ଭାରତ ଛାଡି ଏବେ ଆମେରିକାରେ କ୍ରିକେଟ ଖେଳିବାକୁ ଯାଉଛନ୍ତି ଉନ୍ମୁକ୍ତ ଚାନ୍ଦ,ଏତିକି ବର୍ଷ ପାଇଁ କଲେ କଣ୍ଟ୍ରାକ୍ଟ

ଭାରତକୁ ନିଜର ଅଧିନାୟକତ୍ୱ ଅଣ୍ଡରରେ 2012 ମସିହାରେ ଅଣ୍ଡର-19 ବିଶ୍ୱକପ ଜିତାଇଥିବା ଉଦୀୟମାନ ଖେଳାଳି ଉନ୍ମୁକ୍ତ ଚାନ୍ଦଙ୍କ କ୍ରିକେଟ କ୍ୟାରିଅର ଅନ୍ଧାରରେ ହଜିଗଲା। ବର୍ତ୍ତମାନ ସେ 28 ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହି ସାରିଛନ୍ତି ଓ ସେ ଆମେରିକା ପାଇଁ କ୍ରିକେଟ ଖେଳିବାକୁ ସାଇନ କରିଛନ୍ତି।

ଅମେରିକାରେ ଖେଳୁଥିବାର ନଜର ଆସିବେ ଉନ୍ମୁକ୍ତ:-

ଉନ୍ମୁକ୍ତ ଚାନ୍ଦ ଶନିବାର ଦିନ ଟୋୟଟା ମାଇନର ଲିଂ କ୍ରିକେଟ ଚାମ୍ପିୟାନସିପ ମଧ୍ୟରେ ମୋର୍ଗାନ ହିଲ ଆଉଟଡୋର ଖେଳ ପରିସରରରୁ ଷ୍ଟ୍ରାଇକର୍ସ ପାଇଁ ଖେଳିବା ଆରମ୍ଭ କରିବେ। ଆମେରିକାରେ ଖେଳର ବିକାଶ ପାଇଁ ଉନ୍ମୁକ୍ତ ଚାନ୍ଦ ସେଠାରେ ମେଜର କ୍ରିକେଟ ଲିଗ ସହିତ ଅନୁବନ୍ଧ କରିଛନ୍ତି। ସେ ଲିଗରେ ଖେଳିବା ବ୍ୟତୀତ ଆମେରିକାର ଆଗାମୀ ପିଢ଼ି ପାଇଁ କ୍ରିକେଟର ମାର୍ଗଦର୍ଶକ ଭୂମିକା ନିଭାଇବେ।

ଉନ୍ମୁକ୍ତ କହିଥିଲେ, ଆମେରିକା କ୍ରିକେଟର ଦୀର୍ଘକାଳିକ ପ୍ରଗତିର ଅଂଶ ହୋଇ ଓ ମେଜର ଲିଗରେ ଯୋଗଦେଇ ମୋତେ ବହୁତ ଖୁସି ଲାଗୁଛି। ସେ କହିଥିଲେ, ଏହି ସପ୍ତାହ ଶେଷ ଆଡ଼କୁ ସେ ଷ୍ଟ୍ରାଇକର୍ସ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି। ଆପଣଙ୍କୁ ଜଣାଇଦେଉଛୁ କି, ଆମେରିକାର ଏହି ମାଇନର ଲିଂ ଆମେରିକା ସହରର ପ୍ରାୟ 27 ଟିମ ଏଥିରେ ଭାଗ ନେଉଛନ୍ତି ଓ ଏହାକୁ ଗରମ ଦିନରେ ଆରମ୍ଭ କରାଯାଉଛି। 26 ଟି ସ୍ଥଳରେ ଏହି ମ୍ୟାଚ ଗୁଡ଼ିକ ଖେଳାଯିବ ଓ 200 ରୁ ଅଧିକ ମୁକାବିଲା ଯେଉଁଥିରେ 400ରୁ ଅଧିକ ଖେଳାଳି ଭାଗନେବେ।

28 ବର୍ଷ ବୟସରୁ ଉନ୍ମୁକ୍ତ ନେଲେ ସନ୍ୟାସ:-

2012 ମସିହାର ଅଣ୍ଡର-19 ବିଶ୍ୱକପ ଭାରତ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଜିତିଥିଲା। ଏହି ବିଜୟରେ ତାଙ୍କର ମଧ୍ୟ ବହୁତ ବଡ଼ ହାତ ଥିଲା। ସେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ରନର ପାଳି ଖେଳି ଦଳକୁ ଜିତାଇଥିଲେ। ଏହାପରେ ଏହି ଖେଳାଳି ରାତାରାତି ଷ୍ଟାର ହୋଇଗଲା। ଏହାପରେ ତାଙ୍କର ପ୍ରଦର୍ଶନ ଖାଆସ ରହିଲା ନାହିଁ। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିନପାରିବାରୁ ସେ ବାହାରେ ବସିଥିଲେ। ଗୋଟେ ସମୟ ଏମିତି ଥିଲା ତାଙ୍କୁ ଭାରତୀୟ ଦଳର ଭବିଷ୍ୟତ କୁହାଯାଉଥିଲା କିନ୍ତୁ ଆଜି ସେ ମାତ୍ର 28 ବର୍ଷ ବୟସରେ ସନ୍ୟାସ ନେଇ ଯାଇଛନ୍ତି।

ଉନ୍ମୁକ୍ତ ଚାନ୍ଦଙ୍କ ରେକର୍ଡ଼:-

ଉନ୍ମୁକ୍ତ ଚାନ୍ଦ 67 ଫାଷ୍ଟ କ୍ଳାସ କ୍ରିକେଟରେ 3379 ରନ ବନାଇଲେ। 120ଟି ଲିଷ୍ଟ ଏ ମ୍ୟାଚରେ 4505 ରନ କରିଥିଲେ। ସେ 77 t-20 ମ୍ୟାଚରେ 1564 ରନ କରିଥିଲେ। ସେ ଭାରତକୁ 2012 ମସିହାରେ ଅଣ୍ଡର-19 ବିଶ୍ୱକପ ଜିତାଇଥିଲେ।

Leave a Reply

Your email address will not be published. Required fields are marked *