ପୁଣି ଭାଇରଲ ହେଲା ରାନୁ ମଣ୍ଡଲଙ୍କ ଭିଡିଓ, ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପୁଛି ଏହି ଭିଡ଼ିଓ,ଦେଖନ୍ତୁ ଭିଡ଼ିଓ

ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ପିଲା ସହଦେଵ ଦୀରଦୋଙ୍କ ନିଶା ଖେଳିଯାଇଛି | ପିଲାଟିର ଭିଡିଓ ଏତେ ଭାଇରଲ ହେଲା ଯେ ବାଦଶାହ ମଧ୍ୟ ତାକୁ ନେଇ ‘ବଚପନ କା ପ୍ୟାର’ ଗୀତ ରିଲିଜ କରିଦେଲେ | ବଡ଼ ବଡ଼ ଷ୍ଟାର ମଧ୍ୟ ଏହି ପିଲାକୁ ପ୍ରଶଂସା କଲେ ଏବଂ ତାର ଭାଇରଲ ଭିଡିଓରେ ରିଲସ କଲେ | କିନ୍ତୁ ବର୍ତ୍ତମାନ ଦୁଇ ବର୍ଷ ପୂର୍ବେ ଇଣ୍ଟରନେଟ ସେନ୍ସେସନ ହୋଇ ଉଭା ହୋଇଥିବା ରାନୁ ମଣ୍ଡଲ ମଧ୍ୟ ସହଦେଵଙ୍କ ଗୀତକୁ ଗୁଣୁଗୁଣୁ ହୋଇ ଗାଉଥିବାର ଦେଖାଯାଉଛି | ତାଙ୍କ ଭିଡିଓ ମଧ୍ୟ ବହୁତ ଭାଇରଲ ହେଉଛି |

ରାନୁ ମଣ୍ଡଲଙ୍କଠାରେ ପୁଣିଥରେ ପ୍ରଭାବିତ ହେଲେ ଲୋକମାନେ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Sacred Adda (@sacredadda)

ବାସ୍ତବରେ, ଇନ୍ସଟାଗ୍ରାମରେ Sacred Adda ନାମକ ଏକ ଆକାଉଣ୍ଟରୁ ରାନୁ ମଣ୍ଡଲଙ୍କର ଗୋଟିଏ ତାଜା ଭିଡିଓ ସେୟାର କରାଯାଇଛି | ଏଥିରେ ଜଣେ ବ୍ୟକ୍ତି କଲର ମାଇକ ସହିତ ରାନୁଙ୍କ ଗୀତକୁ ରେକର୍ଡିଙ୍ଗ କରୁଥିବାର ଦେଖାଯାଉଛନ୍ତି | ଏଠାରେ ରାନୁ ମଣ୍ଡଲ ଝରକା ପାଖରେ ଠିଆ ହୋଇଛନ୍ତି ଏବଂ ଏହି ସମୟର ସୁପରହିଟ ଗୀତ ‘ବଚପନ କା ପ୍ୟାର’ ଗାଉଥିବାର ଦେଖାଯାଉଛନ୍ତି | ରାନୁଙ୍କ ଫ୍ୟାନ୍ସ ପୁଣିଥରେ ତାଙ୍କ ସ୍ୱରର ଦିବାନା ହେଉଛନ୍ତି ଏବଂ ତାଙ୍କୁ ପ୍ରଶଂସା କରୁଛନ୍ତି |

ବାଦଶାହଙ୍କ ଭିଡିଓ ଟ୍ରେଣ୍ଡରେ :-

ଆପଣଙ୍କୁ କହିରଖୁଛି ଯେ ଗତ ମାସରେ ସହଦେଵଙ୍କ ‘ବଚପନ କା ପ୍ୟାର’ ର ଭିଡିଓ ସାମ୍ନାକୁ ଆସିଥିଲା | ଯାହାପରେ ଅନେକ ଲୋକ ଏହି ଗୀତରେ ଭିଡିଓ କଲେ | ଏହି ଭିଡିଓ ଦ୍ୱାରା ରାପର ବାଦଶାହ ଏତେ ପ୍ରଭାବିତ ହେଲେ ଯେ ସେ ସହଦେଵଙ୍କୁ ଦେଖା କରିବାପାଇଁ ଚଣ୍ଡୀଗଡ଼ ଡକାଇଲେ | ବର୍ତ୍ତମାନ ବାଦଶାହ ସହଦେଵଙ୍କ ସହିତ ଏହି ଗୀତକୁ ରିକ୍ରିଏଟ କରି ରିଲିଜ କରିଛନ୍ତି | ରିଲିଜ ସହିତ ଏହି ଗୀତ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେ ରହିଛି |

ରାନୁ ମଣ୍ଡଲ କିଏ :-

ଆପଣଙ୍କୁ ମନେ ପକାଇ ଦେଉଛୁ ଯେ ୨୦୧୯ ମସିହାରେ ରାନୁ ମଣ୍ଡଲ ନିଜର ଏକ ଭିଡିଓ ମାଧ୍ୟମରେ ନେସନାଲ ସେଲିବ୍ରେଟି ଭାବରେ ସାମ୍ନାକୁ ଆସିଥିଲେ | ଭିଡିଓରେ ରାନୁ ଏକ ଷ୍ଟେସନରେ ‘ଏକ ପ୍ୟାର କା ନଗମା ହେ’ ଗାଉଥିବାର ଦେଖାଯାଉଥିଲେ | ଏହି ଭିଡିଓ ଏତେ ଭାଇରଲ ହେଲା ଯେ ହିମେଶ ରେସମୀୟା ତାଙ୍କୁ ବଲିଉଡରେ ଏଣ୍ଟ୍ରି ଦେଇଦେଲେ | କିନ୍ତୁ ଏହାପରେ ରାନୁ ପୁଣିଥରେ କୁଆଡେ ହଜି ଯାଇଥିଲେ |

Leave a Reply

Your email address will not be published. Required fields are marked *