ଅଗଷ୍ଟ ୨୦ ତାରିଖରୁ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି

ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା। ଛାତ୍ରଛାତ୍ରୀ ମାନେ ଦିନ ୧୧ ଟାରୁ ନାମ ଲେଖିବା ପାଇଁ ଆବେଦନ କରିପାରିବେ। ୱେବସାଇଟ www.samsodisha.gov.in ରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ସେପ୍ଟେମ୍ବର ମାସ ୯ ତାରିଖ ଦିନ ୧୧ ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ସେହିପରି ଭାବରେ ସେପ୍ଟେମ୍ବର ୨୧ ତାରିଖରେ ଦ୍ଵିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଆଉ ସେପ୍ଟେମ୍ବର ମାସ ୨୭ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ। ଏହି ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.