ଦେଖନ୍ତୁ ଭିଡ଼ିଓ : ବ୍ୟକ୍ତିଜଣକ ମୁଣ୍ଡ ଉପରେ ଉଠାଇଲେ ଏତେ ଗୁଡିଏ ଇଟା, ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକମାନେ,ଆଉ ଦେଲେ ଏମିତି ପ୍ରତିକ୍ରିୟା

ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟର ଆକାଉଣ୍ଟ କୌତୁହଳପୂର୍ଣ୍ଣ ଭିଡିଓ ଏବଂ ପୋଷ୍ଟ ଦ୍ୱାରା ଭରିରହିଛି | ସେ ନିଜ ଫ୍ୟାନ୍ସ ଏବଂ ଫୋଲର୍ସଙ୍କୁ ଟ୍ୱିଟରରେ ଇଂସ୍ପିରେସନଲ ପୋଷ୍ଟ ଦ୍ୱାରା ଖୁସି କରାଇବା ପସନ୍ଦ କରନ୍ତି | ସୋମବାର ଦିନ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଇଟା ଧାଡିକୁ ବାଲାନ୍ସ କରି ରଖାଯାଉଥିବାର ଦେଖାଯାଉଛି | ଭିଡିଓକୁ କିଛି ଘଣ୍ଟା ମଧ୍ୟରେ ହିଁ ୫୦ ହଜାରରୁ ଅଧିକ ଥର ଦେଖାଗଲାଣି ଏବଂ ୫ ହଜାର ଲାଇକ ମଧ୍ୟ ମିଳିଛି |

ଇଟା ରଖିବାକୁ ଶ୍ରମିକ ଦେଖାଇଲେ କୌଶଳ :-

୫୭ ସେକେଣ୍ଡର ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ କରି ଅନେକ ଇଟାକୁ ନିଜ ମୁଣ୍ଡ ଉପରେ ରଖୁଥିବାର ଦେଖାଯାଇପାରେ | ଏପରି ଲାଗୁଛି ଯେପରି ଭିଡିଓ ଭାରତରେ ଏକ କନ୍ଷ୍ଟ୍ରକ୍ସନରେ ନିଆଯାଇଛି | ଆନନ୍ଦ ମହିନ୍ଦ୍ରା ବ୍ୟକ୍ତିଙ୍କ କୌଶଳକୁ ଖୁବ ପ୍ରଶଂସା ଏବଂ ଭିଡିଓ ପୋଷ୍ଟ କରିବା ସହିତ ହୃଦୟ ଛୁଆଁ କ୍ୟାପ୍ସନ ଦେଇଛନ୍ତି | ସେ ନିଜର କ୍ୟାପ୍ସନ ମାଧ୍ୟମରେ ଏହା ମଧ୍ୟ କହିଛନ୍ତି ଯେ ଶ୍ରମିକମାନଙ୍କ ଜୀବନ କେତେ ବିପଦପୂର୍ଣ୍ଣ ହୋଇଥାଏ |

ଆନନ୍ଦ ମହିନ୍ଦ୍ରା କଲେ ଚମତ୍କାର ଟ୍ୱିଟ :-

ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଲେଖିଛନ୍ତି, ‘ କେହି ବି ଏହିପରି ବିପଦପୂର୍ଣ୍ଣ ଶାରୀରିକ ଶ୍ରମ କରିବା ଉଚିତ ନୁହେଁ | କିନ୍ତୁ ଆପଣଙ୍କୁ ଏହି ବ୍ୟକ୍ତିଙ୍କର କଠିନ ପରିଶ୍ରମକୁ ଏକ କଳା ରୂପରେ ପ୍ରଶଂସା କରିବାକୁ ପଡିବ | କେହି କଣ ଜାଣିଛନ୍ତି ଏହି ଭିଡ଼ିଓଟି କେଉଁ ସ୍ଥାନର ଅଟେ ? କଣ ସେମାନଙ୍କ କର୍ମଚାରୀମାନଙ୍କୁ ଅଟୋମେଟିକ ମେସିନ ଉପଲବ୍ଧ କରାଯାଇପାରିବ ଏବଂ କଣ ତାଙ୍କ କୌଶଳକୁ ମଧ୍ୟ ଚିହ୍ନଟ କରାଯାଇପାରିବ ?’

ୟୁଜର୍ସ କଲେ ଏହିପରି କମେଣ୍ଟ :-

ଭିଡିଓ ଦେଖିବାପରେ ଟ୍ୱିଟର ୟୁଜର୍ସ କମେଣ୍ଟ ସେକ୍ସନରେ ନିଜର ମତ ସେୟାର କରିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଅଟୋମେସିନ ଦ୍ୱାରା ଶ୍ରମିକମାନଙ୍କ ଚାକିରୀ ଚାଲିଯିବ | ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ସାର, ଏହାର ଦୁର୍ଭାଗ୍ୟପୂର୍ଣ୍ଣ ଅଂଶ ଏହା ଯେ ଯଦି ଏହା ଅଟୋମେସିନ ହୋଇଯିବ ଏବଂ ଏହି ବ୍ୟକ୍ତି ଅନ୍ୟ କାମ କରିବାକୁ ସକ୍ଷମ ନୁହେଁ, ତେବେ ସେ ଏବଂ ତା ପରି ଅନେକ ଲୋକ ଚାକିରୀ ହରାଇ ବସିବେ |’

Leave a Reply

Your email address will not be published.