ଭାରତ ବନାମ ଇଂଲଣ୍ଡ :ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ବାହାର କର,ଆଉ ରାହୁଲଙ୍କୁ ଅଧିନାୟକ କର,ନହେଲେ ମୁଁ ଖେଳ ଦେଖିବି ନାହିଁ

ଭାରତୀୟ ଅଧିନାୟକ ବିରାଟ କୋହଲି ଲଗାତାର ଖରାପ ଫର୍ମରେ ଚାଲୁଛନ୍ତି। ଲମ୍ବା ସମୟ ହେବ ତାଙ୍କ ବ୍ୟାଟରୁ କୌଣସି ଶତକ ବାହାରି ନାହିଁ। ଇଂଲଣ୍ଡ ବିପକ୍ଷରେ ଚାଲୁଥିବା ଦ୍ଵିତୀୟ ଟେଷ୍ଟରେ ମଧ୍ୟ ବିରାଟ ଜଲଦି ଆଉଟ ହୋଇଯାଇଥିଲେ। ଏହାପରେ ତାଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା।

ଜଲଦି ଆଉଟ ହୋଇଗଲେ ବିରାଟ କୋହଲି:-

ଲର୍ଡ୍ସ ମୈଦାନରେ ଖେଳଯାଉଥିବା 5 ମ୍ୟାଚ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚରେ ପୁଣିଥରେ କୋହଲି ସମସ୍ତଙ୍କୁ ନିରାଶ କରିଛନ୍ତି। ବିରାଟ ଦ୍ଵିତୀୟ ପାଳିରେ କେବଳ 20 ରନ କରି ଆଉଟ ହୋଇଯାଇଥିଲେ। ପ୍ରଥମ ପାଳିରେ ମଧ୍ୟ ଏକ ଭଲ ପାଳି ପରେ କୋହଲି ମାତ୍ର 42 ରନ ହିଁ କରି ପାରିଥିଲେ। ଏହାସହ ଫ୍ୟାନ୍ସଙ୍କୁ ପୁଣି ଆଉ ଏକ ବଡ଼ ପାଳିର ଅପେକ୍ଷାରେ ରହିବାକୁ ପଡ଼ିବ।

ବିରାଟ କୋହଲିଙ୍କୁ ଫ୍ଲପ ହେଉଥିବାର ଦେଖି ଫିଲ୍ମ କ୍ରିଟିକ କେଆରକେ ଏକ ବିବାଦିତ ଟ୍ୱିଟ କରି ଦେଇଛନ୍ତି। ସାଧାରଣତଃ ବଲିଉଡ଼ କୁ ନେଇ ଚର୍ଚ୍ଚା କରୁଥିବା କେଆରକେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଟ୍ୱିଟରେ କହିଛନ୍ତି, ଭାରତୀୟ ଦଳର ଅଧିନାୟକ ବଦଳାଇବା ଆବଶ୍ୟକ। ବିସିସିଆଇ ଯେଉଁ ପର୍ଯ୍ୟନ୍ତ କେଏଲ ରାହୁଲଙ୍କୁ ଅଧିନାୟକ ବନାଇ ନାହାଁନ୍ତି ସେପର୍ଯ୍ୟନ୍ତ ମୁଁ ଖେଳ ଦେଖିବିନାହିଁ। ଏଥିସହ ସେ କହିଥିଲେ, ରୋହିତ ଶର୍ମା ମଧ୍ୟ ଅଧିନାୟକ ହେଲେ ଚଳିବ।

ଦୁଇବର୍ଷ ହେବ ଶତକର ଅପେକ୍ଷାରେ:-

ବିରାଟଙ୍କ ଫ୍ୟାନ୍ସ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ପ୍ରାୟ ଦୁଇବର୍ଷ ହେବ ଅପେକ୍ଷାରେ ରହିଛନ୍ତି। ଏକଦା ସମୟ ଥିଲେ ଶତକ ମାରିବାରେ ପ୍ରସିଦ୍ଧ ବିରାଟ ଆଜି ଏହିପରି ଫର୍ମରେ ଅଛନ୍ତି। ସେ ନିଜର ଶେଷ ଶତକ 2019 ମସିହାରେ ଲଗାଇଥିଲେ। ଟେଷ୍ଟ ବ୍ୟତୀତ ମଧ୍ୟ ବିରାଟ ଅନ୍ୟ ଫର୍ମାଟରେ ମଧ୍ୟ ଶତକ ମାରିନାହାନ୍ତି।

Leave a Reply

Your email address will not be published. Required fields are marked *