ବର୍ନ୍ସ ଓ ହସିବ ହମିଦଙ୍କୁ ଅପନର ରୂପରେ ବ୍ୟବହାର କରିପାରିବେ। ଡେଭିଡ ମଲାନଙ୍କୁ ତିନି ନମ୍ବରରେ ଖେଳାଯାଇପାରେ।

ଇଂଲଣ୍ଡ ଦଳ ଏହି ପ୍ରକାରର:-

ଜୋ ରୁଟ(ଅଧିନାୟକ), ଜୋସ ବଟଲର(ୱିକେଟକିପର), ଡେଭିଡ ମଲାନ, ମୋଇନ ଅଲ୍ଲୀ, ସେମ କରନ, କ୍ରେଗ ଆବର୍ଟନ, ଜେମ୍ସ ଏଣ୍ଡରସନ, ହସିବ ହମିଦ, ଅଲି ପପ, ଜୋନି ବେୟରଷ୍ଟୋ, ଡେନ ଲରିନ୍ସ, ଅଲି ରବିନସନ, ରୋରୀ ବର୍ନ୍ସ, ସାକିବ ମହମ୍ମଦ ଓ ମାର୍କ ବୁଡ

Leave a Reply

Your email address will not be published. Required fields are marked *