ଟି ଟ୍ଵେଣ୍ଟି ବିଶ୍ୱକପ ୨୦୨୧ : ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା

ଆଇସିସି ତରଫରୁ ଟି-20 ପୁରୁଷ ବିଶ୍ଵକପ କ୍ରିକେଟ ଖେଳର କାର୍ଯ୍ୟସୂଚୀ ଜାରି କରାଯାଇଛି। ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଓମାନ ଓ ୟୁଏଇ ରେ ଅନୁଷ୍ଠିତ ହେବ। ଘୋଷଣା କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଗ୍ରୁପ 1 ରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଦଳ। ଏହି ମ୍ୟାଚ ଅକ୍ଟୋବର ୨୪ ରେ ଖେଳାଯିବ। ଏହି ମ୍ୟାଚ୍ କ୍ରିକେଟ ପ୍ରେମୀ ମାନଙ୍କ ପାଇଁ ସୁପର ସଣ୍ଡେ ମୁକାବିଲା।

ICC ତରଫରୁ ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଦଳ ଅକ୍ଟୋବର ୨୪ ତାରିଖରେ ପ୍ରଥମ ମ୍ୟାଚ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଦଳ ସହିତ ଖେଳିବ।ଏହାପରେ ୨ୟ ମ୍ୟାଚ ୩୧ ତାରିଖରେ ନ୍ୟୁଜିଲାଣ୍ଡ ସହିତ ଏବଂ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ସହିତ ଖେଳିବ।

ଏହି ଟି-20 ବିଶ୍ୱକପ କ୍ରିକେଟ ମୁକାବିଲାର ପ୍ରଥମ ସେମିଫାଇନାଲ ନଭେମ୍ବର ୧୦ ତାରିଖରେ ଖେଳାଯିବ। ଏହି ମ୍ୟାଚଟି ଆବୁଧାବୀରେ ଖେଳାଯିବ। ସେହିପରି ଭାବରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ନଭେମ୍ବର ମାସ ୧୧ ତାରିଖରେ ଦୁବାଇରେ ଖେଳାଯିବ। ସବୁଠାରୁ ଖୁସିର କଥା ଯେ, ଦୁଇ ସେମିଫାଇନାଲ ମ୍ୟାଚ ପାଇଁ “ରିଜର୍ଭ ଡେ” ରଖିଛି ଆଇସିସି। ଆଉ ସେହିପରି ଭାବରେ ନଭେମ୍ବର ମାସ ୧୪ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ଫାଇନାଲ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ। ସେମିଫାଇନାଲ ଭଳି ଫାଇନାଲ ମ୍ୟାଚରେ “ରିଜର୍ଭ ଡେ” ରଖିଛି ବିସିସିଆଇ।

ସୂଚନା ଅନୁସାରେ, ଚଳିତ ବର୍ଷ ଟି-20 ବିଶ୍ୱକପ ବିସିସିଆଇ ଭାରତରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ, କରୋନା ସଂକ୍ରମଣକୁ ନଜରରେ ରଖି ବିଶ୍ୱକପ ମୁକାବିଲାକୁ ଓମାନ ଓ ୟୁଏଇରେ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଚଳିତ ବର୍ଷ ଟି-20 ବିଶ୍ୱକପ ମୁକାବିଲା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *