ଭାରତ ବନାମ ଇଂଲଣ୍ଡ : ନିଜକୁ ଭାରତୀୟ ଦଳର ସଦସ୍ୟ କହି ମୈଦାନ ଭିତରକୁ ପ୍ରବେଶ କଲେ ବ୍ୟକ୍ତି ଜଣକ, ତା ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଲର୍ଡ୍ସ ମୈଦାନରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଚାଲୁଛି। ମୁକାବିଲାର ତୃତୀୟ ଦିନରେ ଇଂଲଣ୍ଡ ବ୍ୟାଟିଂ କରୁଥିଲା ଓ ଭାରତୀୟ ଦଳ ମ୍ୟାଚର ଦିଗ ବଦଳାଇବାକୁ ଚେଷ୍ଟା କରୁଥିଲେ। ସେସମୟରେ ମୈଦାନ ଭିତରେ କିଛି ଏମିତି ହୋଇଥିଲା ଯେ ସମସ୍ତଙ୍କ ମୁହଁରେ ହସ ଆସିଥିଲା।

ଇଣ୍ଡିଆନ ଜର୍ସି ପିନ୍ଧି ମୈଦାନ ଭିତରକୁ ପଶିଥିଲା ବ୍ୟକ୍ତି ଜଣକ:-

ଲର୍ଡ୍ସ ମୈଦାନରେ ଟିମ ଇଣ୍ଡିଆ ଓ ଇଂଲାଣ୍ଡ ମଧ୍ୟରେ ଘମାସନ ମ୍ୟାଚ ଚାଲୁଥିବା ସମୟରେ ଏକ ବ୍ୟକ୍ତି ଜଣକ ଆସି ସମ୍ପୂର୍ଣ୍ଣ ଲାଇମ ଲାଇଟ ଏପଟ ସେପଟ କରିଥିଲେ। ମ୍ୟାଚରେ ଏମିତି କେତେଥର ଦେଖାଯାଇଥାଏ ଫ୍ୟାନ୍ସ ମାନେ ନିଜର ପ୍ରିୟ ଖେଳାଳିଙ୍କୁ ଭେଟ କରିବା ପାଇଁ ବହୁତ ବାର ମୈଦାନ ଭିତରକୁ ଚାଲି ଯାଇଥାନ୍ତି। ପୁଣି ଏହାପରେ ତାଙ୍କୁ ବାହାର କରାଯାଇଥାଏ।

କିନ୍ତୁ ଏହି ମ୍ୟାଚରେ କିଛି ଅଲଗା ହୋଇଥିଲା। ମ୍ୟାଚ ସମୟରେ ଜାର୍ଭୋ ନାମକ ବ୍ୟକ୍ତି ଜଣକ 69 ନମ୍ବର୍ ର ଜର୍ସି ପିନ୍ଧି ମୈଦାନ ଭିତରକୁ ଆସିଥିଲେ। ଜାର୍ଭୋଙ୍କ ପ୍ରବେଶ ଅମ୍ପାୟାର ଓ ଭାରତୀୟ ଖେଳାଳିଙ୍କୁ ହଇରାଣ କରିଦେଲା। ଯେତେବେଳେ ଗାର୍ଡସ ତାଙ୍କୁ ନେବାକୁ ଆସିଥିଲେ ସେତେବେଳେ ସେ ନିଜର ଜର୍ସି ଦେଖାଇ କହିଥିଲେ ସେ ଭାରତୀୟ ଦଳର ସଦସ୍ୟ ଅଟନ୍ତି। ଏହାଦେଖି ମହମ୍ମଦ ସିରାଜ ଓ ବାକି ଖେଳାଳି ହସିବାକୁ ଲାଗିଥିଲେ। ଏହାପରେ ଅଧିକାରୀ ତାଙ୍କୁ ବାହାରକୁ ନେଇଯାଇଥିଲେ।

ଲର୍ଡ୍ସ ରେ ରାହୁଲଙ୍କ ସହିତ ହୋଇଥିଲା ଅଭଦ୍ରାମୀ:-

ଲର୍ଡ୍ସ ଟେଷ୍ଟର ତୃତୀୟ ଦିନରେ ଇଂଲିଶ ପ୍ରଶଂସକ ଏକ ଲଜ୍ୟାଜନକ କାଣ୍ଡ କରିଥିଲେ। ଇଂଲଣ୍ଡ ପ୍ରଶଂସକ କେଏଲ ରାହୁଲଙ୍କ ଉପରକୁ ମଦ ବୋତଲର ଠିପି ପକାଇଥିଲେ ଓ ଏହାକୁ ନେଇ ରାହୁଲ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *