କାବୁଲ: ନିଜକୁ ବିମାନ ଚକରେ ବାନ୍ଧି ପଳାଇବା ପାଇଁ କରୁଥିଲେ ଉଦ୍ୟମ, ଉପରୁ ଖସି ପ୍ରା-ଣ ହରାଇଲେ

ଆଫଗାନିସ୍ତାନର ରାଜଧାନୀ କାବୁଲକୁ ବର୍ତ୍ତମାନ ତାଲିବାନ ଅଧିକାର କରିନେବା ପରେ ଲୋକମାନେ କାବୁଲକୁ ଛାଡ଼ିବା ପାଇଁ ପ୍ରା-ଣପଣେ ଉଦ୍ୟମ କରୁଛନ୍ତି। ଏଥିପାଇଁ କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବହୁ ମାତ୍ରାରେ ଜନଗହଳି ସୃଷ୍ଟି ହୋଇଛି। ଏପରି ସ୍ଥିତି ଉପୁଚିଛି ଯେ ଦଳାଚକଟା ହେବାର ପରିସ୍ଥିତି ସୃଷ୍ଟି ହୋଇଯାଇଛି। ସେଥିପାଇଁ ଲୋକମାନେ ଯେକୌଣସି ଉପାୟରେ କାବୁଲକୁ ଛାଡ଼ିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେମାନେ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି।

ବର୍ତ୍ତମାନ ଏପରି ଏକ ଦୁଃ-ଖଦ ଘ-ଟଣା ସେହି ବିମାନବନ୍ଦରରେ ଦେଖାଦେଇଛି। ବିମାନରେ ସିଟ ନ ମିଳିବାରୁ ଦୁଇଜଣ ବ୍ୟକ୍ତି ବିମାନର ଚକରେ ନିଜକୁ ବାନ୍ଧି ଦେଇଥିଲେ ଓ ସେହିପରି ପ-ଳା-ଇଯିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ଭା-ଗ୍ୟବ-ଶତଃ ଦୁଇଜଣ ଉପରୁ ଖସିପଡ଼ିଲେ ଓ ସେମାନଙ୍କର ମୃ-ତ୍ୟୁ ହୋଇଯାଇଛି। ଏ ବିଷୟରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ସୂଚନା ଅନୁସାରେ, ତାଲିବାନ ଗତକାଲି କାବୁଲକୁ ନିଜ ହତାକୁ କ୍ଷମତା ନେଇଛି। ଏହା ପୂର୍ବରୁ ଆଫଗାନର ରାଷ୍ଟ୍ରପତି ଅସରଫ ଗ଼ନି ନିଜର ପରିବାର ଲୋକଙ୍କ ସହ ତୁର୍କମେନିସ୍ତାନକୁ ପଳାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *