କାହାଣୀ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କର, ଯିଏକି ନିଜ ଆଇଡ଼ିଆରୁ ଠିଆ କରାଇଦେଲେ ହଜାର ହଜାର କୋଟି ଟଙ୍କାର କମ୍ପାନୀ,ଜାଣନ୍ତୁ ତାଙ୍କ ସଫଳତା ବିଷୟରେ

ପ୍ରସାଧନ ସାମଗ୍ରୀକୁ ସାଧାରଣ ଭାବରେ କେବଳ ସାଜସଜ୍ଜା ପାଇଁ ବ୍ୟବହାର କରାଯାଉଥିବା ପ୍ରଡକ୍ଟ ବୋଲି କୁହାଯାଇଥାଏ | କିନ୍ତୁ ଏହା ଏକ ସଂକୀର୍ଣ୍ଣ ମାନସିକତା ଅଟେ | ଏହି ଉତ୍ପାଦଗୁଡ଼ିକର ଯଥେଷ୍ଟ ଲମ୍ବା ଏବଂ ବିସ୍ତୃତ ସ୍ୱରୂପ ରହିଛି | ଯେଉଁଥିରେ ମୁଣ୍ଡର କେଶଠାରୁ ନେଇ ପାଦର ନଖ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ସୁସ୍ଥ ଯତ୍ନ ରହିଥାଏ |

ମହିଳାମାନେ ଯେତେବେଳେ ଏହି ପ୍ରସାଧନ ପାଇଁ ବଜାରକୁ ଆସିଥାନ୍ତି, ସେତେବେଳେ ସେମାନଙ୍କ ଶାରୀରିକ ସ୍ୱରୂପର ଅନୁରୂପ କେଉଁ ଉତ୍ପାଦ ଠିକ ହେବ ଏହି ବିଷୟରେ ତାଙ୍କୁ କମ ଜଣାଥାଏ ଏବଂ ଉଚିତ ସୂଚନା ଦେବା ଲୋକଙ୍କର ମଧ୍ୟ ଅଭାବ ଥାଏ |

ମହିଳାମାନଙ୍କର ଏହି ସମସ୍ୟାକୁ ବୁଝି ନିଜର ୨୫ ବର୍ଷର ଉଜ୍ଜ୍ୱଳ କ୍ୟାରିୟରକୁ ଛାଡି ସୌନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ପାଦ ରଖିଥିବା ମହିଳାଙ୍କୁ ଉତ୍ସର୍ଗୀକୃତ ଅଟେ ଆମର ଆଜିର କାହାଣୀ | ତେବେ ଆସନ୍ତୁ ଜାଣିବା କିଏ ଏହି ଲେଡି ? ଯିଏକି ସୌନ୍ଦର୍ଯ୍ୟ ପ୍ରସାଧନକୁ କଲେ ବିଜନେସର ପଦ୍ଧତି ଏବଂ ଆଜି ସାରା ଭାରତରେ ହଜାର ହଜାର କୋଟି ଟଙ୍କାର ସମ୍ପତି ଠିଆ କରି ଦେଇଛନ୍ତି |

କୁହାଯାଉଛି ଯେ ୧୯୮୫ ବ୍ୟାଚରେ ଆଇଆଇଏମ ଅହମ୍ମଦାବାଦ ଛାଡିବା ପରେ ଫାଲଗୁନି ନାୟର ନିଜ କ୍ୟାରିଅରର ଆରମ୍ଭ ଏ.ଏଫ. ଫର୍ଗୁସନ ଠାରୁ କଲେ | ୧୯୯୩ ରେ ସେ କୋଟାକ ମହିନ୍ଦ୍ରା ଫାଇନାନ୍ସକୁ ଆସିଗଲେ ଏବଂ ସେ କମ୍ପାନୀର ଲଣ୍ଡନ ଅଫିସ ପ୍ରତିଷ୍ଠା କରିଥିଲେ ଏବଂ ୩ ବର୍ଷ ପରେ ଆମେରିକାରେ କମ୍ପାନୀର କାର୍ଯ୍ୟାଳୟ ପ୍ରତିଷ୍ଠା କଲେ | ୨୦୦୧ ରେ ସେ ଭାରତ ଚାଲିଗଲେ ଏବଂ ୨୦୧୨ ପର୍ଯ୍ୟନ୍ତ ସେ କୋଟାକ ମହିନ୍ଦ୍ରାଙ୍କ ସହ ହିଁ କାମ କରିଥିଲେ | ଫାଲଗୁନି ୨୦୧୨ ରେ Nykaa (nykaa.com) ନାମକ ଏକ ଇ-କମର୍ସ କମ୍ପାନୀ ଆରମ୍ଭ କରିଥିଲେ | ଏଠାରେ ସେ ବ୍ୟୁଟି, ମେକଅପ, ବ୍ୟକ୍ତିଗତ ଯତ୍ନ ଏବଂ ସୁସ୍ଥତା ସହିତ ଜଡିତ ପ୍ରଡକ୍ଟର ବ୍ୟବସାୟ ଆରମ୍ଭ କଲେ |

ଉଲ୍ଲେଖଯୋଗ୍ୟ ଯେ ଆନ୍ତର୍ଜାତୀୟ ସ୍ତରର ପ୍ରଡକ୍ଟ ଏବଂ ତାଙ୍କ କାର୍ଯ୍ୟ ପ୍ରଣାଳୀକୁ ଭାରତୀୟ ମହିଳାମାନଙ୍କ ପାଇଁ ଏଠିକାର ବଜାରରେ ଆଣିବାକୁ ଉତ୍କୃଷ୍ଟ ପ୍ରୟାସ କରିଥିଲେ | ଏହି କାମକୁ ଆରମ୍ଭ କରିବା ପାଇଁ ଫାଲଗୁନି କୋଟାକ ମହିନ୍ଦ୍ରା କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ଚାକିରି ଛାଡି ଦେଇଥିଲେ |

ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବରେ କୋଟାକ ମହିନ୍ଦ୍ରାଙ୍କ ସହ ୧୯ ବର୍ଷ ଏବଂ ଫାଇନାନ୍ସ କ୍ଷେତ୍ରରେ ୨୫ ବର୍ଷର କ୍ୟାରିଅର ଛାଡି ଫାଲ୍ଗୁନି ବିଲକୁଲ ଅଲଗା କ୍ଷେତ୍ରରେ ପ୍ରବେଶ କଲେ | ଫାଲଗୁନିଙ୍କ ବ୍ୟବସାୟିକ ଦକ୍ଷତାକୁ ଏହି କଥାରୁ ଅନୁମାନ କରାଯାଇପାରିବ ଯେ ଗତ ୨ ବର୍ଷରେ ନିକାର କାରବାର ୧୫ କୋଟିରୁ ୨୦୧୭ ରେ ୨୧୪ କୋଟିକୁ ବୃଦ୍ଧି ପାଇଛି | ସେହିପରି ୟୁଜର୍ସଙ୍କ ସଂଖ୍ୟା ୩ ଲକ୍ଷରୁ ୨.୫ କୋଟି ପର୍ଯ୍ୟନ୍ତ ପହଞ୍ଚିଯାଇଛି |

ସେହିପରି ଫାଲ୍ଗୁନୀ ନାୟରଙ୍କ ମନରେ ନାୟକାର ବିଚାର ସେତେବେଳେ ଆହୁରି ଦୃଢ ହୋଇଗଲା, ଯେତେବେଳେ ସେ ନିଜର ବିଦେଶରେ ରହିବା ସମୟରେ ନ୍ୟୁୟର୍କରେ ଥିବା ଫ୍ରାନ୍ସର ଖୁଚୁରା ବ୍ରାଣ୍ଡ ସେପୋରାର ଶୋ’ରୁମକୁ ଯାଇଥିଲେ | ତେବେ ଫାଲଗୁନି କେବେ ବି କସମେଟିକ୍ସର ନିୟମିତ ଗ୍ରାହକ ନଥିଲେ ମଧ୍ୟ ସେ ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ | ସେ ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ମତାମତ ଉପରେ ବହୁତ ଧ୍ୟାନ ଦେଇଥିଲେ ଏବଂ ଏହାକୁ ସଂକଳନ କରିଥିଲେ ଏବଂ ଖୁବ ଶୀଘ୍ର ତାଙ୍କ ଗ୍ରାହକଙ୍କ ସଂଖ୍ୟା ବଢିବାକୁ ଲାଗିଲେ | ଲୋକମାନେ ନିଜ ପସନ୍ଦର ଉତ୍ପାଦ ପାଇବାକୁ ଲାଗିଲେ | ଫାଲଗୁନି ନିଜ ଗ୍ରାହକଙ୍କ ମନୋଭାବ ଏବଂ କ୍ରୟ ପ୍ରବୃତ୍ତି ଉପରେ ଅଧ୍ୟୟନ କରିଥିଲେ | ସେ ନିଜ ଗ୍ରାହକମାନଙ୍କର କ୍ରୟକୁ ଦେଖି ସେମାନଙ୍କ ଆଶା ଏବଂ ସେମାନଙ୍କ ପସନ୍ଦକୁ ବୁଝିନିଅନ୍ତି |

Leave a Reply

Your email address will not be published. Required fields are marked *