ଶ୍ରାବଣ ମାସରେ ସ୍ଵାମୀ-ସ୍ତ୍ରୀ ରହିପାରିବେ ସାଥୀରେ,ସେଥିପାଇଁ ସ୍ଵାମୀଙ୍କର ଟ୍ରାନ୍ସଫର ହେଲା ଶ୍ଵଶୁର ଘର ପାଖକୁ, ଜାଣନ୍ତୁ ସମ୍ପୂର୍ଣ କାହାଣୀ…

ଭାରତ ଏକ ଏମିତି ଦେଶ ଅଟେ ଯେଉଁଠି ବିବିଧ ପ୍ରକାରର ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ ବିବାହ ସହ ଜଡିତ ଅଲଗା ଅଲଗା କ୍ଷେତ୍ରରେ ଅଲଗା ଅଲଗା ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ। ଜଣାଇଦେଉଛୁକି ରାଜସ୍ଥାନରେ ବିବାହ ସହ ଜଡିତ ଏକ ପରମ୍ପରା ଅଛି, ବିବାହ ପରେ ଆସୁଥିବା ଶ୍ରାବଣ ମାସରେ ଶାଶୁ-ବୋହୂକୁ ଏକ ସାଥିରେ ରହିବା ଉଚିତ ନୁହେଁ। ଶୁଣିବାରେ ଏହି ପରମ୍ପରା ଅଜୀବ ଲାଗିପରେ, କିନ୍ତୁ ପରମ୍ପରା ଅଛି ଓ ଏହାକୁ ଏଥିପାଇଁ ତିଆରି କରାଯାଏକି ସମାଜ ଏହାର ପାଳନ କରୁ।

ଏମିତିରେ ନବବିବାହିତାଙ୍କ ପ୍ରଥମ ଶ୍ରାବଣ ନିଜର ଶ୍ଵଶୁର ଘରେ ପରିବର୍ତ୍ତେ ବାପଘରେ ବିତାଇବାକୁ ପଡେ। ଏହି ପରମ୍ପରାରେ ନବବିବାହିତା ଯୋଡି ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି, ଯେଉଁମାନଙ୍କର ବିବାହର କିଛି ଦିନ ପରେ ଶ୍ରାବଣ ମାସ ଲାଗିଯାଏ। ଏଥର ଶ୍ରାବଣ ମାସରେ ମଧ୍ୟ ଏକ ଯୋଡି ଚର୍ଚ୍ଚାରେ ଅଛି, ଯାହାର ଏହି ନିକଟରେ ବିବାହ ହୋଇଥିଲା।

ଜଣାଇଦେଉଛୁକି ଶ୍ରାବଣ କାରଣରୁ ନବବିବାହିତା ଏକ ମାସ ପାଇଁ ନିଜର ପିହର ଚାଲିଯାନ୍ତି। ଏମିତିରେ ବର୍ତ୍ତମାନ ଏହି ପରମ୍ପରାକୁ ଭାଙ୍ଗି ରାଜସ୍ଥାନ ଲୋକ ଅନ୍ୟ ଦିଗରେ ବଢି ଚାଲିଛନ୍ତି। ସେମିତିରେ ମଧ୍ୟ ସେହି ପରମ୍ପରା କଣ ଯାହା ସମୟ ଅନୁସାରେ ପରିବର୍ତ୍ତନ ନ ହେବ। ଏମିତିରେ ନବବିବାହିତା ଯୋଡିର ଏହି ଶ୍ରାବଣ ମାସର ସମୟ ରାଜସ୍ଥାନର ଚୁରୁ ଜିଲ୍ଲାରେ ଗଜବ ସମାଧାନ ବାହାର କରିଛି, ଯେଉଁଠି ବିବାହ ପରେ ଶ୍ରାବଣରେ ଶାଶୁ-ବୋହୂ ସାଥିରେ ରୁହନ୍ତି ନାହିଁ କି ପରମ୍ପରାର ପାଳନ ମଧ୍ୟ ହୁଏ ଓ ନବବିବାହିତା ଯୋଡି ସହିତ ମଧ୍ୟ ରହିପାରନ୍ତି।

ସୋସିଆଲ ମିଡିଆରେ ଚୁରୁ ଜନ ସ୍ୱାସ୍ଥ୍ୟ ଏବଂ ଅଭିୟାନ୍ତ୍ରିକି ବିଭାଗର ସହାୟଜ ଅଭିୟନ୍ତା ରାଜେନ୍ଦ୍ର ସିଂ ବାଗୋରିୟାଙ୍କର ତାଙ୍କର ଶ୍ଵଶୁର ଘରେ ଦାବି ରହିଛିକି ତାଙ୍କର ଶ୍ଵଶୁର ଘରକୁ ପରିବର୍ତ୍ତନ କରିଦିଆଯାଉ। ଏହି ଭାଇରାଲ ସନ୍ଦେଶର ପୃଷ୍ଟି ନ୍ଯୁଜ ଟ୍ରେଣ୍ଡ ଦ୍ଵାରା କରାଯାଇ ନାହିଁ କିନ୍ତୁ ଏହି ଭାଇରାଲ ସନ୍ଦେଶର ମାଧ୍ୟମରେ ଏହା ଜରୁରୀ ବୁଝାଯାଉଛି। କେମିତି ପରମ୍ପରାକୁ ମଧ୍ୟ ଜୀବିତ ରଖିବାର ପ୍ରୟାସ କରାଯାଉଛି ଓ ସ୍ଵାମୀ-ସ୍ତ୍ରୀ ସାଥୀରେ ରହିପାରିବେ। ଏହାର ଧ୍ୟାନ ମଧ୍ୟ ରଖାଯାଉଛି।

ସହାୟକ ଅଭିୟନ୍ତା ଲଲାନିୟାଙ୍କ କାର୍ଜ୍ଯାଳୟ ଦ୍ଵାରା ଜାରି କରାଯାଇଥିବା ଆଦେଶରେ ଲେଖା…

ଜଣାଇଦେଉଛୁକି ୨୭ ଜୁଲାଇ ୨୦୨୧ରେ ଜାରି କରାଯାଇଥିବା ଆଦେଶରେ ଲେଖା ହୋଇଛିକି,”ନିକଟ ଅତୀତରେ ସମ୍ପନ୍ନ ହେବା ଓ ପ୍ରଥମ ଶ୍ରାବଣ ମାସରେ ଲାଗିବାକୁ ଯାଉଥିବା ସ୍ତ୍ରୀଙ୍କର ପିହର ଗାଁ ଢିଘାରଳା ଚାଲିଯିବା କାରଣରୁ କନିଷ୍ଠ ଅଭିୟନ୍ତା ରାଜେନ୍ଦ୍ର ସିଂ ବାଗୋରିୟାଙ୍କ କଷ୍ଟକୁ ସଂଜ୍ଞାନରେ ନେଇ ସେ ଆଦେଶ କରିଥିଲେକି ଶ୍ରବଣ ମାସ ପର୍ଯ୍ଯନ୍ତ ଆପଣ ନିଜର ଆଗାମୀ ଡ୍ଯୁଟି ରାମସରା ଟିବ୍ବା କଲଷ୍ଟରରେ ଦେବେ। ଏହି ସମୟରେ ଆପଣଙ୍କ ମୁଖ୍ୟାଳୟ ଗ୍ରାମ ଢିଘାରିଲା ରହିବ। ଆପଣ ପ୍ରତିଦିନ ଉକ୍ତ କଲଷ୍ଟରରେ ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟର ରିପୋର୍ଟ ଅଧହସ୍ତାକ୍ଷରକର୍ତ୍ତାକୁ ଦେବେ।”

ଅଭିୟନ୍ତା ଆଦେଶକୁ କହିଲେ ନକଲି…”:-

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଆଦେଶକୁ ପିଏଚଇଡିର ଅଭିନେତା ନକଲି କହିଲେ। ମିଡିଆ ସହ କଥାବାର୍ତ୍ତ ସାମୟରେ ଲଲାନିୟା ସହାୟକ ଅଭିୟନ୍ତା ଦେବୀଲାଲ ବାନା କୁହନ୍ତିକି ଏହି ଆଦେଶ ନକଲି ଅଟେ। ତାଙ୍କର କାର୍ଜ୍ଯାଳୟରେ ଏହି ସମ୍ବନ୍ଧରେ କୌଣସି ଆଦେଶ ଜାରି ହୋଇନାହିଁ ଓ ଆଦେଶ ପତ୍ରରେ ଥିବା ହସ୍ତାକ୍ଷର ତାଙ୍କର ମଧ୍ୟ ନୁହେଁ। ଏହା କାହାର କାରନାମା ଅଟେ, ଯାହାର ତଦନ୍ତ କରାଯିବା ଉଚିତ।

ଜେଇଏନ କହିଲେକି ମୋର ପରିଚୟ ନଷ୍ଟ ହେଉଛି…:-

ଏହା ବ୍ଯତୀତ ଏହି ସମ୍ବନ୍ଧରେ କନିଷ୍ଠ ଅଭିୟନ୍ତା ରାଜେନ୍ଦ୍ର ସିଂ ବାଗୋରିୟା କହିଲେକି ନକଲି ଆଦେଶ କାରଣରୁ ତାଙ୍କର ଛବି ନଷ୍ଟ ହେଉଅଛି। ତାରାନଗର ପୋଲିସକୁ ଅଭିଯୋଗ କରିଛନ୍ତି। ଏହା ସହିତ ବିଭାଗୀୟ ସ୍ତରରେ ଯାଞ୍ଚ କରାଯାଉଛିକି ତାଙ୍କ ବଦଳରେ ନକଲି ଆଦେଶ କେଉଁଠୁ ଆସିଲା।

ଏତିକି ନୁହେଁ ରାଜେନ୍ଦ୍ର ସିଂ ବାଗୋରିୟା ଏହି ମାମଲାରେ ତର୍କ ଦେଇ କହିଲେକି ତାଙ୍କର ବିବାହ ଦେଢ ବର୍ଷ ପୂର୍ବେ ହୋଇଥିଲା। ଅର୍ଥାତ ବିବାହ ପରର ପ୍ରଥମ ଶ୍ରାବଣ ଗତ ବର୍ଷ ବିତିଯାଇଛି। ଏମିତିରେ ବର୍ତ୍ତମାନ ଜୁଲାଇ ୨୦୨୧ରେ ଜାରି ଏହି ଆଦେଶ ସମ୍ପୂର୍ଣ ରୂପେ ନକଲି ଅଟେ। ରାଜେନ୍ଦ୍ର ସିଂ ନିଜର ବିବାହର ତାରିଖ ପ୍ରକାଶ କରିଲେ ନାହିଁ। ବର୍ତ୍ତମାନ ଏଠାରେ ଯାଞ୍ଚର ବିଷୟ ହେଉଛିକି ଆଦେଶ ନକଲି କିମ୍ବା ସହାୟକ ଅଭିୟନ୍ତା ବାନା ଓ କନିଷ୍ଠ ଅଭିୟନ୍ତା ରାଜେନ୍ଦ୍ର ସିଂଙ୍କର ତର୍କ। ଏହା ଯାଞ୍ଚ ପରେ ଜଣାପଡିଯିବ, କିନ୍ତୁ ଏକ କଥା ନିର୍ଦ୍ଧିଷ୍ଟକି ଏହି ପରମ୍ପରା ବହୁତ ଖାସ ଅଟେ ଓ ବହୁତ ଖାସ ଏହି ପରମ୍ପରାରୁ ଲୋକମାନେ ବଞ୍ଚିବାକୁ ଚାହୁଞ୍ଚନ୍ତି। ଏହି କଥାରେ କେହି ରାୟ ଦେଉନାହାନ୍ତି।

Leave a Reply

Your email address will not be published.