କିଏ ହେବ ଭାରତୀୟ ଦଳର ପରବର୍ତ୍ତୀ କୋଚ?

ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କର ଦ୍ଵିତୀୟ କାର୍ଯ୍ୟକାଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି ୨୦ ଚାମ୍ପିଅନ ସିପ ପରେ ଶେଷ ହେବାକୁ ଯାଉଛି। ଆଉ ପରେ ବିସିସିଆଇ ନୂଆ କୋଚ କୁ ନିଯୁକ୍ତି କରିବେ। ଶାସ୍ତ୍ରୀ ଙ୍କ ପରେ କିଏ ଭାରତୀୟ ଦଳର କୋଚ ହେବେ ସେ ନେଇ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହେଲାଣି। ଆସନ୍ତୁ ନଜର ପକାଇବା କେଉଁ ସବୁ ବ୍ୟକ୍ତି ଭାରତୀୟ ଦଳର କୋଚ୍ ପାଇଁ ଦାବିଦାର ଅଛନ୍ତି।

ଟମ ମୁଢି :-

ପୂର୍ବତନ କ୍ରିକେଟର ଟମ ମୁଡି ବିଶ୍ୱର ସର୍ବଶ୍ରେଷ୍ଠ କୋଚ ଭାବରେ ପରିଚିତ। ଟମ ମୁଡି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳର କୋଚ ରହିଛନ୍ତି। ସେ ହାଇଦ୍ରାବାଦକୁ ୨୦୧୬ ମସିହାରେ ଆଇପିଏଲରେ ଚାମ୍ପିଅନ କରାଇଥିଲେ।

ମହେଲା ଜୟବର୍ଦ୍ଧନ :-

ଶ୍ରୀଲଙ୍କା ଦଳର ପୂର୍ବତନ ବ୍ୟାଟସମ୍ୟାନ ମହେଲା ଜୟବର୍ଦ୍ଧନ ଆଜି କାଲି କୋଚିଂ ଦେଉଛନ୍ତି। ସେ ଇଂଲଣ୍ଡ କ୍ରିକେଟ ଦଳରେ ବ୍ୟାଟିଂର କୋଚ ମଧ୍ୟ ରହିସାରିଛନ୍ତି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ମଧ୍ୟ ଜୟବର୍ଦ୍ଧନ ନେଇଥିଲେ ।

ମାଇକ ହାସନ :-

ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଖେଳାଳି ମାଇକ ହାସନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେ ଭାରତୀୟ ଦଳର କୋଚ ପାଇଁ ସବୁଠାରୁ ଅଧିକ ଦାବିଦାର ଅଟନ୍ତି। ସେ ନ୍ୟୁଜିଲାଣ୍ଡ ଦଳରେ ଏକ ପ୍ରକାର ବିପ୍ଳବ ଆଣିଥିଲେ। ଆଉ ଏବେ ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଡାଇରେକ୍ଟର ଅଫ ଅପରେସନ୍ସରେ ଅଛନ୍ତି।

ଭିଭିଏସ ଲକ୍ଷ୍ଣଣ :-

ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ଣଣ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ସେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବଦ ଦଳକୁ ପରାମର୍ଶ ଦେଇଥାନ୍ତି। ତାଙ୍କୁ କ୍ରିକେଟ ଦୁନିଆର ଭେରି ସ୍ପେଶାଲ ମଧ୍ୟ କୁହାଯାଏ ।

ରାହୁଲ ଦ୍ରାବିଡ :-

ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ୍ ହେବା ରେସରେ ସବୁଠାରୁ ଆଗରେ ରହିଛନ୍ତି। ଅବସର ନେବା ପରେ ମଧ୍ୟ ସେ ଲଗାତର ଭାବରେ ଯୁବ ଖେଳାଳିଙ୍କ ପାଇଁ କାମ କରୁଛନ୍ତି। ସେ ଅଣ୍ଡର ୧୯ ଖେଳାଳିଙ୍କୁ କୋଚିଂ ଦେଇଥାନ୍ତି। ଦ୍ରାବିଡ ନ୍ୟାଶନାଲ କ୍ରିକେଟ ଏକାଡେମୀର ଡାଇରେକ୍ଟର ମଧ୍ୟ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ନିକଟରେ ସାରିଥିବା ଦିନିକିଆ ଟି ୨୦ ସିରିଜରେ ତାଙ୍କୁ କୋଚ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.