ମାଆର ଅପମାନ ହେବା ଦେଖି ଏହି ଝିଅ ଅଫିସର ହେବାକୁ ନେଲା ନିଷ୍ପତ୍ତି, କଣ୍ଡକ୍ଟରଙ୍କ ଝିଅ ଏହିପରି ଭାବେ ହେଲା IPS ,ଜାଣନ୍ତୁ କେମିତି ଥିଲା ତାଙ୍କ ଜୀବନର ସଂଘର୍ଷ କାହାଣୀ

ମାଆର ଅପମାନ ବଦଳାଇ ଦେଲା ଲାଇଫ :-

ପିଲାଦିନେ ଥରେ ଶାଲିନି ଅଗ୍ନିହୋତ୍ରି ନିଜ ମାଙ୍କ ସହିତ ବସରେ ଯାତ୍ରା କରୁଥିଲେ | ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ମାଙ୍କ ସିଟ ପଛରେ ହାତ ଲଗାଇଥିଲା, ଯାହାଦ୍ୱାରା ସେ ଠିକରେ ବସିପାରୁ ନଥିଲେ | ସେ ଅନେକଥର ସେହି ବ୍ୟକ୍ତିଙ୍କୁ ହାତ ହଟାଇବାକୁ କହିଲେ, କିନ୍ତୁ ସେ କିଛି ବି ଶୁଣିଲା ନାହିଁ | ଅନେକଥର କହିବାପରେ ସେହି ବ୍ୟକ୍ତି ରାଗିଯାଇ କହିଲା ତୁ କୋଉଠିକାର ଡିସି ଯେ ମୁଁ ତୋ କଥା ମାନିବି | ବସ ଏହି ସମୟରୁ ଶାଲିନି ସ୍ଥିର କଲେ ଯେ ସେ ମଧ୍ୟ ବଡ଼ ହୋଇ ଅଫିସର ହେବେ |

ଦ୍ଵାଦଶରେ ଆସିଥିଲା ମାତ୍ର ୭୭%ନମ୍ବର :-

ଶାଲିନି ଅଗ୍ନିହୋତ୍ରି କହିଛନ୍ତି, ‘ମତେ ଦଶମ ପରୀକ୍ଷାରେ ୯୨ ପ୍ରତିଶତରୁ ଅଧିକ ନମ୍ବର ମିଳିଥିଲା, କିନ୍ତୁ ଦ୍ୱାଦଶରେ ମାତ୍ର ୭୭ ପ୍ରତିଶତ ନମ୍ବର ଆସିଲା | ଏହା ସତ୍ତ୍ୱେ ମଧ୍ୟ ମୋ ବାପାମା ମୋ ଉପରେ ଭରସା କଲେ ଏବଂ ମତେ ପଢିବାପାଇଁ ପ୍ରେରିତ କଲେ |’

ଏଗ୍ରିକଲଚରରେ କଲେ ଗ୍ରାଜୁଏସନ :-

ଦି ବେଟର ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶାଲିନି ଅଗ୍ନିହୋତ୍ରି ଧର୍ମଶାଳାର ଡ଼ିଏବି ସ୍କୁଲରେ ଦ୍ୱାଦଶ ପଢିବାପରେ ପାଲମପୁର ସ୍ଥିତ ହିମାଚଳ ପ୍ରଦେଶ ଏଗ୍ରିକଲଚର ୟୁନିଭର୍ସିଟି କୃଷିରେ ନିଜର ଗ୍ରାଜୁଏସନ ପୁରା କଲେ | ଶାଲିନି ଗ୍ରାଜୁଏସନ ସହିତ ୟୁପିଏସସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ |

ବିନା କୋଚିଂରେ ହେଲେ ୟୁପିଏସସି ପାଇଁ ପ୍ରସ୍ତୁତ :-

ଶାଲିନି ଅଗ୍ନିହୋତ୍ରି କଲେଜ ପରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ସେ ଏହାର ସୂଚନା ନିଜ ଘରଲୋକଙ୍କୁ ମଧ୍ୟ ଦେଇ ନଥିଲେ | ଶାଳିନୀଙ୍କୁ ଲାଗୁଥିଲା ଯେ କାଳେ ଏତେ କଠିନ ପରୀକ୍ଷାରେ ପାସ ନ ହେଲେ ଘରଲୋକେ ନିରାଶ ହୋଇପାରନ୍ତି | ୟୁପିଏସସି ପରୀକ୍ଷା ପାଇଁ ସେ କୌଣସି କୋଚିଂ ନେଇନାହାନ୍ତି କି ଅନ୍ୟ କୌଣସି ସହରକୁ ମଧ୍ୟ ଯାଇନାହାନ୍ତି |

ପ୍ରଥମ ଚେଷ୍ଟାରେ ମିଳିଲା ସଫଳତା :-

ଶାଲିନି ଅଗ୍ନିହୋତ୍ରି ମେ ୨୦୧୧ ମସିହାରେ ୟୁପିଏସସି ପରୀକ୍ଷା ଦେଲେ ଏବଂ ୨୦୧୨ ରେ ଇଣ୍ଟରଭିୟୁର ପରିଣାମ ମଧ୍ୟ ଆସିଲା | ଶାଲିନି ଅଲ ଇଣ୍ଡିଆରେ ୨୮୫ ତମ ସ୍ଥାନ ହାସଲ କାଳେ ଏବଂ ସେ ଇଣ୍ଡିଆନ ପୋଲିସ ସର୍ଭିସ ବାଛିଲେ |

ଶାଲିନିଙ୍କ ବାପା ଥିଲେ ବସ କଣ୍ଡକ୍ଟର :-

ଶାଲିନି ଅଗ୍ନିହୋତ୍ରିଙ୍କ ବାପା ରମେଶ ଅଗ୍ନିହୋତ୍ରି ବସ କଣ୍ଡକ୍ଟର ଥିଲେ, କିନ୍ତୁ ସେ ନିଜ ପିଲାମାନଙ୍କର ପାଠପଢାରେ କୌଣସି ଅଭାବ ରଖିନଥିଲେ | ଶାଲିନିଙ୍କ ବଡ଼ ଭଉଣୀ ଡାକ୍ତର ଅଟନ୍ତି ଏବଂ ଭାଇ ଏନଡିଏ ପାସ କରି ଆର୍ମିରେ ଅଛନ୍ତି |

ଅପରାଧୀମାନଙ୍କୁ ଧରିଲେ :-

ଟ୍ରେନିଂ ପୁରା ହେବାପରେ ଶାଲିନି ଅଗ୍ନିହୋତ୍ରିଙ୍କ ପ୍ରଥମ ପୋଷ୍ଟିଙ୍ଗ ହିମାଚଳରେ ହେଲା ଏବଂ ସେ କୁଲ୍ଲୁରେ ପୋଲିସ ଅଧ୍ୟକ୍ଷକଙ୍କ ଭାର ସମ୍ଭାଳିଲେ | ଏହାପରେ ସେ ନିଶାଦ୍ରବ୍ୟ ବ୍ୟବସାୟୀମାନଙ୍କ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କାଳେ ଏବଂ ଅନେକ ବଡ଼ ବଡ଼ ଅପରାଧୀମାନଙ୍କୁ ଧରି ଜେଲ ପଠାଇଦେଲେ | ଶାଲିନି ଅଗ୍ନିହୋତ୍ରିଙ୍କ ଗଣନା ସାହସୀ ଏବଂ ନିର୍ଭୟ ପୋଲିସ ବାଲାଙ୍କ ମଧ୍ୟରେ ହୋଇଥାଏ |

Leave a Reply

Your email address will not be published. Required fields are marked *