ଜାଣନ୍ତୁ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମରାହ କେତେ ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ?

ଭାରତରେ କ୍ରିକେଟକୁ ବହୁତ ଅଧିକ ପସନ୍ଦ କରାଯାଉଛି। କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ବହୁତ ଗୁରୁତ୍ଵ ମଧ୍ୟ ଦିଆଯାଏ। ଏମିତି ଭାରତର ଏକ ସୁପରଷ୍ଟାର ଖେଳାଳି ହେଉଛନ୍ତି ଜସପ୍ରିତ ବୁମରାହ। ଜସପ୍ରିତ ବୁମରାହ ଭାରତ ପାଇଁ ବହୁତ ସାରା ରେକର୍ଡ କରିଛନ୍ତି। ଭାରତ ପାଇଁ ତାଙ୍କର ପ୍ରଦର୍ଶନ ସବୁବେଳେ ପ୍ରଶଂସନୀୟ ଅଟେ। ଭାରତୀୟ ଦଳର ଖେଳାଳି ତାଙ୍କୁ ଜସ୍ସି ନାମରେ ଡାକନ୍ତି।

କଣ ଆପଣ ଜାଣିଛନ୍ତିକି ବହରତୀୟ ଦୃତ ବୋଲର ଜସପ୍ରିତ ବୁମରାହଙ୍କର କେତେ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧମରେ ଜସପ୍ରିତ ବୁମରାହଙ୍କ ସମ୍ପତ୍ତି ବିଷୟରେ କହିବୁ। ଏହା ପୂର୍ବରୁ ଆସନ୍ତୁ ଜାଣିବା ଜସପ୍ରିତ ବୁମରାହଙ୍କ କ୍ଯାରିୟର ବିଷୟରେ।

ଭାରତର ଦୃତ ବୋଲର ଜସପ୍ରିତ ବୁମରାହଙ୍କ ପ୍ରଦର୍ଶନ ସବୁବେଳେ ଭଲ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ଆଇପିଏଲରେ ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ଭାରତର ମୁଖ୍ୟ ଦଳରେ ଖେଳିବାକୁ ସୁଯୋଗ ମିଳିଲା।

ବୁମରାହ ନିଜର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ମ୍ଯାଚ ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦୧୬ ମସିହାରେ ଖେଳିଥିଲେ। ତାଙ୍କ ଟେଷ୍ଟ କ୍ଯାରିୟର ବିଷୟରେ କହିବା ଯଦି ବର୍ତ୍ତମାନ ପର୍ଯ୍ଯନ୍ତ ୨୧ଟି ଟେଷ୍ଟ ଖେଳିସାରିଛନ୍ତି ଓ ଏହା ସହିତ ୬୭ଟି ଦିନକିଆ ମ୍ଯାଚ ଓ ୪୯ଟି ଟି-୨୦ ମ୍ଯାଚ ଖେଳିଛନ୍ତି। ସେ ଭାରତ ପାଇଁ ବହୁତ ୱିକେଟ ନେଇଛନ୍ତି।

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ବ୍ଯତୀତ ଜସପ୍ରିତ ବୁମରାହଙ୍କ ପ୍ରଦର୍ଶନ ଆଇପିଏଲରେ ଓ ଘରୋଇ କ୍ରିକେଟରେ ବହୁତ ଭଲ ରହିଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଖେଳି ୫ଟି ଆଇପିଏଲ ଟାଇଟଲକୁ ନିଜ ନାମରେ କରିଛନ୍ତି। ଆଇପିଏଲରେ ସେ ୯୯ଟି ମ୍ଯାଚରେ ୧୧୫ଟି ୱିକେଟ ନେଇଛନ୍ତି। ଜସପ୍ରିତ ବୁମରାହଙ୍କ ସମୁଦାୟ ସମ୍ପତ୍ତି ବିଷୟରେ କଥା ହେବୁ।

ଜସପ୍ରିତ ବୁମରାହ ମିଡିଆ ରିପୋର୍ଟ ଅନୁସାରେ ପାଖାପାଖି ୩୭୦୦୦୦୦୦୦ ଟଙ୍କାର ମାଲିକ ଅଟନ୍ତି ତାଙ୍କର ଆୟର ଅଧିକତମ ଆୟ କ୍ରିକେଟରୁ ଆସିଛି। ଭାରତର ଦୃତ ବୋଲର ଜସପ୍ରିତ ବୁମରାହ ବହୁତ ବିଜ୍ଞାପନରେ ମଧ୍ୟ କାମ କରନ୍ତି ଯେଉଁଥିରେ ତାଙ୍କର ଆୟର ବୃଦ୍ଧି ହୁଏ।

ଜସପ୍ରିତ ବୁମରାହ ସାରା ଦୁନିଆରେ ଜଣାଶୁଣା। ସେ ହେଉଛନ୍ତି ସାରା ଦୁନିଆର ଏକ ସମାନ୍ନିତ ଖେଳାଳି। ଆପଣଙ୍କୁ ଜଣାଇବାକୁ ଚାହିଁବୁକି ଆଇପିଏଲରେ ଜସପ୍ରିତ ବୁମରାହ ଖେଳି କୋଟି କୋଟି ଟଙ୍କା ଆୟ କରନ୍ତି।

Leave a Reply

Your email address will not be published. Required fields are marked *