ଶେଷ ହେବା ଉପରେ ଏହି ଖେଳାଳିଙ୍କ ଭାଗ୍ୟ, ବିରାଟ କୋହଲି ଦେଉନାହାନ୍ତି ସୁଯୋଗ

ଭାରତୀୟ ଦଳର ବଢୁଥିବା ପ୍ରତିଯୋଗୀତା କାରଣରୁ ଜଣେ ଷ୍ଟାର ଖେଳାଳିଙ୍କର କ୍ଯାରିୟର ଶେଷ ହେବାକୁ ବସିଲାଣି। ଲମ୍ବା ସମୟରୁ ବିରାଟ କୋହଲୀ ଓ ଭାରତୀୟ ଦଳର ଏକ ଖେଳାଳିଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ଦିଆଯାଉ ନାହିଁ, ଯେଉଁ କାରଣରୁ ଏହି ଖେଳାଳିଙ୍କର କ୍ଯାରିୟର ଶେଷ ଆଡକୁ ବଢୁଅଛି। ଭାରତୀୟ ଦଳର ସେହି ଖେଳାଳିଙ୍କର ନାମ ଉମେଶ ଯାଦବ ଅଟେ।

ଶେଷ ହେବା ଉପରେ ଏହି ଖେଳାଳିଙ୍କର କ୍ଯାରିୟର:-

ଭାରତୀୟ ଦଳରେ ମହମ୍ମଦ ସାମୀ, ଜସପ୍ରିତ ବୁମରାହ, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା, ସାର୍ଦ୍ଧୁଳ ଠାକୁରଙ୍କ ପରି ବୋଲିଂ ୟୁନିଟ ରୂପରେ ପ୍ରସ୍ତୁତ କରିନେଇଛନ୍ତି। ଯେଉଁ କାରଣରୁ ବର୍ତ୍ତମାନ ଉମେଶ ଯାଦବଙ୍କୁ ସୁଯୋଗ ମିଳୁନାହିଁ। ଉମେଶ ଯାଦବ ପ୍ରଥମରୁ ଦିନକିଆ ଓ ଟି-୨୦ ଦଳରୁ ବାହାରେ ଥିଲେ ଓ ବର୍ତ୍ତମାନ ତାଙ୍କୁ ଟେଷ୍ଟ ଦଳରେ ମଧ୍ୟ ସୁଯୋଗ ମିଳୁନାହିଁ।

କୋହଲୀ ଦେଉନାହାନ୍ତି ସୁଯୋଗ:-

ଉମେଶ ଯାଦବଙ୍କର ଧୀରେ ଧୀରେ ଦିନକିଆ ଓ ଟି-୨୦ ଦଳରୁ ସମ୍ପୂର୍ଣ ରୂପରେ ଛୁଟି ହୋଇଯାଇଛି। ବର୍ତ୍ତମାନ ଉମେଶ ଯାଦବଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ଦିଆଯାଉନାହିଁ। ୪୮ଟି ଟେଷ୍ଟ ଖେଳି ସାରିଥିବା ୩୩ ବର୍ଷୀୟ ଉମେଶ ଯାଦବଙ୍କ ପାଇଁ ଇଂଲଣ୍ଡର ଟୁରରେ ଅନ୍ତିମ ପ୍ରମାଣ ହୋଇପାରେ।

ଭାଗ୍ୟ ମଧ୍ୟ ଦେଉନାହିଁ ସହଯୋଗ:-

୩୩ ବର୍ଷୀୟ ଅନୁଭବି ଦୃତ ବୋଲର ଉମେଶ ଯାଦବ ଭାରତ ପାଇଁ ନିଜର ଅନ୍ତିମ ଟେଷ୍ଟ ମ୍ଯାଚ ଅଷ୍ଟ୍ରେଲିଆ ଟୁରରେ ଖେଳିଥିଲେ। ଅଷ୍ଟ୍ରେଲିଆ ଟୁରର ଏଡିଲେଡ ଟେଷ୍ଟରେ ସେ ୩ ଓ ମେଲବର୍ନ ଟେଷ୍ଟରେ ଗୋଟିଏ ୱିକେଟ ନେଇଥିଲେ। ଏହାପରେ ଆହତ ଯୋଗୁଁ ତାଙ୍କୁ ବର୍ଡର ଗାଭାସ୍କର ଟ୍ରଫିରୁ ଓହରିବାକୁ ପଡିଲା। ଇଂଲଣ୍ଡ ବିରୁଦ୍ଧରେ ଘରୋଇ ଟେଷ୍ଟ କ୍ରିକେଟ ସିରିଜରେ ଉମେଶ ଫିଟ ନହେବା କାରଣରୁ ଦଳରେ ସ୍ଥାନ ପାଇପାରିଲେ ନାହିଁ, ଯେତେବେଳେ ନ୍ୟୁଜଲାଣ୍ଡ ବିପକ୍ଷରେ ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ଖେଳିବାର ସୁଯୋଗ ମିଳିନଥିଲା।

ଟେଷ୍ଟ କ୍ଯାରିୟର ପତନ ଆଡକୁ:-

ବର୍ତ୍ତମାନ ଇଂଲଣ୍ଡ ସିରିଜରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି। ଇଂଲଣ୍ଡ ବିରୁଦ୍ଧରେ ୫ଟି ମ୍ଯାଚ ଟେଷ୍ଟ ସିରିଜରେ ତାଙ୍କୁ ଦଳରେ ଚୟନ କରାଯାଇଛି, କିନ୍ତୁ ଦୁଇଟି ମ୍ଯାଚରେ ବର୍ତ୍ତମାନ ପର୍ଯ୍ଯନ୍ତ ତାଙ୍କୁ ସୁଯୋଗ ମିଳିନାହିଁ। ଏମିତିରେ ବର୍ତ୍ତମାନ ତାଙ୍କର ଟେଷ୍ଟ କ୍ଯାରିୟରରେ ପତନ ଆଡକୁ ଗତି କରୁଅଛି।

ଦିନକିଆ ଓ ଟି-୨୦ ଦଳରୁ ଲମ୍ବା ସମୟରୁ ବାହାରେ:-

ଦିନକିଆ ଓ ଟି-୨୦ ଦଳରେ ଉମେଶ ଯାଦବ ଲମ୍ବା ସମୟରୁ ବାହାରେ ଅଛନ୍ତି। ଉମେଶ ଯାଦବ ୨୦୧୮ ମସିହାରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ନିଜର ଶେଷ ଦିନକିଆ ଓ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ନିଜର ଅନ୍ତିମ ଟି-୨୦ ମୁକାବିଲା ଖେଳିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ୭୫ଟି ଦିନକିଆ ମ୍ଯାଚରେ ଉମେଶ ଯାଦବ ୩୩.୬୩ ଓଉସତ ସହିତ ୧୦୬ ଓ ୭ଟି ଟି-୨୦ ମୁକାବିଲାରେ ୨୪.୩୩ ଓଉସତ ସହିତ ୯ଟି ୱିକେଟ ହାସିଲ କରିଛନ୍ତି। ଦେଖିବାକୁ ଗଲେ ସୀମିତ ଓଭରରେ ଦୁଇ ଫର୍ମାଟରେ ତାଙ୍କର ପ୍ରତ୍ୟାବର୍ତ୍ତନ କମ ଦେଖାଯାଉଛି।

ଉମେଶ ଯାଦବଙ୍କ ପାଇଁ ବିପଦ ସୃଷ୍ଟି କରିଲେ ଏହି ବୋଲର:-
ଏହି ସମୟରେ ଦଳର ମ୍ୟାନେଜମେଣ୍ଟ ଓ ଅଧୀନାୟକ ବିରାଟ କୋହଲୀ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ବୋଲରଙ୍କ ଉପରେ ଅଧିକ ଭରସା ଦେଖାଉଛନ୍ତି। ଏହି ବୋଲରଙ୍କ ମଧ୍ୟରେ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କ ପରି ନାମ ସାମିଲ ଅଛି। ଏହି ବୋଲରଙ୍କ ସହିତ ଦଳ ପହରେ ବିକଳ୍ପ ରୂପରେ ନବଦୀପ ସୈନୀ, ଟି-ନଟରାଜନ ଓ ଦୀପକ ଚହରଙ୍କ ପରି ଖେଳାଳିଙ୍କ ନାମ ସାମିଲ ଅଛି।

Leave a Reply

Your email address will not be published. Required fields are marked *