ଦେଖନ୍ତୁ ଭିଡ଼ିଓ : ମହିଳାଙ୍କ ସାହସକୁ ସଲାମ, କୁମ୍ଭୀର ପରି ଝିଟିପିଟିକୁ କଲେ ଆଲିଙ୍ଗନ

କିଛି ଲୋକ ପଶୁମାନଙ୍କ ସହିତ ପିଲାମାନଙ୍କ ପରି ଖେଳନ୍ତି | ସେମାନଙ୍କୁ ଭଲ ପାଆନ୍ତି, ସେମାନଙ୍କୁ ଆଲିଙ୍ଗନ କରନ୍ତି ଏବଂ ନିଜ ହାତରେ ଖୁଆଇଥାନ୍ତି | ସୋସିଆଲ ମିଡିଆରେ ଜଣେ ମହିଳା କୁମ୍ଭୀର ଏବଂ ତା ପରେ ବଡ଼ ବଡ଼ ଝିଟିପିଟିକୁ ହ୍ୟାଣ୍ଡେଲ କରିବାପାଇଁ ପ୍ରସିଦ୍ଧ ଅଟନ୍ତି | ଏହି ମହିଳାଙ୍କର ଅଜବ ଡେୟରିଙ୍ଗ ଏବଂ ରେପଟାଇଲସ ସହିତ ଭିଡିଓ ଦେଖି ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି | ତେବେ ଆପଣ ମଧ୍ୟ ମହିଳାଙ୍କର ଏହି ଭାଇରଲ ଭିଡିଓକୁ ଦେଖିନିଅନ୍ତୁ |

ପିଲାମାନଙ୍କ ପରି ଆଲିଙ୍ଗନ କଲେ :-

ଇନ୍ସଟାଗ୍ରାମରେ ଏହି ମହିଳାଙ୍କର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରଲ ହେଉଛି | ଏହି ମହିଳା ରେପଟାଇଲସକୁ ବହୁତ ଭଲରେ ଏବଂ ସ୍ନେହରେ ହ୍ୟାଣ୍ଡେଲ କରିଥାନ୍ତି | ସେ ସେମାନଙ୍କର ଛୋଟ ପିଲାମାନଙ୍କ ପରି ଯତ୍ନ ନିଅନ୍ତି | ଏହି ଭାଇରଲ ଭିଡିଓରେ ସେ କୁମ୍ଭୀର ଭଳି ଝିଟିପିଟିକୁ କୋଳରେ ଧରିଛନ୍ତି | ତାକୁ ଆଲିଙ୍ଗନ କରି ସେ ପିଲାମାନଙ୍କ ପରି ତାକୁ ଗେଲ କରୁଛନ୍ତି |

ଝିଟିପିଟି ମଧ୍ୟ ନିଜର ସମ୍ପର୍କକୁ ରଖିଲା :-

ଏହି ଭିଡିଓକୁ ଦେଖି ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ଏହି ସମ୍ପର୍କ ଏକତରଫା ନୁହେଁ | ଝିଟିପିଟି ମଧ୍ୟ ମହିଳାଙ୍କୁ ସମାନ ଭାବରେ ପ୍ରତିକ୍ରିୟା ଦେଉଥାଏ | ସେ ତାଙ୍କ କେଶକୁ ଚୁମ୍ବନ ଦେଇ ବହୁତ ଭରସା ସହିତ ତାଙ୍କ କାନ୍ଧରେ ନିଜ ପଞ୍ଝା ରଖିଛି | ଏହି ଭାଇରଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସମସ୍ତଙ୍କୁ ଦୁହିଁଙ୍କର ବନ୍ଧୁତା ବହୁତ ଭଲ ଲାଗୁଛି |

ଏହି ଭିଡିଓରେ ଆସୁଥିବା କମେଣ୍ଟଗୁଡ଼ିକରୁ ଜଣାପଡୁଛି ଯେ ଲୋକମାନେ ଏହି ଭିଡିଓକୁ ବହୁତ ଭଲ ପାଉଛନ୍ତି | କିଛି ଲୋକ ଝିଟିପିଟିର ପ୍ରେମଭରା କାର୍ଯ୍ୟକଳାପକୁ ବହୁତ କ୍ୟୁଟ ବୋଲି ମଧ୍ୟ କହୁଛନ୍ତି |

Leave a Reply

Your email address will not be published. Required fields are marked *