ଦେଖନ୍ତୁ ଭିଡ଼ିଓ : ପ୍ରଥମେ ସିଧା ହୋଇକି ଠିଆ ହେଲା କାର, ତାପରେ ଯାଇ ଗାତରେ ପଡିଲା, ଲୋକ କହିଲ-‘ବ୍ୟକ୍ତିଙ୍କର ଭାଗ୍ୟ ଜେଠାଲାଲଠାରୁ ମଧ୍ୟ ଖରାପ

କୁହନ୍ତିକି ଯଦି ଭାଗ୍ୟ ଭଲ ଥିବ ତେବେ ଖରାପ କାମ ମଧ୍ୟ ଭଲ ଭାବରେ ସମାଧାନ ହୋଇଯିବ। କିନ୍ତୁ ଯଦି ଆପଣଙ୍କ ଭାଗ୍ୟ ଖରାପ ଥିବ ତେବେ କାମ ଭଲ ହେଉ ହେଉ ବିଗିଡି ଯିବ। ନିକଟ ଅତୀତରେ ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନିଜର ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ।

ଯଦି ଆପଣ ତାରକ ମେହେତା କା ଉଲ୍ଟା ଚଷମା ଦେଖନ୍ତି ତେବେ ଏଥିରେ ଜେଠାଲାଲର ଖରାପ ଭାଗ୍ୟ ସହିତ ନିଶ୍ଚୟ ପରିଚିତ ଥିବେ। ଏହି ପ୍ରୋଗ୍ରାମକୁ ଦେଖୁଥିବା ଜନତା ଜେଠାଲାଲଙ୍କୁ ଖରାପ ଭାଗ୍ୟ ‘ମହାରାଜା’ କୁହନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି ତାହାକୁ ଦେଖିବା ପରେ ଏହି କାହାଣୀ ଭୁଲ ହେବ ନାହିଁ। ଏହି ବ୍ୟକ୍ତିଙ୍କ ଭାଗ୍ୟ ଜେଠାଲାଲ ଠାରୁ ମଧ୍ୟ ଖରାପ ଅଟେ! କାରଣ? ଏହା ଆପଣଙ୍କୁ ଭିଡିଓ ଦେଖିବା ପରେ ବୁଝା ପଡିଯିବ।

ଭିଡିଓରେ ଆପଣ ଦେଖିପାରିବେକି ସଡକ କଡରେ ଏକ କାର ଉଲ୍ଟି ପଡିଛି। ଯାହାକୁ ଏକ କ୍ରେନ ସାହାଯ୍ୟରେ ସିଧା କରାଯାଉଛି। କିନ୍ତୁ ଯେମିତି କାରଟି ସିଧା ଛିଡା ହୁଏ, ସେ ନିଜେ ନିଜେ ବଢିବାକୁ ଲାଗେ ଓ ସିଧା ଯାଇ ଗାତରେ ପସିଯାଏ। ଏହି ସମ୍ପୂର୍ଣ କ୍ଲିପରେ ସବୁଠାରୁ ମଜାଦାରଜିନିଷ ହେଉଛିକି କାରକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କରେ କିନ୍ତୁ ଚାହିଁ ମଧ୍ୟ ସେ କିଛି କରିପାରନ୍ତି ନାହିଁ।

ଦେଖନ୍ତୁ ଏହି ଭିଡିଓ:-

ସୋସିଆଲ ମିଡିଆରେ ଏହି ଭିଡିଓଙ୍କୁ ଲୋକଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି। ଏହି କାରଣରୁ ଲୋକ ଏହି କ୍ଲିପ ଉପରେ ଅନେକ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଲେ “ଏହି ସବୁ ଭାଗ୍ୟର ଖେଳ। ଅନୁ ଜଣେ ୟୁଜର ଲେଖିଲେକି ବୋଧେ ଗାଡିର ହ୍ୟାଣ୍ଡବ୍ରେକ ଲାଗିନଥିବ। ଯେଉଁ କାରଣରୁ ଗାଡି ସିଧାସଳଖ ପାଲଟିଗଲା। ଏହା ବ୍ଯତୀତ ଆହୁରି ଅନ୍ୟ ୟୁଜର୍ସମାନେ ଏହା ଉପରେ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି।

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁକି ଏହି ମଜାଦାର ଭିଡିଓ ଟୁଇଟର ୟୁଜର @JoshWarburton2 ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତିକି ୨୦୨୦ ରୁ ୨୦୨୧ କହିବାର ଅର୍ଥ ହେଉଛି ଆସମାନରୁ ଖସିଲା ଓ ଖଜୁରରେ ଅଟକିଲା। ଭିଡିଓର ଖବର ଲେଖାଗଲା ବେଳକୁ ୧୯ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଥିଲା।

Leave a Reply

Your email address will not be published. Required fields are marked *