ଜାଣନ୍ତୁ କେଉଁଠାରୁ ଟଙ୍କା ଆସିଥାଏ ତାଲିବାନ ପାଖକୁ, ଯାହା ଦ୍ଵାରା ସେ ଅନ୍ୟ ଦେଶ ଉପରେ କବ୍ଜା କରିବା ପାଇଁ ନିଜ ସେନାକୁ ପ୍ରସ୍ତୁତ କରିଥାଏ

ଆଫଗାନିସ୍ତାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି | ଯାହାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକଟ କରାଯାଇଛି | ଆଜ୍ଞା ହଁ, ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଚିନ୍ତା ପ୍ରକଟ କରିଛନ୍ତି ଯେ ଆଫଗାନିସ୍ତାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି | ସେ ତାଲିବାନକୁ ତୁରନ୍ତ ଆକ୍ର-ମଣକୁ ରୋକିବାପାଇଁ କହିଛନ୍ତି |

ଏହାବ୍ୟତୀତ ସେ କହିଛନ୍ତି ଯେ ସାମରିକ ଶକ୍ତି ମାଧ୍ୟମରେ ଶକ୍ତି ଛଡ଼ାଇବା ଏକ ବି-ଫ-ଳ ପଦକ୍ଷେପ ଅଟେ ଏବଂ ଏହା କେବଳ ଦୀର୍ଘସ୍ଥାୟୀ ଗୃହଯୁ-ଦ୍ଧ ଏବଂ ଯୁ-ଦ୍ଧ ଦ୍ୱାରା ସମ୍ପୃକ୍ତ ଦେଶକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିପାରେ | କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ “ଆଫଗାନିସ୍ତାନର ଝିଅମାନଙ୍କ ଏବଂ ମହିଳାଙ୍କ ସହିତ ଲଗାତାର ବ୍ୟବହାର ଭ-ୟଙ୍କର ଏବଂ ହୃଦୟ ବିଦା-ରକ ଅଟେ |”

ଆଜ୍ଞା ହଁ, ଏହା ତ ଆପଣ ସମସ୍ତେ ଜାଣିଥିବେ ଯେ ତାଲିବାନ ବହୁତ ଦ୍ରୁତ ଗତିରେ ଆଫଗାନିସ୍ତାନରେ ପାଦ ପକାଇ ଚାଲିଛି ଏବଂ କୁହାଯାଉଛି ଯେ ଆସନ୍ତା ତିନି ମାସ ମଧ୍ୟରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ ଉପରେ କବଜା କରିନେବ | ତାଲିବାନ ୧୨ଟି ରାଜ୍ୟର ରାଜଧାନୀ ଉପରେ ନିୟ-ନ୍ତ୍ରଣ କରିନେଇଛି ଏବଂ ଦେଶର ଅନେକ ରାଜ୍ୟର ନେତାମାନଙ୍କୁ ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ବ-ନ୍ଦୀ ମଧ୍ୟ କରି ନେଇଛନ୍ତି |

କିନ୍ତୁ ଗୋଟିଏ କଥା ଦେଖିବାକୁ ଗଲେ ୨୦୨୧ର ତାଲିବାନ ୧୯୯୦ର ଦଶକ ସେସର ତାଲିବାନଠାରୁ ବହୁତ ଅଲଗା ଦେଖାଯାଉଛି | ତାଲିବାନ ତରଫରୁ ଯେଉଁ ଭିଡିଓ ଜା-ରି କରାଯାଇଥାଏ ଏବଂ ଅଲଗା ଅଲଗା ମିଡ଼ିଆ ଦ୍ୱାରା ତାଲିବାନକୁ ଯେଉଁ ଭିଡିଓ ଫୁଟେଜ ମିଳିଥାଏ, ସେଥିରୁ ସ୍ପଷ୍ଟ ଭାବରେ ଦେଖାଯାଏ ଯେ ତାଲିବାନ ନେତାମାନଙ୍କ ବେଶଭୂଷା ଏବଂ କାର୍ଯ୍ୟ କରିବାର ଶୈଳୀରେ ମଧ୍ୟ ପୂର୍ବ ଅପେକ୍ଷା ବହୁତ ଅଧିକ ପରିବର୍ତ୍ତନ ହୋଇଛି |

କେତେ ବଦଳିଯାଇଛି ତାଲିବାନ ?

କୁହାଯାଉଛି ଯେ ତାଲିବାନକୁ ନେଇ ଯେଉଁ ରି-ପୋ-ର୍ଟ ମିଳୁଛି ଏବଂ ଯେଉଁ ଭିଡିଓ ଫୁଟେଜ ସାମ୍ନାକୁ ଆସୁଛି, ସେଥିରୁ ଜଣାପଡୁଛି ଯେ ତାଲିବାନ ପାଖରେ ଅତ୍ୟାଧୁନିକ ହ-ତିଆ-ର ରହିଛି ଏବଂ ସେମାନଙ୍କ ପାଖରେ ଏସୟୁଭି ଗାଡି ମଧ୍ୟ ରହିଛି | ତାଲିବାନର ଯୁବକମାନେ ଜେନ ପୋଷାକ ପିନ୍ଧନ୍ତି, ସେଗୁଡିକ ନୁଆଁ ଅଟେ ଏବଂ ବହୁତ ସଫା ମଧ୍ୟ ଦେଖାଯାଉଛି | କିନ୍ତୁ ପୁରୁଣା ତାଲିବାନର ବେଶଭୂଷା ମଧ୍ୟ ପୁରୁଣା ଥିଲା ଏବଂ ସେମାନଙ୍କର ବସବାସ ମଧ୍ୟ ବର୍ତ୍ତମାନ ଠାରୁ ବହୁତ ପୁରୁଣା ଥିଲା |

ତେବେ ଦେଖିବାକୁ ଗଲେ ବିଚା-ରଧା-ରା ସ୍ତରରେ ତାଲିବାନର ଭାବନାରେ ବର୍ତ୍ତମାନ ମଧ୍ୟ ବହୁତ ପୁରୁଣା ତାଲିବାନ ଭଳି ରହିଛି ଏବଂ ମହିଳାମାନଙ୍କୁ ନେଇ ତାଲିବାନର ବି-ଚାର ବହୁତ ଖତ-ରନା-କ ରହିଛି, କିନ୍ତୁ ୨୦୨୧ ର ତାଲିବାନରେ ୧୯୯୦ ର ତାଲିବାନ ପରି ପାଗଳପଣ ଦେଖାଯାଉନାହିଁ | ତାଲିବାନର ଯୁବାମାନେ ବର୍ତ୍ତମାନ ଅନୁଶାସିତ ଦେଖାଯାଉଛନ୍ତି ଏବଂ ଏପରି ଲାଗୁଛି ଯେ ସେମାନଙ୍କୁ ବହୁତ ଭଲ ଟ୍ରେନିଂ ଦିଆଯାଇଛି ଏବଂ ସେମାନେ ଆତ୍ମବିଶ୍ୱାସ ସହିତ ସାହସୀ ଦେଖାଯାଉଛନ୍ତି ଏବଂ ସେମାନେ ଆତ୍ମବିଶ୍ୱାସର ସହିତ କାହିଁକି ଦେଖାଯିବେ ନାହିଁ, କାରଣ ତାଙ୍କ ଭଣ୍ଡାରରେ ଯେହେତୁ ଟଙ୍କା ଭରପୁର ରହିଛି |

୨୦୧୬ ରେ ପଞ୍ଚମ ନମ୍ବରରେ ଥିଲା ତାଲିବାନ :-

ତେବେ ଏପରି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ତାଲିବାନ ପାଖରେ କେତେ ଟଙ୍କା ଅଛି ଏବଂ ଏହି ଟଙ୍କା କେଉଁଠାରୁ ଆସିଥାଏ ? କୁହାଯାଉଛି ଯେ ୨୦୧୬ ରେ ଫୋବର୍ସ ପତ୍ରିକା ଦୁନିଆର ସବୁଠାରୁ ଧନୀ ଆତ-ଙ୍କବା-ଦୀ ସଂଗଠନଗୁଡିକର ଲି-ଷ୍ଟ ଜା-ରି କରିଥିଲା, ଯେଉଁଥିରେ ତାଲିବାନକୁ ପଞ୍ଚମ ସବୁଠାରୁ ଧନୀ ଆ-ତ-ଙ୍କବାଦୀ ସଂଗଠନ ବୋଲି କୁହାଯାଇଥିଲା | ସେହି ସମୟରେ ଆ-ତ-ଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସବୁଠାରୁ ଧନୀ ଆ-ତ-ଙ୍କବାଦୀ ସଂଗଠନ କୁହାଯାଇଥିଲା ଏବଂ ତାର ସମ୍ପତ୍ତି ପ୍ରାୟ ୨ ଅରବ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଥିଲା |

ତାଲିବାନର ସମ୍ପତି :-

ସେହିପରି ଫୋବରସ ନିଜ ରି-ପୋ-ର୍ଟରେ କହିଥିଲା ଯେ ତାଲିବାନ ପାଖରେ ଟଙ୍କା ରୋଜଗାର କରିବାର ମୂଳ ଉତ୍ସ ହେଉଛି ନି-ଶାଦ୍ର-ବ୍ୟ କାରବାର, ସୁ-ର-କ୍ଷା ଯୋଗାଇବା ନାମରେ ଚୋରା ଚାଲାଣ, ବିଭିନ୍ନ ଉଗ୍ରବାଦୀ ସଂଗଠନରୁ ମିଳୁଥିବା ଦାନ ଏବଂ ସେହି ଅଂଚଳରୁ ସଂଗ୍ରହ କରାଯାଇଥିବା ଧନ ଥିଲା, ଯେଉଁଠାରେ ତାଲିବାନର ନିୟ-ନ୍ତ୍ରଣ ଥିଲା | ଫୋର୍ବସ ୪୦୦ ମିଲିୟନ ବାର୍ଷିକ ‘ବାଣିଜ୍ୟ’ର ଏହି ରି-ପୋ-ର୍ଟ ୨୦୧୬ରେ ପ୍ରକାଶ କରିଥିଲା ​​ଏବଂ ସେହି ସମୟରେ ତାଲିବାନ ବହୁତ ଦୁର୍ବଳ ଥିଲା ଏବଂ ତା ପାଖରେ କେବଳ କିଛି ଛୋଟ ଅଞ୍ଚଳ ଉପରେ ନିୟ-ନ୍ତ୍ରଣ ଥିଲା | କିନ୍ତୁ ବର୍ତ୍ତମାନ ତାଲିବାନର ନିୟ-ନ୍ତ୍ରଣ ଆଫଗାନିସ୍ତାନର ଅନେକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ସହର ଉପରେ ରହିଛି ଏବଂ ତାର ସମ୍ପତ୍ତିରେ ବହୁତ ଅଧିକ ପରିମାଣରେ ବୃଦ୍ଧି ହୋଇଛି |

Leave a Reply

Your email address will not be published. Required fields are marked *