ଦ୍ଵିତୀୟ ଟେଷ୍ଟରେ ବିଜୟ ସହିତ ସିରାଜ ଭାଙ୍ଗିଲେ ୩୯ ବର୍ଷର ପୁରୁଣା ରେକର୍ଡ,ଜାଣନ୍ତୁ ସେହି ରେକର୍ଡ ବିଷୟରେ

ଭାରତୀୟ ଦଳ ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଇଂଲଣ୍ଡକୁ ୧୫୧ ରନରେ ହରାଇ ଇତିହାସ ରଚନା କରିଛି। ୨୭୨ ରନର ପିଛା କରି ଇଂଲଣ୍ଡର ଦଳ ମାତ୍ର ୧୨୦ ରନରେ ଅଲଆଉଟ ହୋଇଗଲେ। ଭାରତ ଏହି ବିଜଯ ସହିତ ପାଞ୍ଚ ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ଆଗକୁ ରହିଛି।

ଏହି ମ୍ଯାଚରେ ସାନଦାର ପ୍ରଦର୍ଶନ କରି ମହମ୍ମଦ ସିରାଜ ନିଜର ବୋଲିଂରେ ଭଲ ପ୍ରଦର୍ଶନ କରି ଇତିହାସ ରହିଛନ୍ତି। ସେ ଏହି ମୁକାବିଲାରେ ୧୨୬ ରନ ଦେଇ ୮ ୱିକେଟ ହାସିଲ କରିଛନ୍ତି। ଯାହାକି କୌଣସି ବୋଲରଙ୍କ ଦ୍ଵାରା ଲର୍ଡସର ପଡିଆରେ କରାଯାଇଥିବା ସବୁଠାରୁ ଭଲ ପ୍ରଦର୍ଶନ ଅଟେ।

ମହମ୍ମଦ ସିରାଜ ଭାରତର ପୂର୍ବ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। କପିଲ ଦେବ ୧୯୮୨ ମସିହାରେ ଲର୍ଡସରେ ଖେଳାଯାଇଥିବା ଏକ ମୁକାବିଲାରେ ୧୬୮ ରନ ଦେଇ ୮ ୱିକେଟ ହାସିଲ କରିଥିଲେ ଓ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଭାରତର ପୂର୍ବ ବୋଲର ଆରପି ସିଂ ଅଛନ୍ତି ଯିଏ ଏହି କାରନାମା ୨୦୦୭ରେ କରି ଦେଖାଇଥିଲେ ଓ ସେ ୧୧୭ ରନ ଦେଇ ୭ଟି ୱିକେଟ ନେଇଥିଲେ।

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁକି ମହମ୍ମଦ ସିରାଜ ପ୍ରଥମ ଇନିଙ୍ଗ୍ସରେ ୯୪ ରନ ଦେଇ ଚାରୋଟି ୱିକେଟ ନେଇଥିଲେ। ଦ୍ଵିତୀୟ ଇନିଙ୍ଗ୍ସରେ ସେ ଭଲ ପ୍ରଦର୍ଶନ କରିଥିଲେ ଓ ୩୨ ରନ ଦେଇ ଚାରୋଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ ଦୁଇଟି ଇନିଙ୍ଗ୍ସରେ ହ୍ୟାଟ୍ରିକର ପାଖାପାଖି ଥିଲେ।

ଭାରତ ଓ ଇଂଲଣ୍ଡ ବିରୁଦ୍ଧରେ ଆଗାମୀ ଟେଷ୍ଟ ୨୫ ଅଗଷ୍ଟରେ ଖେଳାଯିବ। ଏହି ଟେଷ୍ଟ ମ୍ଯାଚ ଲିଡସର ପଡିଆରେ ଖେଳାଯିବ। ଭାରତୀୟ ଦଳ ଆଶା କରୁଛିକି ଲଗାତାର ଭଲ ପ୍ରଦର୍ଶନ କରି ତୃତୀୟ ଟେଷ୍ଟକୁ ନିଜ ନାମରେ କରିନେବ।

Leave a Reply

Your email address will not be published.