ଫ୍ଲାଇଟ ଧରିବାକୁ ଗୋଟିଏ ବର୍ଷ ପୂର୍ବରୁ ପହଞ୍ଚିଲେ ମହିଳା ! ଟିକଟ ଦେଖିବାମାତ୍ରେ ଉଡିଗଲା ହୋସ୍,ଜାଣନ୍ତୁ ପୁରା ଘଟଣା

ଆମର ଘରେ କେହି ନା କେହି ଏମିତି ହୋଇଥାଏ,ଯାହାକୁ ଯାତ୍ରା ହେବାକୁଥିବା ଦିନ ଟ୍ରେନ ବା ଫ୍ଲାଇଟ୍ ମିସ୍ ହେବାର ଡର ଥାଏ|ଏହି କାରଣରୁ ବହୁ ସମୟ ପୂର୍ବରୁ ସେ ରେଳ ଷ୍ଟେସନ ବା ଏୟାରପୋର୍ଟ ପହଞ୍ଚି ଯାଇଥାଏ|କିନ୍ତୁ କ’ଣ ଆପଣ ଶୁଣିଛନ୍ତି କୈାଣସି ବ୍ୟକ୍ତି ଟ୍ରେନ ବା ଫ୍ଲାଇଟ ଧରିବାକୁ ୧୦ ଘଣ୍ଟା ନାହିଁ,୧ ବର୍ଷ ପୂର୍ବରୁ ପହଞ୍ଚି ଥାଏ!ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଜଣେ ମହିଳା ଏମିତି କରିଲେ|

ଆଲେକ୍ସିଆ ପୋର୍ଟମ୍ୟାନ ନାମକ ଜଣେ ମଡେଲ ସହ ଏବେ ଏମିତି ହୋଇଛି ଯିଏ କ୍ରୋଏସିଆ ଏୟାରପୋର୍ଟରେ ଫ୍ଲାଇଟ ଧରିବାକୁ ଯାଇଥିଲେ|ସେ ବୁଧବାର ୪ ଅଗଷ୍ଟ ପାଇଁ ସକାଳ ୬ ଟାରେ କ୍ରୋଏସିଆରୁ ମିଲାନ ଯିବାପାଇଁ ଫ୍ଲାଇଟ ବୁକ କରିଥିଲେ|ଯେତେବେଳେ ସେ ଏୟାରପୋର୍ଟ ପହଞ୍ଚିଲେ ଓ ନିଜ ଟିକେଟକୁ ଧ୍ୟାନରେ ଦେଖିବାରୁ ତାଙ୍କ ଫ୍ଲାଇଟ ଆସନ୍ତା ବର୍ଷ ୪ ଅଗଷ୍ଟ ୨୦୨୨ ପାଇଁ ରହିଥିଲା|ସେ କହିଛନ୍ତି ଯେତେବେଳେ ସେ ଏୟାରପୋର୍ଟ ଡିପାରେଚର ପାଖରେ ପହଞ୍ଚିଲେ ସେତେବେଳେ ତାଙ୍କ ଫ୍ଲାଇଟ ଦେଖାଯାଇନଥିଲା|ସେତେବେଳେ ସେ ଜାଣିଲେ ଏହା ବର୍ଷେ ପରେ ବୁକ ହୋଇଛି|

ଏଲେକ୍ସିଆ ନିଜର ବୋର୍ଡିଙ୍ଗ ପାଖରେ ଯେତେବେଳେ ଦେଖିଲେ ସେତେବେଳେ ହୋସ୍ ଉଡିଗଲା|ସେ ପୁଣି ଟିକୃଟର ଇ-ମେଲ୍ ଦେଖିଲେ ଯେ ମଇ ମାସରେ ଟିକେଟ ବୁକ କରିଥିଲେ|ତେବେ ତାଙ୍କୁ ଧ୍ୟାନ ଆସିଲା ଯେ ସେ ଭୁଲ ଟିକେଟ ଵୁକ କରିଥିଲେ|ସେ ଟିକଟକରେ କହିଛନ୍ତି ଯେଉଁ ରୁଟରେ ସେ ଟିକେଟ ଵୁକ କରୁଥିଲେ ସେ ରଙଟର ଫ୍ଲାଇଟ କ୍ୟାନସେଲ କରିଦିଆଗଲା|ସେତେବେଳେ ସେ ଆଗ ତାରିଖର ଫ୍ଲାଇଟ ଦେଖାଇବାରୁ ତାକୁ ୪ ଅଗଷ୍ଟରେ ଫ୍ଲାଇଟ ନଜରକୁ ଆସିଥିଲା|ତାରିଖ ଦେଖିକି ସେ ଖୁସି ହୋଇଗଲେ କିନ୍ତୁ ପରେ ଜଣାପଡିଲା ଯେ ତାହା ୪ ଅଗଷ୍ଟ ୨୦୨୨ର ଅଟେ|ସେ କହିଛନ୍ତି ଯେ ତାଙ୍କୁ ଫ୍ଲାଇଟ ଟିକେଟ ସେ ସମୟରେ ମେଲରେ ମିଳି ନଥିଲା,ତ ସେତେବେଳେ ସେ ଶକ କରିନଥିଲେ ଯେ କାହିଁକି ଆସିନଥିଲା|ମହିଳାଙ୍କ ଏହି ଭିଡିଓରେ ଲୋକମାନେ କମେଣ୍ଟ କରି ତା କଥାରେ ଡାଉଟ୍ କରିଛନ୍ତି|ଲୋକମାନେ କହିଛନ୍ତି ଏମିତି କେମିତି ହୋଇପାରେ ୧ ବର୍ଷ ପରର ଫ୍ଲାଇଟ ମହିଳା ବୁକ କଲେ|ଯଦିଓ ମେଟ୍ରୋ ୱବସାଇଟର ରିପୋର୍ଟ ଅନୁସାରେ ଇଜିଜେଟ ନାମକ ଏୟାରଲାଇନ୍ ୱବସାଇଟ ଆସନ୍ତା ବର୍ଷ ଅକ୍ଟୋବର ଓ ନଭେମ୍ବର ପର୍ଯ୍ୟନ୍ତ ଫ୍ଲାଇଟ ଉପଲବ୍ଧ କରାଉଛି|

Leave a Reply

Your email address will not be published.