ବୟଫ୍ରେଣ୍ଡର ଅଜବ ପ୍ରକାର ସେକ୍ସୱାଲ କଣ୍ଡିସନ ? ଚିନ୍ତାରେ ମହିଳା …ଜାଣନ୍ତୁ ପୁରା ଘଟଣା

ପ୍ରେମକୁ ଗଭୀର ଭାବରେ ପରୀକ୍ଷା କରିବାପାଇଁ ବେଳେବେଳେ କପଲ ଲିଭ ଇନ ରିଲେସନସିପରେ ରହିବାକୁ ନିଷ୍ପତ୍ତି ନିଅନ୍ତି | ଏକାଠି ରହିବାପରେ ପାର୍ଟନରର ଭଲ ଏବଂ ଖରାପ ଅଭ୍ୟାସଗୁଡିକ ଅଧିକ ଜଣାପଡ଼ିଯାଏ | ଲିଭ ଇନରେ ରହୁଥିବା ଜଣେ ମହିଳା ନିଜ ବୟଫ୍ରେଣ୍ଡର ଏପରି ଏକ ଅଜବ ପ୍ରକାରର ସେକ୍ସୱାଲ କଣ୍ଡିସନ ବିଷୟରେ ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି | ମହିଳାଜଣକ ନାମ ନ କହି ସେକ୍ସ ଆଣ୍ଡ ରିଲେସନସିପ ଏକ୍ସପର୍ଟଙ୍କଠାରୁ ପରାମର୍ଶ ମଧ୍ୟ ମାଗିଛନ୍ତି |

ମହିଳା ଲେଖିଛନ୍ତି, ‘ ମୁଁ ମୋ ବୟଫ୍ରେଣ୍ଡ ସହିତ ୩ ବର୍ଷ ହେଲାଣି ସମ୍ପର୍କରେ ରହୁଛି | କରୋନା ମହାମାରୀ ସମୟରେ ତାର ଜବ ଚାଲିଗଲା, ପରିବାର ଲୋକେ ରୋଗରେ ପଡିଲେ ଏବଂ ତାର ଆଣ୍ଟିଙ୍କର ମୃତ୍ୟୁ ହୋଇଗଲା | ଏସବୁ ଜିନିଷ ମଧ୍ୟରେ ସେ ବହୁତ ଭାଙ୍ଗି ଯାଇଥିଲା | ତାକୁ ସମ୍ଭାଳିବା ପାଇଁ ମୁଁ ତା ସହିତ ରହିବାପାଇଁ ନିଷ୍ପତ୍ତି ନେଲି | ଆମେ ଗତ ୪ ମାସ ହେଲାଣି ଲିଭ ଇନରେ ରହୁଛୁ | ଆମ ସମ୍ପର୍କ ବହୁତ ଚମତ୍କାର ଥିଲା | ମାନସିକ ଏବଂ ଶାରୀରିକ ଭାବରେ ଆମେ ଦୁହେଁ ପରସ୍ପର ପାଇଁ ପରଫେକ୍ଟ ଥିଲୁ, କିନ୍ତୁ ଗତ କିଛି ମାସ ହେଲାଣି ଏପରି କିଛି ଜିନିଷ ହେଉଛି, ଯାହାଦ୍ୱାରା ମୁଁ ବହୁତ ଚିନ୍ତିତ ହୋଇଯାଇଛି |’

‘ ଗତ କିଛି ଦିନ ହେଲାଣି ମୋ ବୟଫ୍ରେଣ୍ଡର ସେକ୍ସୱାଲ ବିହେଭିୟରରେ ଏକ ପରିବର୍ତ୍ତନ ଆସିଯାଇଛି | ସେ ନିଦରେ ସେକ୍ସ କରେ ଏବଂ ସକାଳେ ଉଠିବା ପରେ ତାର କିଛି ମନେ ନଥାଏ | ଇଣ୍ଟରନେଟ ମାଧ୍ୟମରେ ଆମକୁ ଜଣାପଡିଲା ଯେ ‘ସେକ୍ସୋମେନିୟା’ ନାମକ ଏକ ରୋଗ ଥାଏ, ଯେଉଁଥିରେ ରୋଗୀ ଶୋଇବା ସମୟରେ ମଧ୍ୟ ସେକ୍ସ କରିଥାଏ ଏବଂ ଏହା ବିଷୟରେ ରୋଗୀ ମଧ୍ୟ ଜାଣିପାରେ ନାହିଁ | ଏହି ରୋଗକୁ ସ୍ଲିପ ସେକ୍ସ ମଧ୍ୟ କୁହାଯାଇଥାଏ |’

‘ମୁଁ ନିଜ ବୟଫ୍ରେଣ୍ଡଙ୍କୁ ବହୁତ ବୁଝେଇଲି ଯେ ନିଦରେ ବିନା ପ୍ରୋଟେକ୍ସନରେ ସେକ୍ସ କରିପାରିବି ନାହିଁ ଏବଂ ଯଦି ସେ ମୋ ଅନିଚ୍ଛା ସତ୍ତ୍ୱେ କିଛି କରିବ, ତେବେ ମୁଁ ତାକୁ ଛାଡି ଚାଲିଯିବି | ସେ ମତେ ଭରସା ଦେଲା ଯେ ବର୍ତ୍ତମାନ ସେମିତି ଆଉ କିଛି ବି ହେବନାହିଁ | ତେବେ ଏସବୁ କଥାର କୌଣସି ପ୍ରଭାବ ପଡ଼ିଲାନାହିଁ ଏବଂ ସେ ପୁଣି ଅଧରାତିରେ ଉଠି ସେହି କାମ କରିବାକୁ ଲାଗିଲା | ଯେପରି ତାର ମନେ ନାହିଁ ଯେ ଆମେ ଶୋଇବା ପୂର୍ବରୁ କଣ କଥା ହୋଇଥିଲୁ | ସେ ବହୁତ ଶୀଘ୍ର ସୋଇପଡ଼େ ଏବଂ ତାର ସେକ୍ସୋମେନିୟା ଉଠିଯାଏ |’

‘ ବହୁତ ଝଗଡା ହେବାପରେ ଶେଷରେ ଆମେ ସେକ୍ସ କରିବା ହିଁ ବନ୍ଦ କରିଦେଲୁ | ମୁଁ କହିଲି ଯେ ଯେପର୍ଯ୍ୟନ୍ତ ସେ ଡାକ୍ତଙ୍କଠାରେ ଏହି ରୋଗକୁ ନେଇ ଯୋଗାଯୋଗ କରିବନାହିଁ, ଆମ ମଧ୍ୟରେ କୌଣସି ଫିଜିକାଲ ରିଲେସନସିପ ହେବନାହିଁ | ସେ ମତେ କ୍ଷମା ମାଗିଲା ଏବଂ କହିଲା ଯେ ସେ ନିଜ ଉପରେ କଣ୍ଟ୍ରୋଲ କରିବାପାଇଁ ଚେଷ୍ଟା କରିବ ଏବଂ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବ | ଏତେ ସବୁ ହେଲାପରେ ମଧ୍ୟ କିଛି ବି ଠିକ ହେଲାନାହିଁ | ଶେଷରେ ମୁଁ ମୋ ରୁମ ହିଁ ବଦଳାଇଦେଲି | ପରଦିନ ସକାଳେ ସେ କହିଲା ଯେ ଡାକ୍ତରଙ୍କୁ ନିଜର କଣ୍ଡିସନ କହିବାପାଇଁ ଲାଜ ଲାଗୁଛି, ତେଣୁ ସେ ସେଠାକୁ ଯିବାକୁ ଚାହୁଁନାହିଁ |’

‘ ଇଣ୍ଟରନେଟରେ ଏହି ରୋଗ ବିଷୟରେ ସବୁ ସୂଚନା ନେବାପରେ ମୁହଁ ତାର ଡାଇଟରେ ପରିବର୍ତ୍ତନ, ମଦ ପିଇବାର ଅଭ୍ୟାସ ଏବଂ ଚାପ ଦୂର କରିବାପାଇଁ ଚେଷ୍ଟା କଲି, କିନ୍ତୁ ଏସବୁର କୌଣସି ପ୍ରଭାବ ପଡ଼ିଲାନାହିଁ | ଶେଷରେ ଦିନେ ରାତିରେ ମୁଁ ତାକୁ କହିଲି ଯେ ସେ ଯଦି ମୋ ସହ ଡାକ୍ତରଙ୍କ ପାଖକୁ ନ ଯିବ, ମୁଁ ତା ସହିତ ବ୍ରେକଅପ କରିଦେବି | ଆଶ୍ଚର୍ଯ୍ୟର କଥା ଏହା ଯେ ପରବର୍ତ୍ତୀ ଦିନଠାରୁ ତାର ସେକ୍ସୋମେନିୟା ଅଚାନକ ବନ୍ଦ ହୋଇଗଲା |’

‘ ମୁଁ ଜାଣିଛି ଯେ ଏ ଜିନିଷ ଉପରେ ମୁଁ ଖୁସି ହେବା ଉଚିତ, କିନ୍ତୁ ମତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ପ୍ରକୃତରେ ଏହା କିପରି ସମ୍ଭବ ହେଲା | ସବୁବେଳେ ମତେ ଚିନ୍ତା ଲାଗୁଛି ଏବଂ ଏପରି କାହିଁକି ଲାଗୁଛି ଯେପରି ତାର ରୋଗ ନକଲି ଥିଲା | ସେ ଅଧରାତିରେ ମୋ ଇଚ୍ଛା ବିନା ସେକ୍ସ କରିବାକୁ ଚେଷ୍ଟା କରୁଥିଲା ଏବଂ ଏପରି ଦେଖେଇ ହଉଥିଲା ଯେପରି ସେ କିଛି ଜାଣିନାହିଁ | ଯେବେଠାରୁ ତାର ରୋଗ ବନ୍ଦ ହୋଇଗଲା, ଆମ ସାଧାରଣ ସେକ୍ସ ଲାଇଫ ମଧ୍ୟ ପୂର୍ବଭଳି ରହିଲା ନାହିଁ | ଏହି କଥା ପାଇଁ ମୁଁ ବହୁତ ଦୁଃଖିତ |’

ମହିଳା ଶେଷରେ ଲେଖିଛନ୍ତି ଯେ ‘ମୁଁ ଭାବୁଛି ଯେ ବୟଫ୍ରେଣ୍ଡ ସହିତ ଏ ବିଷୟରେ କଥା ହେବି, କିନ୍ତୁ ଏହା ଭାବି ଅଟକି ଯାଉଛି ଯେ କଲେ ସେ ଭାବିବ ମୁଁ ତା ଉପରେ ନକଲି ରୋଗ କରିବାର ମିଛ ଅଭିଯୋଗ କରୁଛି | ମୁଁ ମୋ ମୁଣ୍ଡରୁ ଏ କଥାକୁ ବାହାର କରିପାରୁ ନାହିଁ, ଯାହାର ପ୍ରଭାବ ମୋ ରିଲେସନସିପ ଉପରେ ପଡୁଛି | ଦୟାକରି ସାହାଯ୍ୟ କରନ୍ତୁ |’

Leave a Reply

Your email address will not be published. Required fields are marked *