ଦେଖନ୍ତୁ ଭିଡ଼ିଓ : ପିଲାମାନେ ଚଲାଇଲେ ଦେଶୀ ସୁପର ବାଇକ, ଭିଡିଓ ଦେଖି ଲୋକ କହିଲେ – ପ୍ରଫେସନାଲ ଭଳି ଲାଗୁଛି ଏମାନଙ୍କ ଷ୍ଟାଇଲ

ସୋସିଆଲ ମିଡ଼ିଆ ଦୁନିଆରେ ଆପଣଙ୍କୁ କେବେ, କଣ ଦେଖିବାକୁ ମିଳିଯିବ କେହି କହିପାରିବେ ନାହିଁ ? ୟୁଜର୍ସ ଗୋଟିଏରୁ ଆଉ ଗୋଟିଏ ମଜାଳିଆ ଭିଡିଓ ସେୟାର କରିଥାନ୍ତି, ଯାହାକୁ ଦେଖି ଲୋକଙ୍କର ମନୋରଞ୍ଜନ ମଧ୍ୟ ହୋଇଥାଏ | ସେହିପରି, କିଛି ମାମଲା ଏପରି ମଧ୍ୟ ହୋଇଥାଏ ଯାହାକୁ ଲୋକମାନେ ବାରମ୍ବାର ଦେଖିଥାନ୍ତି | ବିଶେଷକରି, ‘ଯୁଗାଡ଼ ଟେକ୍ନୋଲୋଜି’ ରୁ ତିଆରି କରାଯାଇଥିବା ଜିନିଷକୁ ବହୁତ ପସନ୍ଦ କରାଯାଇଥାଏ | ଏହାର ଅନେକ ଭିଡିଓ ଖୁବ ଭାଇରଲ ହୋଇଥାଏ | ଏହି ପରିପ୍ରେକ୍ଷୀରେ ଯୁଗାଡ଼ର ଆଉ ଏକ ଭିଡିଓ ସେୟାର କରାଯାଇଛି, ଯାହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି |

ଏହା ତ ଆମେ ସମସ୍ତେ ଜାଣିଛନ୍ତି ଯେ ଯୁଗାଡ଼ର ବ୍ୟବହାର କରି ଲୋକମାନେ ବହୁତ ମଜାଳିଆ ଜିନିଷ ତିଆରି କରିଥାନ୍ତି | ଅନେକଥର ତ ବଡ଼ ବଡ଼ ସେଲିବ୍ରେଟି ସେମାନଙ୍କର ଫ୍ୟାନ ହୋଇଯାନ୍ତି | ନିକଟରେ ଏପରି ଏକ ଭିଡିଓ ଭାଇରଲ ହେଉଛି | ଯେଉଁଥିରେ ପିଲାମାନେ କାଠ ସାହାଯ୍ୟରେ ସୁପର ବାଇକ ତିଆରି କରିଛନ୍ତି ଏବଂ ବହୁତ ମଜାରେ ଚଳାଉଛନ୍ତି |

ଭିଡିଓରେ ଆପଣ ଦେଖିପାରିବେ ଯେ ପିଲାମାନେ ରେସିଙ୍ଗ ପାଇଁ ପଡିଆରେ ପ୍ରସ୍ତୁତି ହୋଇଛନ୍ତି | ଯାହା ଉପରେ ଦେଶୀ ଯୁଗାଡ଼ ଦ୍ୱାରା ତିଆରି ହୋଇଥିବା ଦେଶୀ ସୁପର ବାଇକର ଖୁବ ମଜା ନେଉଛନ୍ତି | ସେମାନଙ୍କୁ ଦେଖି ଏପରି ଲାଗୁଛି ଯେପରି ସେମାନେ ପ୍ରଫେସନାଲ ରେସର ଏବଂ ସେମାନଙ୍କ ଆକ୍ସନ ମଧ୍ୟ ପ୍ରସିଦ୍ଧ ରେସରଙ୍କ ଭଳି ଲାଗୁଛି |

ଏଠାରେ ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by THE ADVENTURE FOR BIKES (@bigbullbikes)

ଭିଡିଓ ଦେଖି ଆପଣ ମଧ୍ୟ ଭାବୁଥିବେ ଯେ ପିଲାମାନେ ତ ଚମତ୍କାର ଯୁଗାଡ଼ କରିଛନ୍ତି | ତେବେ ସେହି ରାସ୍ତାରେ ଲୋକମାନେ ପିଲାମାନଙ୍କର ବାଇକକୁ ହିଁ ଦେଖୁଛନ୍ତି ଏବଂ ଭିଡିଓରେ ମଜାଳିଆ କମେଣ୍ଟ ଦେଉଛନ୍ତି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘bigbullbikes’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ସେହିପରି କିଛି ଲୋକ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି | ଏହି ଯୁଗାଡ଼ ବିଷୟରେ ଆପଣ କଣ କହିବେ, କମେଣ୍ଟ କରି କହିପାରିବେ |

Leave a Reply

Your email address will not be published. Required fields are marked *