ଟି-୨୦ ବିଶ୍ଵକପକୁ ନେଇ ବଡ ଭବିଷ୍ୟବାଣୀ, ଏହି ଦୁଇ ଦଳ ମଧ୍ୟରେ ହୋଇପାରେ ଫାଇନାଲ ମ୍ଯାଚ

ଟି-୨୦ ବିଶ୍ଵକପ ୨୦୨୧ରେ ବର୍ତ୍ତମାନ ବହୁତ କମ ସମୟ ରହିଛି। ଏହା ପୂର୍ବରୁ ଏହାର ଫାଇନାଲକୁ ନେଇ ବଡ ଭବିଷ୍ୟବାଣୀ କରାଯାଇଛି। ଆଇସିସି ଟି-୨୦ ବିଶ୍ଵକପ ପାଖେଇ ଆସୁଛି, ଏହା ପୂର୍ବରୁ ଅନେକ ଦଳ ପ୍ରସ୍ତୁତିରେ ଲାଗିଛନ୍ତି। ଅନେକ ଦେଶର କ୍ରିକେଟ ଦିଗ୍ଗଜ ଟି-୨୦ ବିଶ୍ଵକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି।

ଟି-୨୦ ବିଶ୍ଵକପକୁ ନେଇ ହେଲା ବଡ ଭବିଷ୍ୟବାଣୀ:-

ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ବର୍ତ୍ତମାନ ସମୟରେ କମେଣ୍ଟ୍ରି କରୁଛନ୍ତି। ଏହି ସମୟରେ ସେ ଟି-୨୦ ବିଶ୍ଵକପର ଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଦିନେଶ କାର୍ତ୍ତିକ କହିଲେକି କେଉଁ ଟୁଇଟି ଦଳ ମଧ୍ୟରେ ଟି-୨୦ ବିଶ୍ଵକପ ୨୦୨୧ର ଫାଇନାଲ ମ୍ଯାଚ ହେବ। ୧୭ ଅକ୍ଟୋବରରେ ଟି-୨୦ ବିଶ୍ଵକପର ଆରମ୍ଭ ୟୁଏଇରେ ହେବ। ଦିନେଶ କାର୍ତ୍ତିକ ଏକ ସୋରେ ଇଂଲଣ୍ଡର ପୂର୍ବ ମହିଳା କ୍ରିକେଟର ଇଶା ଗୂହା ଓ ୱେଷ୍ଟଇଣ୍ଡିଜର ପୂର୍ବ ଅଧିନାୟକ ଡେରେନ ସାମୀଙ୍କ ସହିତ କଥାବାର୍ତ୍ତା କରିଲେ। ଦିନେଶ କାର୍ତ୍ତିକ କହିଲେକି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ବିଶ୍ଵକପର ଫାଇନାଲ ମ୍ଯାଚ ହୋଇପାରେ।

ଏହି ଦୁଇ ଦଳ ମଧ୍ୟରେ ହୋଇପାରେ ଫାଇନାଲ ମ୍ଯାଚ:-

ଦୀନେଶ କାର୍ତ୍ତିକ କହିଛନ୍ତି, ‘ମୁଁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ଦେଖିବାକୁ ପସନ୍ଦ କରିବି। ମୁଁ ଭାବୁଛି ୱେଷ୍ଟଇଣ୍ଡିଜ ନିଶ୍ଚିତ ଭାବରେ ଭାରତ ପରେ ମୋର ଦ୍ୱିତୀୟ ପ୍ରିୟ ଦଳ ହେବ, କେବଳ କ୍ରିକେଟ ଖେଳିବା କାରଣରୁ। ମୁଁ ଭାବୁଛି ସେମାନଙ୍କୁ ଏହି ଫର୍ମାଟକୁ ପସନ୍ଦ କରନ୍ତି। ଏହା ତାଙ୍କ ଭିତରେ ସର୍ବୋତ୍ତମ ପ୍ରଦର୍ଶନ କରେ ଏବଂ ମୁଁ ଫାଇନାଲରେ ୱେଷ୍ଟଇଣ୍ଡିଜ ଦେଖିବାକୁ ପସନ୍ଦ କରିବି। ଦୀନେଶ କାର୍ତ୍ତିକ କିଛି ସମୟ ପୂର୍ବରୁ ଗୌରବ କପୁରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ପାଇଁ ଟି-୨୦ ବିଶ୍ୱକପ ୨୦୨୧ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦିଓ ଏହା ଘଟିବା କଷ୍ଟକର ମନେହୁଏ, କାରଣ କାର୍ତ୍ତିକ ଫେବୃଆରୀ ୨୦୧୯ରେ ତାଙ୍କର ଶେଷ ଟି-୨୦ ମ୍ୟାଚ ଖେଳିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ବଡ ଭୂମିକା ନିଭାଇ ପାରନ୍ତି:-

ଏହି ସୋ ସମୟରେ ଦିନେଶ କାର୍ତ୍ତିକ କହିଲେକି ଟି-୨୦ ବିଶ୍ଵକପ ୨୦୨୧ରେ ହାର୍ଦ୍ଦିକ ପାଣ୍ଡ୍ୟା ବଡ ଭୂମିକା ନିଭାଇପାରନ୍ତି। ଦିନେଶ କାର୍ତ୍ତିକ କହିଲେକି,’ଯେତେବେଳେ ଆପଣ କୌଣସି ବସ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ଓ ଜିତିବାକୁ ଚାହୁଞ୍ଚନ୍ତି, ତେବେ ସବୁବେଳେ ଆପଣଙ୍କୁ ଏମିତି ଖେଳାଳିଙ୍କର ଆବଶ୍ୟକ ରହିଛି ଯେଉଁମାନେ ଦଳ ସହିତ ଶେଷ ପର୍ଯ୍ଯନ୍ତ ରହିବେ ଓ ମୋ ପାଇଁ ସେ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିଜର ବୋଲିଂ ଓ ବ୍ୟାଟିଂରେ ସଫଳ ଅଟନ୍ତି। ଦିନେଶ କାର୍ତ୍ତିକ କହିଲେକି,’ହାର୍ଦ୍ଦିକ ନିଜର ବ୍ୟାଟିଂରେ ମଧ୍ୟ ଅଧିକ ଭୂମିକା ନିଭାଇଛନ୍ତି। କାରଣ ଯେତେବେଳେ ଇଣ୍ଡିଆକୁ ଦୃତ ରନ ଦରକାର ସେତେବେଳେ ହାର୍ଦ୍ଦିକ ଥାନ୍ତି। ସେ ବୋଲରଙ୍କ ବିରୁଦ୍ଧରେ ପ୍ରତ୍ଯେକ କୋଣରେ ରନ କରିବାର କ୍ଷମତା ରଖନ୍ତି।’

Leave a Reply

Your email address will not be published.