କ’ଣ ଆପଣଙ୍କୁ ମିଳୁନାହିଁ ଏଲପିଜିରେ ସବସିଡି ,ଏହି କାରଣରୁ ମିଳୁ ନାହିଁ କି ? ବହୁତ ସହଜ ଉପାୟରେ ଏବେ ହିଁ ଚେକ କରନ୍ତୁ

ଆମେ ଏଲପିଜି ସିଲିଣ୍ଡର ତ କିଣୁ ଓ ଏହା ମାନିକି ଚାଲୁ ଯେ ସରକାରଙ୍କ ସବ୍ସିଡି ଆମକୁ ମିଳୁଥିବ|କିନ୍ତୁ କ’ଣ ବାସ୍ତବରେ ସବ୍ସିଡି ମିଳୁଛି ନା ନାହିଁ ଆମେ ଚେକ କରୁନାହିଁ ଓ ଏହାର ଅନୁସନ୍ଧାନ କରୁନାହିଁ|ଏଲପିଜି ସିଲିଣ୍ଡର ପୂର୍ବ ମାସରେ ମହଙ୍ଗା ହୋଇଥିଲା ଏଥିରେ ସବ୍ସିଡି ଫଳରେ ସିଲିଣ୍ଡର ମହଙ୍ଗାରୁ ଟିକେ ମୁକ୍ତି ମିଳିଥିଲା|

ଯଦିଓ କାହାକୁ ସବ୍ସିଡି ମିଳୁନାହିଁ ତେଵେ ଏହାର ଅନ୍ୟ କାରଣ ହୋଇପାରେ|ଯଦି ଆପଣଙ୍କୁ ଜଣାନାହିଁ ଯେ ସବ୍ସିଡି ଆପଣଙ୍କ ଏକାଉଣ୍ଟକୁ ଆସୁଛି ନା ନାହିଁ ଏହା ଜାଣିବାକୁ ଏକ ସହଜ ଉପାୟ ରହିଛି|ଏଥିପାଇଁ ଆପଣ ଅନଲାଇନରେ ବହୁ ସହଜରେ ଚେକ କରିପାରିବେ|

ପ୍ରକ୍ରିୟା:

୧: ସର୍ବପ୍ରଥମେ www.mylpg.in ୱେବସାଇଟରେ ଚେକ କରନ୍ତୁ|

୨: ଏହାପରେ ଆପଣଙ୍କୁ ଦକ୍ଷିଣ ପାର୍ଶ୍ଵରେ ତିନିଟି କମ୍ପାନୀର ଗଗ୍ୟାସ ସିଲିଣ୍ଡର ଦେଖାଯିବ|

୩:ଯିଏ ଆପଣଙ୍କୁ ସର୍ଭିସ ଦେଉଛନ୍ତି ତା ଉପରେ କ୍ଲିକ କରନ୍ତୁ

୪: ଏହାପରେ ନୁଆ ଉଇଣ୍ଡୋ ଖୋଲିବ ଯେଉଁଥିରେ ଗ୍ୟାସ ସର୍ଭିସ ପ୍ରୋଭାଇଡର ତଥ୍ୟ ରହିଥିବ

Google

୫: ଡାହାଣ ପାଖର ସାଇନ ଇନ୍ ଓ ନ୍ୟୁ ୟୁଜରର ଅପ୍ସନ ଥିବ,ଏହାକୁ ସିଲେକ୍ଟ କରନ୍ତୁ

୬:ଯଦି ଆପଣଙ୍କ ଆଇଡି ପ୍ରଥମରୁ ଵନିଛି ତେଵେ ସାଇନ ଇନ୍ କରନ୍ତୁ

୭:ଯଦି ଆଇଡି ନାହିଁ ଆପଣଙ୍କୁ ନ୍ୟୁ ୟୁଜର ସିଲେକ୍ଟ କରିବାକୁ ହେବ

୮: ଏହାପରେ ଯେଉଁ ଉଇଣ୍ଡୋ ଖୋଲିବ ତା ଡାହାଣ ପାଖରେ ନ୍ୟୁ ସିଲିଣ୍ଡର ବୁକିଙ୍ଗ ହିଷ୍ଟ୍ରିର ବିକଳ୍ପ ଥିବ ତାକୁ ସିଲେକ୍ଟ କରନ୍ତୁ

୯:ଆପଣ ଜାଣିପାରିବେ ଆପଣଙ୍କୁ ସବ୍ସିଡି ମିଳୁଛି ନା ନାହିଁ

୧୦: ସବ୍ସିଡି ନ ଆସିବା ପରେ ଆପଣ ୧୮୦୦୨୩୩୩୫୫୫ ନମ୍ବରରେ ଅଭିଯୋଗ କରିପାରିବେ

ବହୁ ଲୋକଙ୍କୁ ସରକାର ଏଲପିଜି ସିଲିଣ୍ଡରରେ ସବ୍ସିଡି ଦେଇନଥାଏ,ଏହାର କାରଣ ହୋଇପାରେ ଆଧାର ଲିଙ୍କ ହୋଇନଥିବ|ଅନ୍ୟ କାରଣ ଯେଉଁ ଲୋକଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ସେମାନଙ୍କୁ ସରକାର ସବ୍ସିଡିରୁ ବାହାର କରିଦିଏ ମାନେ ସବ୍ସିଡି ଦିଏ ନାହିଁ|ଯଦି ଆପଣ ଓ ଆପଣଙ୍କ ପତ୍ନୀଙ୍କ ଆୟ ମିଶିକି ବାର୍ଷିକ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ତେବେ ମଧ୍ୟ ସବ୍ସିଡି ମିଳିବନାହିଁ|

ଏବେ ଘରୋଇ ଗ୍ୟାସରେ ସବ୍ସିଡିର ଦର ବହୁତ କମ ରହିଛି|କରୋନା ସମୟରେ ଏହି ସବ୍ସିଡିର ପରିମାଣ ୧୦-୧୨ ଟଙ୍କା ଆସୁଥିଲା ଯଦିଓ ଏକଦା ସବ୍ସିଡିର ପରିମାଣ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା|ଏବେ ଉପଭୋକ୍ତାଙ୍କ ସବ୍ସିଡି ବହୁତ କମ ରହିଛି ଓ ସିଲିଣ୍ଡର ଦାମ ବହୁତ ବଢିଯାଇଛି|

Leave a Reply

Your email address will not be published. Required fields are marked *