ଅଳିଆ ଉଠାଉଥିବା ମହିଳା କହିଲେ ଏମିତି ସ୍ପୋକେନ ଇଂଲିଶ, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକମାନେ

ପ୍ରାୟତଃ ଆମମଧ୍ୟରୁ ଅଧିକାଂଶ ଲୋକ ସାମ୍ନା ଲୋକର ଚେହେରାକୁ ଦେଖି ତାର ଓଜନ କେତେ ଅନୁମାନ କରି ନିଅନ୍ତି | କିନ୍ତୁ ଆମେ ଏପରି କରିବାଠାରୁ ଦୁରେଇ ରହିବା ଉଚିତ | ପ୍ରକୃତରେ କୌଣସି ମଣିଷକୁ ନ ବୁଝି ତା ବିଷୟରେ ଠିକରେ ଜାଣିହେବ ନାହିଁ | ତେଣୁ ଏହା ଜରୁରୀ ଯେ ସାମ୍ନା ଲୋକର ରୂପ-ରଙ୍ଗ ଏବଂ ପୋଷାକ ଦେଖି କୌଣସି ପ୍ରକାରର ଭୁଲ କଥା ଭାବିବା ଉଚିତ ନୁହେଁ | ବର୍ତ୍ତମାନ ବାଙ୍ଗାଲୁରର ଜଣେ ମହିଳା ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତି ଏବଂ ତାଙ୍କ ବିଷୟରେ କୁହାଯାଉଛି ଯେ ସେ ଅଳିଆ ଗୋଟାଇଥାନ୍ତି | କିନ୍ତୁ ଏହି ମହିଳାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜବରଦସ୍ତ ଇଂଲିଶ କହୁଛନ୍ତି |

ସୋସିଆଲ ମିଡିଆରେ ଏହି ଭିଡିଓକୁ itmeshachinaheggar ସେୟାର କରିଛନ୍ତି | ଭିଡିଓରେ ଜଣେ ମହିଳା ଦେଖାଯାଉଛନ୍ତି, ଯିଏ କି କହୁଛନ୍ତି ଯେ ସେ ୭ ବର୍ଷ ପର୍ଯ୍ୟନ୍ତ ଜାପାନରେ କାମ କରିଛନ୍ତି | ଏହି ଭିଡିଓ ଅନୁଯାୟୀ, ସେ ସଦାଶିବନଗରର ଆଖପାଖରେ ଅଳିଆ ଗୋଟାଇଥାନ୍ତି | ସେ ଆଗକୁ କୁହନ୍ତି ଯେ ମହିଳା ଗୋଟିଏ ଗୀତ ମଧ୍ୟ ଗାଆନ୍ତି, ସେ ନିଜର ନାମ Cecilia Margaret Lawrence ବୋଲି କହିଛନ୍ତି | ବହୁତ ଲୋକ ଲେଖିଛନ୍ତି ଯେ ସେ ଏହି ମହିଳାଙ୍କ ଭିଡିଓ ରେକର୍ଡ କରି ବହୁତ ଭଲ କାମ କରିଛନ୍ତି |

ଏଠାରେ ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Shachina Heggar (@itmeshachinaheggar)

ସଚିନ ହେଗର ମହିଳାଙ୍କ ବିଷୟରେ ଲେଖିଛନ୍ତି ଯେ କାହାଣୀ ସବୁବେଳେ ଆପଣଙ୍କ ଆଖପାଖରେ ଥାଏ | ଆପଣଙ୍କୁ କେବଳ ଏତିକି କରିବାର ଅଛି ଯେ ଅଟକି ଯାଆନ୍ତୁ ଏବଂ ଚାରିଅଡକୁ ଦେଖନ୍ତୁ | କିଛି ସୁନ୍ଦର ତ ଆଉ କିଛି ଯନ୍ତ୍ରଣାଦାୟକ କିମ୍ବା ଦୁଃଖଦାୟକ ବିନା ଜୀବନ କେଉଁଠି ଅଛି | ଏହି ଅଦ୍ଭୁତ ଉତ୍ସାହୀ ମହିଳାଙ୍କ ସହିତ ଯୋଗାଯୋଗ କରିବାକୁ ଚାହୁଁଛନ୍ତି | ଯଦି ଆପଣମାନଙ୍କ ମଧ୍ୟରୁ ଯଦି କେହି ତାଙ୍କ ସହିତ ଦେଖା କରିବାକୁ ଚାହୁଁଛନ୍ତି ତେବେ ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ | @ceciliaed_always ଏକ ପେଜ ଅଟେ, ଯେଉଁଥିରେ ଏହି ମହିଳାଙ୍କ ମଡେଲିଂର ଅନେକ ଫଟୋ ମଧ୍ୟ ମିଳିଯିବ | ତେବେ ସେ ନିଜେ ଏହି ପେଜର ଅନର ନୁହଁନ୍ତି, କିନ୍ତୁ ତାଙ୍କର ଅନେକ ଫଟୋ ଏଥିରେ ସେୟାର କରାଯାଇଛି |

ଆପଣଙ୍କୁ କୁହାଯାଉଛି ଯେ ଯେଉଁ ମହିଳା ତାଙ୍କର ଭିଡିଓ ତିଆରି କରିଛନ୍ତି, ସେ କହିଛନ୍ତି ଯେ ଯେତେବେଳେ ସେ ଏହି ବୃଦ୍ଧ ମହିଳା ସହିତ ଦେଖା କଲେ, ସେତେବେଳେ ସେ ଅଳିଆ ଉଠାଉଥିଲେ ଏବଂ ସେ ପ୍ଲାଷ୍ଟିକ ଜିନିଷଗୁଡିକୁ ଏକାଠି କରୁଥିଲେ | ଏହାସହିତ ହିଁ ସେ କହିଛନ୍ତି ଯେ ପ୍ଲାଷ୍ଟିକ ବିକ୍ରି କରି ଯେଉଁ ଟଙ୍କା ତାଙ୍କୁ ମିଳିଥାଏ, ସେଥିରୁ ସେ ନିଜର ଗୁଜୁରାଣ ମେଣ୍ଟାନ୍ତି | ଏପରିକି କିଛି ଲୋକ ସେହି ମହିଳାଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି | ଏଥିପାଇଁ ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କ ଭିଡିଓ ଖୁବ ଭାଇରଲ ମଧ୍ୟ ହେଉଛି |

Leave a Reply

Your email address will not be published. Required fields are marked *