IND vs ENG: କୋହଲୀଙ୍କ ଉପରେ ଗର୍ଜିଲେ ଗାଭାସ୍କର,ଫର୍ମରେ ଆସିବା ପାଇଁ ଦେଲେ ଏହି ଟିପ୍ସ

ପୂର୍ବ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର କୋହଲୀଙ୍କ ବ୍ୟାଟିଂ କୌଶଳ ଉପରେ ରାଗିଛନ୍ତି। ଜଣାଇଦେଉଛୁକି ବିରାଟ କୋହଲୀ ବହୁ ସମୟରୁ ଖରାପ ଫର୍ମରେ ଅଛନ୍ତି। ସେହି କାରଣରୁ ସେ ରନ କରିପାରୁନାହାନ୍ତି। ଲର୍ଡସ ଟେଷ୍ଟର ଦ୍ଵିତୀୟ ଇନିଙ୍ଗ୍ସରେ କୋହଲୀଙ୍କ ନିକଟରୁ ବଡ ଇନିଙ୍ଗ୍ସର ଆଶା କରାଯାଉଥିଲା। କିନ୍ତୁ ସେ ୨୦ରନ କରି ଆଉଟ ହୋଇଯାଇଥିଲେ।

କୋହଲୀଙ୍କ ବ୍ୟାଟିଂ ଉପରେ ଗାଭାସ୍କର ରାଗିଲେ:-

ସୁନୀଲ ଗାଭାସ୍କର ‘ସୋନି ସ୍ପୋର୍ଟ୍ସ’ ସହିତ କଥାବାର୍ତ୍ତା କରି କହିଲେ,’କୋହଲୀ ଅଫ ଷ୍ଟମ୍ପ ବହୁତ ବାହାରେ ଯାଉଥିବା ବଲକୁ ଶୀଘ୍ର ଖେଳିବାକୁ ଚେଷ୍ଟା କରୁଛନ୍ତି। କୋହଲୀଙ୍କ ଗୋଡ କେଉଁଠି ଅଛି ଓ ତାଙ୍କର ବ୍ୟାଟ ଅନ୍ୟତ୍ର କୁଆଡେ ଯାଉଛି। ଯାହାର ଅର୍ଥ ହେଉଛିକି ବଲକୁ ବହୁତ ଭଲ ଭାବରେ ଖେଳିପାରୁ ନାହାନ୍ତି। କୋହଲୀଙ୍କୁ ସେଫରେ ଖେଳିବା ଉଚିତ। ଏହି ଉପାୟ ତାଙ୍କ ପାଇଁ ସଠିକ ରହିବ।

କୋହଲୀ ଗାଭାସ୍କରଙ୍କୁ ଦେଲେ ଏହି ଟିପ୍ସ:-

ସୁନୀଲ ଗାଭାସ୍କର କହିଲେ,’ଏହା ବୋସଧେ ଇଣ୍ଟେଣ୍ଟ ବିଷୟରେ ଅଟେ। କିନ୍ତୁ ପାଞ୍ଚ ଦିନରେ ଖେଳରେ ପ୍ରତ୍ଯେକ ବ୍ୟାଟ୍ସମ୍ୟାନ ରନ କରିବା ପାଇଁ ଯାନ୍ତି। ଏହି ଉପାୟ ଅଲଗା ଅଟେ। ମୋ ହିସାବରେ ପ୍ରତ୍ଯେକ ବ୍ୟାଟ୍ସମ୍ୟାନଙ୍କୁ ନିଜର ଉପାୟ ଖୋଜିବା ପାଇଁ ଏକଲା ଛାଡିଦେବା ଉଚିତ୍ତ। ଏହା ଟେଷ୍ଟ ମ୍ଯାଚ ଅଟେ।’

କୋହଲୀଙ୍କ ବ୍ୟାଟରୁ ଶେଷ ଶତକ ନଭେମ୍ବର ୨୦୧୯ରେ ଆସିଥିଲା:-

ଜଣାଇଦେଉଛିକି କୋହଲୀଙ୍କ ବ୍ୟାଟରୁ ଶେଷ ଆନ୍ତର୍ଜାତୀୟ ଶତକ ନଭେମ୍ବର ୨୦୧୯ରେ ଥିଲା। ଇଂଲଣ୍ଡ ବିରୁଦ୍ଧରେ ବର୍ତ୍ତମାନ ସମୟର ଟେଷ୍ଟ ସିରିଜରେ କୋହଲୀ ଗୋଟିଏ ମଧ୍ୟ ଶତକ କରିନାହାନ୍ତି। କୋହଲୀଙ୍କ ଖରାପ ଫର୍ମର ପ୍ରଭାବ ଟିମ ଇଣ୍ଡିଆକୁ ଅନେକ ମାସରୁ ସହିବାକୁ ପଡୁଅଛି।

Leave a Reply

Your email address will not be published.